-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ଜିଲ୍ଲା

ଜାଲ୍ ସାର୍ଟିଫିକେଟ୍ ର ଚେର ଲମ୍ବିଥିବା ସନ୍ଦେହ ?  ବନ ବିଭାଗର ନିଯୁକ୍ତିଦୁର୍ନୀତିର ତଦନ୍ତ ହେଉ  !

05-Apr-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) ଏବେ ବଲାଙ୍ଗୀରରୁ ଆରମ୍ଭହୋଇ  ଆନ୍ତଃରାଜ୍ୟ ଜାଲ୍ ସାର୍ଟିଫିକେଟ୍ ଓ ଏଥିରେ  ନିଯୁକ୍ତି ଜାଲିଆତିର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ଜଣାପଡିଥିବାର ତଦନ୍ତ ପ୍ରଥମେ ବଲାଙ୍ଗୀର ପୁଲିସ୍ କରି ରିଲାଏନ୍ସ କୋଚିଂ ସେଣ୍ଟର୍ ର ମାଲିକ ମନୋଜ ମିଶ୍ର ଓ ସହଯୋଗୀ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦ୍ ଗତା ସମେତ ସ୍ଥାନୀୟ ଡାକବିଭାଗରେ ଚାକିରୀ କରୁଥିବା କେତେଜଣ କର୍ମଚାରୀ ଓ ଚାକିରୀ ଆଶାୟୀଙ୍କୁ ମିଶାଇ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବିଧାନସଭାରେ ଏ ନେଇ ତୁମୁଳ ହଟ୍ଟଗୋଳ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବାରୁ କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଆସି ତଦନ୍ତ ଆରମ୍ଭ କରିଛନ୍ତି ।  ତେବେ ଏହି ସୂତ୍ରରୁ  ସହରର ଆଉ ଏକ ଘରୋଇ ସଂସ୍ଥା କମ୍ପଭାଇ ଭୋକେସନାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ବା କେବିଭିଟିଆଇ ଉପରେ ମନୋଜ ମିଶ୍ରଠାରୁ ନକଲି ସାର୍ଟିଫିକେଟ୍ ନେଇଥିବାରୁ ସେହି ସଂସ୍ଥା ସହ ତାହାର ଆଉ ଏକ ଶାଖା ମହାବୀର ନାମକ ସଂସ୍ଥା ଉପରେ ମଧ୍ୟ ଚଢଉ କରି ପୁଲିସ୍ ଛାନବିନ୍ କରିଥିଲା । ତେବେ ସେଠାରୁ କିଛି ବାହାରି ନଥିବା ପୁଲିସ୍ ସଫେଇ ଦେଉଥିବା ବେଳେ ସମ୍ପୃକ୍ତ ସଂସ୍ଥାର ମାଲିକ ଜପବନ୍ଧୁ କମ୍ପ ଅଦ୍ୟାପି ନିଜ ନିର୍ଦ୍ଦୋଷତାର କୌଣସି ସ୍ପଷ୍ଟୀକରଣ ଦେଇ ନାହାଁନ୍ତି  !  କିନ୍ତୁ ଗଣମାଧ୍ୟମରେ ଉକ୍ତ ସଂସ୍ଥା ଉପରେ ସନ୍ଦେହ ବଳବତ୍ତର ରହିଆସିଛି । ତେଣୁ ସଂପ୍ରତି ଏହି ଜାଲ୍ସାର୍ଟିଫିକେଟ୍ ମାମଲାର ତଦନ୍ତଭାର ନେଇଥିବା କ୍ରାଇମବ୍ରାଞ୍ଚ ଏହି ସଂସ୍ଥାକୁ ତଦନ୍ତର ପରିସରଭୁକ୍ତ କରିବ କି ନାଇଁ , ଜଣାପଡିନାହିଁ ।

