-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ, ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ମଧ୍ୟରେ କ୍ରାନ୍ତି ଏକାନ୍ତ ଆବଶ୍ୟକ

03-Jan-2023



ବଲାଙ୍ଗୀର, ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ କ୍ରାନ୍ତିଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ବଲାଙ୍ଗୀର ସାଂବାଦିକ ଭବନ ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଆଜି ପାଳିତ ହୋଇଯାଇଛି ।  ଏହି ଅବସରରେ ସଂଗଠନର ସଭାନେତ୍ରେୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ତଥା କୁନା ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାଗରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୂଆପଡା ଜିଲ୍ଲା ନୂଆପଡା ବ୍ଲକ ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କାଉନସିଲର ଶମ୍ଭୁ ନାଗ , ଗଣ୍ଡାବଜା ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦ , ବଲାଙ୍ଗୀର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଲଳିତା ଦୀପ , ସମାଜସେବୀ ତଥା ଲେଖିକା ଲିଲି ପଟେଲ , ଟିଟିଲାଗଡ ଗରିବ ସେନାର ସଭାପତି ବିରେନ୍ଦ୍ର ବାଗ ଓ ଯୁବନେତା ଦ୍ରୋଣ କୁମ୍ଭାର ପ୍ରମୁଖ ଯୋଗ ଦେଇଥ୍‌ôଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ନନ୍ଦ ଓ ସୁଷମା ବଏ ପ୍ରମୁଖ ମଂଚାସୀନ ଥିଲେ । କାର୍ଯକ୍ରମରେ ସମାଜରେ କ୍ରାନ୍ତି ପାଇଁ ନାରୀ ଶିକ୍ଷାର ଆବଶକତା ଉପରେ ଏକ ଆଲୋଚନା ଚକ୍ର ରଖା ଯାଇଥିଲା । ବିଷୟ ବସ୍ତୁ ଉପରେ ଆଲୋଚନା କରି ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କହିଥିଲେ ଯେ , ତତ୍କାଳୀନ ସମୟରେ ମାତା ଫୂଲେ ନାରୀ ଶିକ୍ଷାର ପ୍ରସାର ପାଇଁ ଯେଭୂଳି କ୍ରାନ୍ତି ଆଣଇଥିଲେ ଆଜି ମଧ୍ୟ ସେଭଳି କ୍ରାନ୍ତିର ଆବଷଜ୍ଝ୍ୟକତା ରହିଛି । ଶିକ୍ଷାର ବ୍ୟାପକ ଅଗ୍ରଗତି ଘଟିଛି । ନାରୀମାନେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତେବେ ପ୍ରତ୍ୟେକ ଟି ନାରୀ ଯେଭଳି ଭାବେ ନିଜର ସାଂବିଧାନିକ ଅଧିକାରକୁ ସାବ୍ୟସ୍ତ କରି ପାରିବେ ଓ ହକ୍ ପାଇଁ ଲଢେଇ କରି ପାରିବେ , ସେଥି ପାଇଁ ସାମାଜିକ କ୍ରାନ୍ତିର ଆବଷ୍ୟକତା ରହିଛି ବୋଲି ଶ୍ରୀମତୀ ସାହୁ କହିଥିଲେ ।  ମୁଖ୍ୟବକ୍ତା ଶ୍ରୀ ମହାନନ୍ଦ କହିଥିଲେ ଯେ , ସମସ୍ତ ପ୍ରକାର ସମାଧାନର ବାଟ ହେଉଛି ଶିକ୍ଷା । ଗୁଲମୀ ମାନସିକତାରୁ ମୁକୁଳିବା ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ ।  ସାବିତ୍ରୀ ବାଈଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ଆଜି ନାରୀ ସମାଜ ନିରଜ ସ୍ଥିତିକୁ ଜାହିର କରିବାରେ ସଫଳ ହୋଇଛି । ସାମ୍ପ୍ରତିକ ସମୟରେ ଆମେ ସମସ୍ତେ ଫୁଲେଙ୍କ ସେହି ତ୍ୟାଗର ରାସ୍ତାକୁ ଆପଣାଇବାକୁ ପଡିବ ବୋଲି ମୁଖ୍ୟବକ୍ତା କହିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀମତୀ ନନ୍ଦ କହିଥିଲେ ଯେ , ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ହକ୍ ପାଇଁ ଲଢେଇ କରିବାକୁ ଏହି ସଂଗଠନ ଗଠନ କରାଯାଇଛି । ଆଗାମୀ ଦିନରେ ସଂଗଠନକୁ ବ୍ୟାପକ କରାଯିବ ଓ ମହିଳାଙ୍କ ସ୍ୱାର୍ଥ ପାଇଁ ଲଢେଇ କରାଯିବ ବୋଲି ଶ୍ରୀମତୀ ନନ୍ଦ କହିଥିଲେ । ସମ୍ମାନୀତ ଅତିଥି ବୃନ୍ଦ ମଧ୍ୟ ଫୁଲେଙ୍କ ଜୀବନୀ ଓ ତାଙ୍କ ସଂଘର୍ଷ ଉପରେ ମତବ୍ୟକ୍ତ କରିଥିଲେ । ପ୍ରଶାନ୍ତ ମହାକୁର , ତରଣୀସେନ ଦୀପ , ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ଓ ଭୂବନ ନାଗ ପ୍ରମୁଖ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like