-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||     

HOME   ଜିଲ୍ଲା

ଆନ୍ତଃରାଜ୍ୟ ଜାଲିଆତି ମନୋଜର କାରନାମା:  ବିଧାନସଭା ହୁଲସ୍ତୁଲ୍  ! ୧୪ଟି ରାଜ୍ୟର ୪୦ଟି ୟୁନିଭରସିଟିର ୧୦୦୦ ରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ୍ ଜବତ

03-Apr-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ): ବଲାଙ୍ଗୀରର ଏକ କୋଚିଂ ସେଣ୍ଟରବାଲା ମନୋଜ ମିଶ୍ରର ଜାଲ୍ ସାର୍ଟିଫିକେଟ୍ ମାମଲା ଡାକବିଭାଗ ନିଯୁକ୍ତିରୁ ଧରାପଡିବା ପରେ  ଏହାର ଚେର ବିଗତ ୨୦୧୬ରୁ ୭ / ୮ ବର୍ଷ ଧରି ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପିଥିବା ସହ ୧୪ଟି ରାଜ୍ୟର ୪୦ରୁ ଉର୍ଦ୍ଧ୍ବ ବିଶ୍ବବିଦ୍ୟାଳୟର ୧୦୦୦ରୁ ଅଧିକ  ଜାଲ୍ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍ ପୁଲିସ୍ ଜବତ କଲାଣି । ଅଦ୍ୟାବଧି ଏହି ଜାଲିଆତିର ମାଷ୍ଟରମାଇଣ୍ଡ୍ ବଲାଙ୍ଗୀରର ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ ଗାତା ସମେତ ଏଥିରେ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏହି ଠକମନୋଜ ସହିତ ଶାସକଦଳ

ସହିତ ଅନ୍ୟାନ୍ୟ ରାଜନୈତିକ ଦଳର ନେତାଙ୍କର ସମ୍ପୃକ୍ତି ଅଭିଯୋଗରେ ବିଧାନସଭାରେ ଆଲୋଚନା ଉଠି ହୁଲ୍ ସ୍ତୁଲ୍ ହେବାପରେ ସରକାର ଏହାର ସିଆଇଡି- ସିଡି ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । 

କେବଳ ଏତିକି ନୁହେଁ, ଅଭିଯୁକ୍ତ ମନୋଜ ଡାକବିଭାଗ ସମେତ ରେଳବାଇ, ଏମସିଏଲ୍ ଓ ଅନ୍ୟାନ୍ୟ ବିଭାଗର ନିଯୁକ୍ତି ଦୁର୍ନୀତିରେ ଜଡିତ ଥିବା  ଓ ତା'ର କେତେକ ସ୍ଥାନୀୟ ହାର୍ଡକୋର୍ ଅପରାଧୀଙ୍କ ସହ ସମ୍ପର୍କ ରହିଥିବାର ଜଣାପଡିଛି । ଦୀର୍ଘବର୍ଷ ଧରି ଏସବୁ ଅନ୍ୟାୟୋପାର୍ଜିତ ଟଙ୍କାରେ ସେ କୋଟି କୋଟି ଟଙ୍କାର ଜମିବାଡି ଓ ସମ୍ପତ୍ତିର ମାଲିକ ହୋଇପାରିଥିବା କୁହାଯାଉଛି । ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟର ବୋର୍ଡ ଓ ୟୁନିଭରସିଟିର ଶିକ୍ଷାଗତ ନକଲି ସାର୍ଟିଫିକେଟ୍ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାରେ ବିକି ଓ ନିଯୁକ୍ତି ନିମନ୍ତେ ୧୦ ଲକ୍ଷ ଟଙ୍କା ଦାବିକରି ସେ ପ୍ରଚୁର ଅର୍ଥ ଆଦାୟ କରିଛି । ବିଭିନ୍ନ ସ୍ଥାନରେ ତାର ବହୁ ଏଜେଣ୍ଟ ରହୁଛନ୍ତି । ଏବେ ବଲାଙ୍ଗୀର ଏସପି ନୀତିନ କୁଶଳକରଙ୍କ ନେତୃତ୍ଵରେ ପୁଲିସ୍ ର ତନାଘନା ଚଢଉ ପରେ ନକଲି ଚାକିରିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ଓ ଗିରଫ ଭୟରେ ସେମାନେ ଫେରାର୍ ହୋଇ ଯାଇଛନ୍ତି । 

ତେବେ ରାଜ୍ୟ କ୍ରାଇମବ୍ରାଞ୍ଚ ଅପେକ୍ଷା ଏହି ଆନ୍ତଃରାଜ୍ୟ ବ୍ୟାତ୍ପୃତ ଡାକବିଭାଗ, ରେଳବାଇ ପରି କେନ୍ଦ୍ର ସରକାରୀ ବିଭାଗର ଆପରାଧିକ ମାମଲାର ତଦନ୍ତ ନିମନ୍ତେ ସିବିଆଇ ହିଁ ଉପଯୁକ୍ତ ହୋଇପାରିଥା'ନ୍ତା ବୋଲି ଜନସାଧାରଣ ମତବ୍ଯକ୍ତ କରୁଛନ୍ତି ।  ରାଜ୍ୟର କ୍ରାଇମବ୍ରାଞ୍ଚ  ପରୀ ଅପହରଣ ଓ ହତ୍ୟା ଅଭିଯୋଗ, ପାଟଣାଗଡ ପାର୍ଶଲବୋମା ଡବଲ ହତ୍ୟାମାମଲା , ପାରଳାଖେମୁଣ୍ଡି ବନବିଭାଗ ଏସିଏଫ୍ ନିଆଁରେ ପୋଡି ମୃତ୍ୟୁଜନିତ ହତ୍ୟାଭିଯୋଗଠାରୁ ସଦ୍ୟତମ ମନ୍ତ୍ରୀ ନବଦାସ ଗୁଳିମରାଯାଇ ସ୍ପଷ୍ଟଦିବାଲୋକରେ ହତ୍ୟାକାଣ୍ଡ ପରି  ଗତ କେତୋଟି ବହୁଚର୍ଚ୍ଚିତ ଅପରାଧର ତଦନ୍ତରେ ନିନ୍ଦିତ ହୋଇଆସୁଛିି । ସିବିଆଇ ତଦନ୍ତ ବି ବିଗତବର୍ଷର ଟିଟିଲାଗଡ ବିକାଶ ଲାଠ ଅପହରଣ ଓ ହତ୍ୟାମାମଲା ଓ ରାଜ୍ୟର ଚିଟ୍ ଫଣ୍ଡ୍ ତଦନ୍ତରେ ବିଫଳ ହୋଇଛି । ତଥାପି ସଂକ୍ରାମକ ବ୍ୟାଧି ପରି ଏହି ଜାଲ୍ ସାର୍ଟିଫିକେଟ୍ ବା ଜାଲ୍ ନିଯୁକ୍ତି ଅଭିଯୋଗର ତଦନ୍ତ ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏକ ନିରପେକ୍ଷ ଉଚ୍ଚସ୍ତରୀୟ ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026

You Might Also Like