-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Mar-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ , ପ୍ରତ୍ୟେକ ଦିନ ଭଲି ଆଜି ମଧ୍ୟ ଉକ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଖାଇସାରିବା କିଛି ସମୟ ପରେ ୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥତା ଅନୁଭବ କରିବା ସହ ଝାଡା ବାନ୍ତି
ହୋଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ସ୍କୁଲ ଶିକ୍ଷକ ଓ ଅଭିଭାବକ ମାନେ ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କେଉଁ ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବିଷକ୍ତ ହେଲା ତାହା ଏଯାଏଁ ଜଣାପଡ଼ିନାହିଁ l ବିଦ୍ୟାଳୟର ଅନ୍ୟ କେହି ଛାତ୍ର ଛାତ୍ରୀ ଆଉ ଆକ୍ରାନ୍ତ ହୋଇଛନ୍ତି ନାଁ ନାହିଁ ଖବର ଲେଖା ହେବା ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରିନାହିଁ l