-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
15-Mar-2023
ସୁବର୍ଣ୍ଣପୁର-ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଜିଲ୍ଲା ସଂଘର ସଂପାଦକ ନରହରୀ ମହାପାତ୍ରାଙ୍କ ନେତୃତ୍ବରେ କର୍ମଚାରୀମାନେ ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ଆଗରେ ଏକତ୍ରୀତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ,କର୍ମଚାରୀମାନଙ୍କୁ ନିୟମିତ ଭାବେ ମାସିକ ଦରମା ପ୍ରଦାନ କରିବା , ଆଉଟସୋର୍ସିଂ କର୍ମଚାରୀ ଭାବେ ପୂର୍ବରୁ କାର୍ଯ୍ୟରତ ବା ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ପୂରଣ ପାଇଁ ନିବେଦନ କରିଛନ୍ତି ।ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ମାର୍ଫତରେ ରାଜ୍ୟ ସରକାରଙ୍କୁ ଅନେକବାର ଦାବି ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି ।ଏପରିକି କର୍ମଚାରୀମାନେ ନିଜ କାର୍ଯ୍ୟ ନିୟମିତ ଭାବେ କରିବା ସହିତ ବିନା ଛୁଟିରେ କାର୍ଯ୍ୟ କରି ଆସୁଛନ୍ତି ।ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଂଜଳି ଦେଇ ସରକାରୀ କାର୍ଯ୍ୟକୁ ନିଷ୍ଠାର ସହିତ କରି ଆସୁଛନ୍ତି ।ତେବେ କର୍ମଚାରୀଙ୍କ ଛୋଟ ଛୋଟ ଦାବି ପ୍ରତି
ବି ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି ।ଜଣେ ଜଣେ ଆଉଟସୋର୍ସିଂ କର୍ମଚାରୀ ଦୀର୍ଘ ଗୋଟିଏ ଦଶନ୍ଧିରୁ ଅଧିକ ହେବ ଜିଲ୍ଲାରେ କାର୍ଯ୍ୟ କରି ଆସୁଛନ୍ତି ।କର୍ମଚାରୀମାନେ କାର୍ଯ୍ୟ କରୁଥିବା ନିଜ ବିଭାଗ ମାର୍ଫତରେ ବି ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ହେଲେ ଜିଲ୍ଲା ପ୍ରଶାସନ ,ନିଯୁକ୍ତି ଦାତା ଅବା ରାଜ୍ୟ ସରକାର ଏହି କର୍ମଚାରୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି ।ବାରମ୍ବାର ଦାବି ଆପତ୍ତି ପରେ ବି ରାଜ୍ୟ ସରକାର ଧ୍ୟାନ ଦେଉ ନ ଥିବାରୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା ସଂଘ ନିଷ୍ପତ୍ତି ନେଇ ଆଜି ପୁଣି ଜିଲ୍ଲା ପ୍ରଶାସନ ଆଗରେ ନିଜର ଦାବି ଉପସ୍ଥାପନ କରିଛନ୍ତି ।ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।