-+91-9937148622 |

prerana_bgr@rediffmail.com |

  Tuesday 2nd June 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀଶ୍ରୀ ଅପର୍ଣ୍ଣା ପାର୍ବତୀ ରାମଲୀଳା ପ୍ରଚାର ସମିତି ଚାଉଳିଆଗଞ୍ଜ ତରଫରୁ ଶ୍ରୀରାମଲୀଳା ମହୋତ୍ସବ   (02-Jun-2026)       ||      , କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ    (02-Jun-2026)       ||      ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ    (02-Jun-2026)       ||      କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   (02-Jun-2026)       ||      ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   (01-Jun-2026)       ||      ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   (01-Jun-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (01-Jun-2026)       ||      ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   (01-Jun-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   (01-Jun-2026)       ||      କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   (01-Jun-2026)       ||      ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   (01-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   (01-Jun-2026)       ||      ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   (01-Jun-2026)       ||      ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ   (01-Jun-2026)       ||      ଗଣ୍ଡପାଲି ରେ ବେଆଇନ କରତ କଲ  ଜବତ                        (01-Jun-2026)       ||      ସଂରକ୍ଷିତ ଜଙ୍ଗଲ କୁ ପଦା କରି ବିନା ସୂଚନା ଫଳକରେ ଜଙ୍ଗଲ ବିଭାଗର ନର୍ସରୀ ନିର୍ମାଣ କାହା ସ୍ୱାର୍ଥରେ?   (01-Jun-2026)       ||      ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା   (01-Jun-2026)       ||      ତରଭା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୮ଟି ଦରଖାସ୍ତ ଗ୍ରହଣ   (01-Jun-2026)       ||      ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ   (01-Jun-2026)       ||      ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ   (01-Jun-2026)       ||     

HOME   ରାଜ୍ୟ

ନକଲି ବିଲରେ ଅସଲି କାରବାରର ତଦନ୍ତ ଦାବୀ କଲା ଏସ୍‌ସି କଲ୍ୟାଣ ସଂଘ  ତଦନ୍ତ ନ ହେଲେ ଧାରଣା ଦେବାକୁ ଧମକ

16-Jun-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)ଏହି ବ୍ଲକରେ  ତଥା ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକରେ ଚାଲିଥିବା ଉନ୍ନୟନ ମୁଳକ କାମର ବିଭିନ୍ନ ସାମଗ୍ରୀ କିଣାରେ ଦୂର୍ନିତି ହୋଇଥିବା ଅଭିଯୋଗ ହୋଇଛି । ବିଲ ଗୁଡିକରେ ଜିଏସଟି ଏବଂ ଟିନ ନମ୍ବର ରହିଥିଲେ ମଧ୍ୟ ତାହା ସଠିକ ନଥିବା ଓ ଏହାର ତଦନ୍ତ କରାଯିବାକୁ ଆଜି ବ୍ଲକ ଅନୁସୂଚିତ ଜାତି କଲ୍ୟାଣ ସଂଘ ପକ୍ଷରୁ ଡୁଙ୍ଗୁରିପାଲି ବିଡିଓ ତ୍ରିପୁର ମହାନନ୍ଦଙ୍କଠାରେ ଦାବି  କରିଛନ୍ତି । ତଦନ୍ତ ନହଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଂଘ ଧମକ ଦେଇଛି । ଆଜିର ଦାବୀ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ସୁରୁବାବୁ ନନ୍ଦଙ୍କ ନେତୃତ୍ୱରେ ସଂପାଦକ ରତ୍ନାକର ସେଠ, ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନିତେଇ ପାଳ, ସଂପାଦକ ଅନିରୁଦ୍ଧ ଦୀପ, ଖଗେଶ୍ୱର କୁମ୍ଭାର, ସାନନ୍ଦ ତାଣ୍ଡି,  ଭାଗିରଥି ବାରିକ,  ଛାୟାକାନ୍ତ ମେହେର, ରାମପୁର ଜୋନ ସଭାପତି ରଥ କୁମ୍ଭାର, ରାଜୁ ତାଣ୍ଡି, କୃଷ୍ଣଚନ୍ଦ୍ର ବାଗଙ୍କ ବହୁ ସଂଖ୍ୟାରେ ସଦସ୍ୟମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ତଥା ପଞ୍ଚାୟତ ଗୁଡିକରେ ବିଭିନ୍ନ ଉନ୍ନୟନ କାମ ଚାଲିଛି । ଏଥିପାଇଁ ସିମେଣ୍ଟ, ଲୁହାରଡ, ଇଟା, ବାଲି, ଚିପ୍‌ସ, ଜେସିପି, ଟ୍ରାକ୍ଟର ଗୁଡିକର ବ୍ୟବହାର ହୋଇଥାଏ । କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡିକ ଏଥି ପାଇଁ ଜିଏସଟି ଥିବା ବିଲ ପ୍ରଦାନ କରିଥାନ୍ତି । ବିଲ ଦାଖଲ ପରେ ଯୋଗାଣକାରୀ ସଂସ୍ଥା ବା ଭେଣ୍ଡରମାନଙ୍କୁ ଅନ୍ ଲାଇନ ମାଧ୍ୟମରେ ବିଲଗୁଡିକର ପେମେଣ୍ଟ ହେବାର ନିୟମ ରହିଛି । ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କାର୍ଯ୍ୟର ସାମଗ୍ରୀ ଯୋଗାଣ  ପ୍ରାୟ ଆଠଟି ଭେଣ୍ଡର ସାମଗ୍ରୀ ଯୋଗାଉଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ସେମାନେ ବିଭିନ୍ନ ସମୟରେ ପଞ୍ଚାୟତଠାରୁ  ଆରମ୍ଭ କରି  ବ୍ଲକ କାର୍ଯ୍ୟାଳୟର  କାର୍ଯ୍ୟଗୁଡିକୁ ସାମଗ୍ରୀ ଯୋଗାଇ ଥାନ୍ତି । କିନ୍ତୁ କାଗଜ କଲମରେ ଏଗୁଡିକ ଚାଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।  ଜଣେ ଭେଣ୍ଡର ବର୍ଷକୁ କେତେ ଟଙ୍କାର ସାମଗ୍ରୀ ଯୋଗାଇ ପାରିବ ସେଥିପାଇଁ ସେ ସେତେ ଟଙ୍କାର ଲାଇସେନ୍ସ ବା ଅନୁମତି ପାଇଥାଏ । କିନ୍ତୁ କେତେକ  ଯୋଗାଣକାରୀ ସଂସ୍ଥା ପାଖରେ ବିନା ସାମଗ୍ରୀରେ  ଜିଏସଟି ବିଲ ପ୍ରଦାନ କରୁଛନ୍ତି । କାମ କରୁଥିବା ସଂସ୍ଥା ବା ଠିକାଦାର ନିଜକୁ ସୁହାଇଲା ଭଳି ବିଭିନ୍ନ ଦୋକାନରୁ ନିମ୍ନମାନର ସାମଗ୍ରୀ ଆଣିଥାଏ । କିନ୍ତୁ ବିଲ ଭେଣ୍ଡର ମାନଙ୍କଠାରୁ ଆଣି ଦାଖଳ କରିଥାଏ । ଏଥିପାଇଁ ୨ରୁ ୪ ଶତକଡା ହାରରେ ସେମାନେ ନେଇଥାନ୍ତି । ପ୍ରକୃତରେ ସେମାନେ ବିକ୍ରୀ ଅନୁସାରେ ଜିଏସଟି ଦାଖଲ କରୁଛନ୍ତି କି ନାହିଁ ତାହା ଜନସାଧାରଣରେ ସନ୍ଦେହ ଦେଖା ଦେଇଛି । ସାମଗ୍ରୀ ଯୋଗାଣ କାରୀ ସଂସ୍ଥାର ଇନପୁଟ ଓ ଆଉଟପୁଟ ସାମଗ୍ରୀର ତଦନ୍ତ କଲେ ଏହା ଜଣାପଡି  ଯେ ସେ କେତେ  ସାମଗ୍ରୀ ହୋଲସେଲରଠାରୁ ଆଣିଛି ଓ କେତେ ବିକ୍ରୀ କରିଛି । ଏଥିପାଇଁ ସେ କେବେ ଓ କେତେ ଟଙ୍କ ଜିଏସଟି ପୈଠ କରିଛି । ବିଲ ଗୁଡିକ ଅନ୍ ଲାଇନ ମାଧ୍ୟମରେ ଦେବାର ନିୟମ ରହିଥିଲେ ମଧ୍ୟ କେତେକ ସ୍ଥାନରେ କେସ୍ ପେମେଣ୍ଟ ହେଉଥିବା ଜଣାଯାଏ । ଯାହାକି ନିୟମ ବିରୁଦ୍ଧ ଅଟେ । କେଉଁ ସ୍ୱାର୍ଥରେ ଏଭଳି ଭାବରେ ପେମେଣ୍ଟ କରାଯାଉଛି । ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହିତ ସେମାନଙ୍କନ୍ଧୁ ଚନ୍ଦ୍ରିକା ରହିଛି । ବିଭିନ୍ନ ସମୟରେ ଅଡିଟ କରାଯାଉଥିଲେ ମଧ୍ୟ ଅଡିଟରେ ଏହା କାହିଁକି ଧରାପଡୁ ନାହିଁ । ପ୍ରକୃତରେ ଅଡିଟର ଜାଣି ନାହାନ୍ତି କି ଜାଣିଶୁଣି ଏମାନଙ୍କୁ ସହିତ ସଲାସୁତୁରା ରହିଛି । କେତେକ ଭେଣ୍ଡର କଂପ୍ୟୁଟର ଦୋକାନ ବା ଛାପାଖାନାରୁ ବିଲ ବହି ତିଆରି କରି ଆଣିଛନ୍ତି । ସେମାନେ ଝୁଲାମୁଣାରେ, ବାଇକ ଡିକିରେ ଧରି ବୁଲୁଛନ୍ତି । ଯିଏ ଯେଉଁଠି ଯେତେ ଟଙ୍କାର ଯେ କୌଣସି  ସାମଗ୍ରୀର ବିଲ ମାଗିଲା ଶତକଡା ୨ରୁ ୪ ଅନୁସାରେ ବିଲ ପ୍ରଦାନ କରୁଛନ୍ତି ।  ମାତ୍ର କେତେକ ବିଲର ଜିଏସଟି ଦାଖଲ ହେଉଥିବା ବେଳେ ଅଧିକାଂଶ ବିଲର ଜିଏସଟି ଦାଖଲ ହେଉନଥିବା ଆଲୋଚନା ହେଉଛି । ଯଦି ସେମାନେ ଶତକଡା ଯେତିକ ଅଂଶ ଜିଏସଟି ଦେବା କଥା କିନ୍ତୁ ୨ରୁ ୪ ଶତକଡା ହିସାବରେ କିପିର ନେଉଛନ୍ତି ଯାହା ସନ୍ଦେହ ସୃଷ୍ଟି କରୁଛି ।  ଏଥିରେ ଜିଏସ୍‌ଟି ବିଭାଗର କେତେକ କର୍ମଚାରୀମାନଙ୍କ ହାତ ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । କାହିକି ନା କୌଣସି ସମୟରେ ଜିଏସଟି ବିଲ ଉପରେ ଚଢାଉ , ଧରପଡ ଅଥବା ତଜର୍ମା କରାଯାଉ ନାହିଁ । ଯେଉଁଥି ପାଇଁ ଏହାକୁ ଲାଭଜନକ ବ୍ୟବସାୟରେ ପରିଣତ ହେଲାଣି । ସାମଗ୍ରି ଥାଉକି ନ ଥାଉ,  ଜିଏସଟି ଭେଣ୍ଡର ଲାଇସେନ୍ସ ଗୋଟିଏ ହାତେଇ ଦେଲେ ବିଲ ଦେଇ ଲକ୍ଷ ଲକ୍ଷଟଙ୍କାର କାରବାର ହେଉଛି । ଯାହା ଦ୍ୱାରା ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।  