-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଭୀମଭୋଇ ମେଡିକାଲ କଲେଜରେ ବେଡମିଣ୍ଟନ କୋର୍ଟ ଓ ବାସ୍କେଟବଲ କୋର୍ଟ ହେଲା ଉଦ୍‌ଘାଟନ, ଡାକ୍ତରୀ ଛାତ୍ରଙ୍କ ପାଇଁ ସମସ୍ତ ପ୍ରକାର ଖେଳ ଭିତ୍ତିଭୂମି ଉପଲବ୍ଧ କରାଯିବ: ନରସିଂହ

03-Jan-2023



ବଲାଙ୍ଗିର- ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଏକ ବାସ୍କେଟ ବଲ କୋର୍ଟ ଏବଂ ବ୍ୟାଡମିଣ୍ଟନ କୋର୍ଟ ର ଶୁଭ ଉଦ୍‌ଘାଟନ  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିବା ଏହି ବ୍ୟାଟମିଣ୍ଟନ କୋର୍ଟ ଏବଂ ବାସ୍କେଟବଲ କୋର୍ଟ ପାଇଁ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଗତ ବର୍ଷ ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଦରକାର ହେଉଥିବା ଅନୁଦାନ ରାଶି ପ୍ରଦତ୍ତ କରିଥିଲେ । ଛାତ୍ରୀ ନିବାସରେ ଦୁଇଟି ବ୍ୟାଡମିଣ୍ଟନ କୋର୍ଟ, ଛାତ୍ରଙ୍କ ପାଇଁ ଦୁଇଟି ଅଲଗା ବ୍ୟାଡମିଣ୍ଟନ କୋର୍ଟ ସହ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତ ମାନର ବାସ୍କେଟ ବଲ କୋର୍ଟ ପ୍ରଦତ୍ତ ରାଶିରେ ପୁର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଅଛି ।  ଏ ଉପଲକ୍ଷେ ଉପସ୍ଥିତ ଜିଲ୍ଲାପାଳ ଶ୍ରୀ ରାଣା ମେଡିକାଲ କଲେଜ ପରିସରରେ କ୍ରୀଡା ଭିତ୍ତିଭୂମି ପାଇଁ 

 ବିଧାୟକ ଶ୍ରୀ ମିଶ୍ର ବିଧାୟକ ପାଣ୍ଠି ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଏ ଖେଳ ପଡିଆରେ ଆଲୋକୀକରଣ ପାଇଁ ଏବଂ ଉଭୟ ଛାତ୍ରୀ ଓ ଛାତ୍ରଙ୍କ ନିମନ୍ତେ ଜିମ୍‌ନାସିୟମ ପାଇଁ ମଧ୍ୟ ବିଧାୟକ ଶ୍ରୀ ମିଶ୍ର ପାଣ୍ଠି ପ୍ରଦାନ କରିଥିଲେ । ଏ ଉପଲକ୍ଷେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଏହି ମେଡିକାଲ କଲେଜ ସହ ତାଙ୍କର ଏକ ଭାବଗତ ସମ୍ପର୍କ ଅଛି ତେଣୁ ଏଠାରେ କେବଳ କ୍ରୀଡା ନୁହେଁ ଚିକିତ୍ସା ଓ ପାଠପଢାରେ ମଧ୍ୟ ଦରକାର ହେଉଥିବା ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସେ ପ୍ରତିଶୃତିବଦ୍ଧ । ଉଚ୍ଚ ଶିକ୍ଷା ଅନୁଷ୍ଠାନ ପାଇଁ ଯେତେବେଳେ ବି ପାଣ୍ଠି ଦରକାର ପଡିଛି ସେ ଅନାୟସରେ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିଛନ୍ତି ବୋଲି 

 ସେ କହିଥିଲେ । ଆଲୋଚନା ସମୟରେ ନିର୍ମାଣଧିନ ୬୫ ଶଯ୍ୟା ବିଶିଷ୍ଟ ହସପିଟାଲ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ତାର ନିର୍ମାଣ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବ ସେ ଉପରେ ଜିଲ୍ଲାପାଳ ଧ୍ୟାନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ । କଲେଜ ର ପାଠପଢା ତଥା ଅନ୍ୟାନ୍ୟ କର୍ମଚାରୀ ସମସ୍ୟାକୁ ନେଇ ଉପସ୍ଥିତ ଡିନ୍ ସବିତା ମହାପାତ୍ର ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଇସ ପ୍ରିନ୍ସିପାଲ ଡା. ଜ୍ୟୋତିଷ ଚନ୍ଦ୍ର ଚୈାଧୁରୀ, ୟୁନିୟନ ଏଡଭାଇଜର ଡା. ଶ୍ରୀକାନ୍ତ ପଣ୍ଡା, ଛାତ୍ର ସଭାପତି ବିଶାଳ କୁମାର ପଣ୍ଡା, ସଂପାଦକ ଅଭିଷେକ ପାଣି, ଉପ-ସଭାପତି ସ୍ୱାଗତ ରଂଜନ ପୁରୋହିତ, ସହ-ସଂପାଦକ ଶିବମ ଅଗ୍ରୱାଲ, ଖେଳ ସଂପାଦକ କେଦାର ନାଏକ, ସହ-ସଂପାଦକ ଗୋବିନ୍ଦ ଚନ୍ଦ୍ର ମରାଣ୍ଡିଙ୍କ ସମେତ ଛାତ୍ରୀ ନିବାସରେ ଛାତ୍ର ଛାତ୍ରୀଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like