-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
14-Apr-2023
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ/)
ପବିତ୍ର ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଆଜି ସନ୍ଧ୍ୟା 6 ଘଣ୍ଟl ବେଳେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଜଳ ଛତ୍ର ର ଶୁଭାରମ୍ଭ କରାଯାଇଥିଲା l ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ହନୁମାନ ପ୍ରଭୁ ଙ୍କୁ ଧୂପ ଦୀପ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋନପୁର ଭାରପ୍ରାପ୍ତ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର , ସୋନପୁର କଲେଜ ଏନ ସି ସି ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲା, କାଉନସିଲର ପିୟୁଷ ପଣ୍ଡା, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଉପଦେଷ୍ଟା ଗରିବ ଲୋଇ , ବିନୋଦ ମେହେର, ଇନ୍ଦୁମତୀ ପୁରୋହିତ, ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ସମାଜସେବୀ ପରେଶ ମେହେର, ଶଙ୍କର ମେହେର,ରାମଚନ୍ଦ୍ର ଆଗ୍ରୱାଲl, ଗଣେଶ ମିଶ୍ର, ଶ୍ରୀବନ୍ତ ମିଶ୍ର, ସନ୍ତୋଷ ମିଶ୍ର ଯୋଗ ଦେଇ ଆୟୋଜକ ଓ ଜନ ସାଧାରଣ ଙ୍କୁ ଉତ୍ସାହିତ କରିଥିଲେ l ସଂଗଠନ ର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ, ପ୍ରଭାସ ମେହେର, ପ୍ରତ୍ୟୁଷ ମେହେର, ପ୍ରଫୁଲ୍ଲ ନାଏକ, ତରଣୀ ମେହେର, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଡ଼, ସରୋଜ ପଟେଲ, ଦିଲ୍ଲୀପ ଭୁକ୍ତା, ଜୟନାରlଣ ସାହୁ, ନାରାୟଣ ରଥ, ପ୍ରତାପ ଦାଶ, ସୁଶାନ୍ତ ସାହୁ, ଦେବାଶିଷ ମିଶ୍ର, ସଂଗୀତା ନାଏକ ପ୍ରମୁଖ ସମସ୍ତ ସଭ୍ୟ ପଣା ବଣ୍ଟନ କରି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l