-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||     

HOME   ଜିଲ୍ଲା

ସାମ୍ବାଦିକ ମାନଙ୍କ ୧୧ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

27-Jun-2023



ବଲାଙ୍ଗୀର :-  ସାମ୍ବାଦିକ ମାନଙ୍କ ୧୧ ଦଫା ଦାବି ନେଇ ଷ୍ଟେଟୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ)ଓଡ଼ିଶା" ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାନା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ସରକାର ରାଜ୍ୟ ର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଅନେକ ଜନ କଲ୍ୟାଣ ମୂଳକ ସୁବିଧା ସୁଯୋଗ ସହିତ  ପ୍ରଶଂସନୀୟ ଯୋଜନା ମାନ ପ୍ରଣୟନ କରି ସମଗ୍ର ଦେଶରେ ନିଜର ତଥା ଓଡ଼ିଶାର ଗୌରବ ଓ ସୁନାମକୁ ଶୀର୍ଷରେ ପହଞ୍ଚାଇ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି।
   ଅପର ପକ୍ଷେ ବିଜେଡି ସରକାର ସମସ୍ତ କଲ୍ୟାଣକାରୀ ଯୋଜନା ଓ ସୁଶାସନ କୁ ନେଇ ଓଡ଼ିଶାର ସାମ୍ବାଦିକ ମାନେ ଖବର ପରିବେଷଣ କରିଚାଲିଛନ୍ତି। ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନ ର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ  ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣ ର ଶୀକାର ମଧ୍ୟ ହେଉଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଏସୟୁଜେ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ   ନିକଟରେ ନିମ୍ନଲିଖିତ ଦାବି ଗୁଡ଼ିକ ରଖାଯାଇଛି।ଆଶା ଓ ବିଶ୍ବାସ ସମସ୍ତ ଦାବି ଗୁଡ଼ିକ ଆପଣ ଙ୍କ ସରକାର ଅବିଳମ୍ବେ ପୂରଣ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ଜାଗ୍ରତ ପ୍ରହରୀ ଗଣମାଧ୍ୟମ ପ୍ରତିନିଧି (ସାମ୍ବାଦିକ) ମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦର୍ଶନ କରିବେ ।

-:ସାମ୍ବାଦିକ ମାନଙ୍କ ଦାବି ଗୁଡିକ ହେଲା :-
୧- ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ "ସାମ୍ବାଦିକ ସୁରକ୍ଷା ଆଇନ" ପ୍ରଣୟନ। ୨-ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶି କୁ "୧୦ ଲକ୍ଷ ଟଙ୍କା" କୁ ବୃଦ୍ଧି ସହିତ ଚିକିତ୍ସାର ଯାବତୀୟ  ଖର୍ଚ୍ଚ କୁ ବୀମା ଅର୍ଥ ରୁ ଭରଣା କରାଯିବା ୩- ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ ଯଥା - ରୋଗଗ୍ରସ୍ତ, ଦୁର୍ଘଟଣା ରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାର ଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ । ୪- ସାମ୍ବାଦିକଟି ର ଅକାଳ ବିୟୋଗରେ ତା'ର ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶି କୁ ଅତି କମରେ "୨୫ ଲକ୍ଷ ଟଙ୍କା" କୁ ବୃଦ୍ଧି । ୫-ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ ଗୁଡିକ ରହିଥିବା ରୁ ସେଠାରେ ସାମ୍ବାଦିକ  ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ "ସାମ୍ବାଦିକ ଅତିଥି ଭବନ" ନିର୍ମାଣ। ୬-କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ଅତି କମରେ ମାସିକ "୧୫ ହଜାର ଟଙ୍କା ଭତ୍ତା" ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକ ଙ୍କୁ "୨୦ ହଜାର ଟଙ୍କା ପେନସନ" ପ୍ରଦାନ। ୭-ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମା ରେ  କମ୍ପୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ "ସାମ୍ବାଦିକ ପ୍ରକୋଷ୍ଠ" ନିର୍ମାଣ। ୮-ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ପୂର୍ବବତ ସେହି ଢାଂଚା କୁ ଅପରିବର୍ତ୍ତିତ ରଖିବା। ୯- ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ "ପୋର୍ଟାଲ ସାମ୍ବାଦିକ" ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ। ୧୦-ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକ କୁ ଅଧିସ୍ବୀକୃତି ପ୍ରଦାନ କରନ୍ତୁ।ଓ ୧୧-ଜିଲ୍ଲା,ସବ-ଡିଭିଜନ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନିଆଯାଉ।
ଦାବି ପ୍ରତ୍ର ପ୍ରଦାନ ସମୟରେ ଏସ୍ ୟୁ ଜେ ର ଜିଲ୍ଲା ସଭାପତି ଗୋପବନ୍ଧୁ ଶଥପଥୀ, ଏସ୍ ୟୁ ଜେ ର ସାଧାରଣ ସମ୍ପାଦକ ଶରତ ମହାକୁଡ଼, ଏସ୍ ୟୁ ଜେ ର ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ଜିଲ୍ଲା ସମ୍ପାଦକ ରଘୁନନ୍ଦନ ସିଂହ, ନିରୋଜ୍ କୁମାର ମିଶ୍ର, ମହେନ୍ଦ୍ର ପଧାନ, ରାଧାକୃଷ୍ଣ ମିଶ୍ର, ସନ୍ତୋଷ କୁମାର ଠାକୁର, ପବନ ବନ୍ସଲ, ବାଲକ୍ରିଷ୍ଣ ଷଡଙ୍ଗୀ ଓ ଜୟ ପ୍ରକାଶ ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026

You Might Also Like