ତେବେ ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ , କିଛିବର୍ଷତଳେ ମୁରିବାହାଲ ଓ ଅନ୍ୟ ବାହାର ଜିଲ୍ଲାର ମାଲିକାନାରେ ଚାଲିଥିବା ଦୁଇଟି ତଥାକଥିତ ଏନଜିଓର ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା ବଲାଙ୍ଗୀର ବନବିଭାଗର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଅନିୟମିତତା ହୋଇଥିଲା ଓ ସେଥିରେ କମ୍ପଭାଇ ସଂସ୍ଥାର ନାଁ'ରେ ଚର୍ଚ୍ଚା ଉଠିଥିଲା । ଏପରିକି କୌଣସି କାରଣରୁ ଛଟେଇ ହୋଇଥିବା ଜିଲ୍ଲାର ବିଭିନ୍ନ ରେଞ୍ଜ୍ ରେ ନିଯୁକ୍ତ ଏହି ଡିଓମାନେ ସଂଘବଦ୍ଧ ହୋଇ ଡିଏଫଓଙ୍କ ନିକଟରେ ଆପତ୍ତି କରିବାରୁ ବା ଆଇନଗତ ପଦକ୍ଷେପର ଧମକ ଦେବାରୁ ପରେ ପୁଣି ସେହି ଡିଓମାନଙ୍କୁ ପୁନଃଅବସ୍ଥାପିତ କରାଯାଇଛି । ତେଣୁ ପୂର୍ବର ଏହି ଘଟଣାର ମଧ୍ୟ ତଦନ୍ତ କରାଯିବାକୁ ଲୋକେ ଦାବି କରନ୍ତି ।

ଉଲ୍ଲେଖଯୋଗ୍ୟ ଯେ , ସଂପ୍ରତି ବଲାଙ୍ଗୀର ବନବିଭାଗରେ ଜଣେ ଯୁବ ଆଇ ଏଫ ଏସ୍ ଅଧିକାରୀ ଡିଏଫଓ ରହିଛନ୍ତି । ତେବେ ସାରା ଡିଭିଜନରେ ଫରେଷ୍ଟଗାର୍ଡଠୁଁ ଆରମ୍ଭ କରି ଫରେଷ୍ଟର , ରେଞ୍ଜର ବା ଏସିଏଫ୍ ସ୍ତରରେ ଦୁର୍ନୀତି ବୃଦ୍ଧି ପାଇଛି । ମନରେଗାରେ ଜାଲ୍ ଶ୍ରମିକ ବା ମିଥ୍ୟା ଶ୍ରମଦିବସ ଦର୍ଶାଇ କୋଟି କୋଟି ଟଙ୍କାର ଯୋଜନାର ଅର୍ଥ ବାଟମାରଣା କରାଯାଉଥିବାର ଅଭିଯୋଗ ସହିତ ନିକଟରେ  ଧରପଗଡରେ ଜୋରିମାନା ଆଦାୟରେ ହେରଫେର ଅଭିଯୋଗ , ବିଭାଗୀୟ କର୍ମଚାରୀଙ୍କ ଜ୍ଞାତସାରରେ ସଂରକ୍ଷିତ ଜଙ୍ଗଲରୁ ଖଣିଜସମ୍ପଦ ଲୁଟ୍ , ଗତଦିନର କାମ୍ପା ଇତ୍ୟାଦି ଯୋଜନାର ପ୍ରାୟ ଅଢେଇକୋଟି ହେରଫେରର ଅର୍ଥ ଭରଣା ଭଳି ବିଭାଗୀୟ ନିର୍ଦ୍ଦେଶ ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ହୋଇଥିବାର  କରାଯାଇଛି । ଏସବୁ ମୂଳରେ ଜାଲ୍ ସାର୍ଟିଫିକେଟ୍ ରେ ନିଯୁକ୍ତ ଏହି ଡିଓ ବା ଅସ୍ଥାୟୀ ବନକର୍ମଚାରୀଙ୍କ ବେଫିକର ମନୋବୃତ୍ତିର କାରନାମା ହିଁ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏଣୁ ବଲାଙ୍ଗୀର ବନବିଭାଗର ଗତନିଯୁକ୍ତିରେ କେତେଦୂର ଉପରୋକ୍ତ ଅଭିଯୁକ୍ତ ଜାଲ୍ ସଂସ୍ଥା ଓ ଠକେଇର ସମ୍ପୃକ୍ତି ରହିଛି , ତଦନ୍ତ ଜରୁରୀ ବୋଲି କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like