-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ପକ୍ଷରୁ ପାରିବାରିକ ବନ୍ଧୁ ମିଳନ

26-Dec-2022



ସୋନପୁର/ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର) ରବିବାର ଦିନ ସୋନପୁର ଛନଛାନ ଡୁଙ୍ଗୁରି ସ୍ଥିତ ଯୋଗେଶ୍ବର ମନ୍ଦିର ଠାରେ ସୋନପୁର ଜିଲ୍ଲା ସାମ୍ବାଦିକ ସଂଘ ପାରିବାରିକ ବୈଠକ ସଂଘର ସଭାପତି ଶ୍ରୀ ଗୋରେଖନାଥ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ପ୍ରାରମ୍ଭରେ ଶ୍ରୀ ସାହୁ ସମସ୍ତଙ୍କୁ ପାରିବାରିକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ରକ୍ଷା କରି ସଂଘର ସମୃଦ୍ଧ ବୃଦ୍ଧି କରିବାକୁ ଆହ୍ବାନ ଦେଇଥିଲେ I ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ , ବେଣୁଧର ପ୍ରଧାନ, ଶେଷଦେବ ବାରିକ, ବିପ୍ର ଚରଣ ସାହୁ ପ୍ରମୁଖ ସାମ୍ବାଦିକମାନେ ନିଜଶ୍ବ ଶୈଳୀରେ ଅନୁସନ୍ଧାନମୂଳକ ସଂବାଦଗୁଡକ ଲୋକଲୋଚନକୁ ଆଣି କାହାରି ଗୋଡାଣିଆ ନ ହେବାକୁ କହିଥିଲେ I ଏକଦା ସଂଘ ନିଜସ୍ବ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ କରି ସର୍ବତ୍ର ଲୋକଲୋଚନକୁ ଆସିଥିଲା I ମାତ୍ର ସଂପ୍ରତି ଏକତାବଦ୍ଧ ହରାଇଥିବାରୁ ସାଂସ୍କୃତିକ ଚେତନା ପ୍ରସାରଣରେ ଉଦାସୀନତା ଦେଖାଯାଇଛି I ସମସ୍ତେ ପରସ୍ପର ମଧ୍ୟରେ ସହଯୋଗ ଓ ସହଭାଗିତା ରଖି  ମାଁ ମାଟିର ସମୃଦ୍ଧି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ I ଏହି ବୈଠକରେ ଆସନ୍ତା ଫେବୃୟାରୀ ମାସରେ ସଂଘର ରଜତ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅଗୋଟି ବ୍ଲକରୁ ସାମ୍ବାଦିକମାନେ ସପରିବାର ଯୋଗଦେଇଥିଲେ । ଛନଛାନ ଡୁଙ୍ଗୁରିର ପାହାଡ ଉପରେ ଥିବା ଯୋଗେଶ୍ବର ମନ୍ଦିରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା ।ପାଖାପାଖି 40ଜଣ ସାମ୍ବାଦିକ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଅବସରରେ ସମ୍ବାଦିକମାନଙ୍କ ପୁଅ ଝିଅମାନଙ୍କ ମଧ୍ୟରେ ନାଚ, ଗୀତ ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ତିନିଗୋଟି ବର୍ଗରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ନାଚରେ ସୁରନ୍ୟା ଦାସ, ଅଭିପ୍ସା ଶତପଥୀ , ଶ୍ରେୟା ଶ୍ରୀୟାସିଂ ସାହୁ ଓ ଅମନ ଅମ୍ଲାନ ସାହୁ ଶ୍ରେଷ୍ଠ ହୋଇଥିଲେ ।ସେହିପରି ଗୀତରେ ଜ୍ୟୋର୍ତିମୟୀ ପୁଝାରୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ ।ପରେ ପରେ ସଂଘର ସଭାପତି ଓ  ସଂପାଦକ ଏହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାମ୍ବାଦିକମାନେ ନିଜ ନିଜ ପରିବାର ସହିତ ଯୋଗଦେଇଥିବା ବେଳେ ନିଜ ନିଜ ଭିତରେ ଭାବ ବିନିମୟ କରିଥିଲେ ।ପରେ ପରେ ସଂଘର ସଂପାଦକ ବ୍ୟମୋକେଶ ଦାସ ରଜତ ଜୟନ୍ତୀ ପାଳନ ଓ ବନ୍ଧୁ ମିଳନ ଉପରେ ଆଲୋଚନା କରିଥିଲେ ।ଆଗାମୀ ଜାନୁୟାରୀ ମାସରେ ପୁଣି ଥରେ ସାମ୍ବାଦିକମାନେ ମହାନଦୀରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯୋଗେଶ୍ବର ମନ୍ଦିରରେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିବା ବେଳେ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ପ୍ରଶାଦ ବଣ୍ଟନ କରାଯାଇଥିଲା।ଏହି ପାରିବାରିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ମେହେର, ସାଗର ଜେନା, କମଳ ରଞ୍ଜନ ପରିଚ୍ଛା, ଧ୍ରୁବ ଚରଣ ମିଶ୍ର, ଧୀରେନ୍ଦ୍ର ଦାନୀ, ନିରଞ୍ଜନ ମିଶ୍ର, ଅରବିନ୍ଦ ପୁଝାରୀ, ଧରଣୀଧର ମିଶ୍ର,ସନ୍ତୋଷ କୁମାର ମିଶ୍ର, ମୃତ୍ୟୁଞ୍ଜୟ ଶତପଥୀ, ମନୋରଞ୍ଜନ ପାଣିଗ୍ରାହୀ, ଅରବିନ୍ଦ ମିଶ୍ର, ବାସୁଦେବ ପଣ୍ଡା, ନନ୍ଦକିଶୋର ମିଶ୍ର, ଉଗ୍ରସେନ କର୍ମୀ, ମହାଦେବ ମଲ୍ଲିକ, ରାଜ କୁମାର ମହାକୁର , ମାନଭଞ୍ଜନ ପୁଝାରୀ, ଧର୍ନୁଜୟ ଆଡଜୁଆଡି, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ Iଶେଷରେ କୋଶଳ ସାପ୍ତାହୀକ ପତ୍ରିକାର ସହ ସଂପାଦିକା ମୀନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026

You Might Also Like