ଏପରି ବିଲ କେବଳ ଡୁଙ୍ଗୁରିପାଲି ଅଂଚଳରେ ନୁହେଁ ପଡୋଶୀ ବ୍ଲକ, ପଞ୍ଚାୟତ ଗୁଡିକରେ ମଧ୍ୟ ଚାଲିଥିବା  ଆଲୋଚନା ହେଉଛି । ଏ ସଂପର୍କରେ କେତେକ   ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗୀୟ ତଦନ୍ତ ହୋଇଛି କି ନାହିଁ ତାହା ଜଣା ପଡୁ ନାହିଁ । ଦୀର୍ଘ ୧୦ ବର୍ଷରୁ  ହେବା ଏପରି ନକଲି ବିଲରେ ଅସଲି କାରବାର ଚାଲିଅଛି । ବ୍ଲକ ଏବଂ ପଞ୍ଚାୟତ ଗୁଡିକରେ ଦାଖଲ କରିଥିବା ବିଲକୁ ନେଇ ଜିଏସଟି ଅଧିକାରୀଙ୍କ ସହିତ ମିଶି ତଦନ୍ତ କରାଯିବା କଥା । ଜଣେ ଭେଣ୍ଡର କେତେ ଟଙ୍କାର ସାମଗ୍ରୀ ଦେଇ ପାରିବେ ତାହା ମଧ୍ୟ ତଦନ୍ତ ହେବା କଥା । ଯେଇଁ ସାମଗ୍ରୀ ଯୋଗାଉଛି ତାହ ପାଖରେ ସେହି ଜିନିଷ ଅଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ । ସବୁଠାରୁ ଭେଣ୍ଡରମାନଙ୍କ ଆଉଟପୁଟ ଏବଂ ଇନ୍‌ପୁଟର ତଦନ୍ତ କରାଗଲେ ସବୁ ରହସ୍ୟର ପର୍ଦ୍ଦାଫାସ ହେବ । ଏଣୁ ଏଭଳି ଚର୍ଚ୍ଚାର ତଦନ୍ତ  ଶିଘ ୍ର କରାନଗଲେ ସରକାର କୋଟି କୋଟି ଟଙ୍କାର ଜିଏସଟି  ହରାଇବେ । ତେଣୁ ସବୁ ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ହେବା ଜରୁରୀ ବୋଲି ସଂଘ ଦାବୀ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀଶ୍ରୀ ଅପର୍ଣ୍ଣା ପାର୍ବତୀ ରାମଲୀଳା ପ୍ରଚାର ସମିତି ଚାଉଳିଆଗଞ୍ଜ ତରଫରୁ ଶ୍ରୀରାମଲୀଳା ମହୋତ୍ସବ   02-Jun-2026
  ରାଜ୍ୟ  
, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ   02-Jun-2026
  ଜିଲ୍ଲା  
ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ   02-Jun-2026
  ଜିଲ୍ଲା  
କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   02-Jun-2026
  ଜିଲ୍ଲା  
ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   01-Jun-2026
  ଜିଲ୍ଲା  
ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   01-Jun-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   01-Jun-2026
  ଜିଲ୍ଲା  
ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   01-Jun-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   01-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   01-Jun-2026
  ଜିଲ୍ଲା  
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   01-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   01-Jun-2026

You Might Also Like