-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||     

HOME   ଜିଲ୍ଲା

ପଦ୍ମପୁରକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଘୋଷଣା ର ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ଜିଲ୍ଲା ଗଠନ ଦାବି ମୁଣ୍ଡ ଟେକୁଛି, ସାରା ରାଜ୍ୟରେ ଜନଅସନ୍ତୋଷ ରାଜ୍ୟ ସରକାର ଙ୍କୁ ଅଡ଼ୁଆରେ ପକାଇପାରେ!

24-Nov-2022



ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ ପାଇଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରି ଟିଟିଲାଗଡ଼ରେ ରାଜନୀତିର ତାପମାତ୍ରା ବଢ଼ାଇ ଦେଇଛନ୍ତି । ଏବେ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ବାସୀ ରାଜରାସ୍ତାକୁ ବାହାରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି ଟିଟିଲାଗଡ଼ ଜିଲ୍ଲା ଦାବି। ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ ଏହି ଆନ୍ଦୋଳନର ନେତୃତ୍ବ ନେଉଛି ।

ଟିଟିଲାଗଡ଼ରେ ସକାଳୁ ସଂଧ୍ୟା ବନ୍ଦ ଡାକରା ଦିଆଯାଇଥିବା ବେଳେ ଟିଟିଲାଗଡ଼ ସହର ସାଙ୍ଗକୁ ସଇଁନ୍ତଲା ବ୍ଲକ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଏପରିକି ଗାଁ ଗାଁରେ ଏହି ଆନ୍ଦୋଳନ କରାଯିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି । ଏହି ବନ୍ଦରେ ଟିଟିଲାଗଡ଼ ସହରର ସମସ୍ତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାଙ୍ଗକୁ ବଣିକ ସଂଘ ସାମିଲ ହୋଇଛନ୍ତି। ଏହାକୁ ନେଇ ଏବେ ବିଜେଡି ହରଡ଼ଘଣାରେ ପଡିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗ କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିରୋଧୀ ଦଳମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଜିଲ୍ଲା ଗଠନ ଦାବି ଜୋର ଧରିଛି ।  କୁହାଯାଉଛି ଆଗାମୀ ଦିନରେ ଆଉ ୬ ଜିଲ୍ଲା ଗଠନ ପାଇଁ ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି । ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନ କରାଯାଉଥିବାରୁ ଏହାର ପ୍ରଭାବ ମଧ୍ୟ ଆଗାମୀ ନିର୍ବାଚନରେ ପଡିବାର ସଂଭାବନା ଥିବା ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।ଓଡ଼ିଶାରେ ୧୩ଟି ଜିଲ୍ଲା ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୩୦ ଜିଲ୍ଲା କରିଥିଲେ । ଦଶମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୁ ପଟ୍ଟନାୟକ ୩୦ ଜିଲ୍ଲା  ଗଠନ କରିବାକୁ ଘୋଷଣା କରିଥିଲେ । ଯାହାର ପ୍ରଭାବ ଦଶମ ବିଧାନସଭା ନିର୍ବାଚନ ଉପରେ ପଡିଥିଲା ଏବଂ ବିଜୁ ପଟ୍ଟନାୟକ ୧୨୩ ଟି ଆସନ ପାଇ ସରକାର ଗଠନ କରିଥିଲେ । ୫.୦୩.୧୯୯୦ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ  ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ୩୦ ଟି ଜିଲ୍ଲା ଗଠନ କରିଥିଲେ । କଟକ, କୋରାପୁଟ, ସମ୍ବଲପୁର ଜିଲ୍ଲାକୁ ୪ଟି ଲେଖାଏଁ ଜିଲ୍ଲାରେ ପରିଣତ କରାଯାଇଥିଲା । ପୁରୀ ଜିଲ୍ଲାକୁ ୩ଟି ଜିଲ୍ଲା କରାଯାଇଥିଲା । ବାଲେଶ୍ବର, ଗଂଜାମ, ଢ଼େଙ୍କାନାଳ, କଳାହାଣ୍ଡି, ଫୁଲବାଣୀ ଜିଲ୍ଲାକୁ ଦୁଇଟି ଜିଲ୍ଲା କରାଯାଇଥିଲା । ସେତେବେଳେ ଅନ୍ୟ ଜିଲ୍ଲା ଗଠନ ଦାବି ଉଠିଥିଲେ ମଧ୍ୟ ବିଜୁ ପଟ୍ଟନାୟକ ଏହି ଦାବି ପରେ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ ୧୯୯୫ ପରେ ଆଉ ବିଜୁ ପଟ୍ଟନାୟକ ସରକାରକୁ ଫେରିନଥିଲେ । ଏବେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଥିବାବେଳେ ପଦ୍ମପୁର ଜିଲ୍ଲାକୁ ନୂଆ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

 

ପଦ୍ମପୁର ସବ୍‍ଡିଭିଜନକୁ ନୂଆ ଜିଲ୍ଲା ମାନ୍ୟତା ଦେବା ଘୋଷଣା ପରେ ଏବେ ପୁରୁଣା ଦାବି ପୁଣି ପୂରଣ ପାଇଁ  ଆଉ ୧୦ରୁ ଅଧିକ ନୂଆ ଜିଲ୍ଲା ଗଠନ ଲାଗି ଦାବି ଉଠୁଛି । ପଦ୍ମପୁର ପରେ ଏବେ ଆନ୍ଦୋଳନ ଅନେକ ସ୍ଥାନରେ ଆରମ୍ଭ ହୋଇଛି ।  ଭୁବନେଶ୍ୱରକୁ ସ୍ୱତନ୍ତ୍ର ନୂଆ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଦଳମତ ନିର୍ବିଶେଷରେ ଦାବିହୋଇ ଆସୁଛି । ରାୟଗଡାର ଗୁଣୁପୁର, କଳାହାଣ୍ଡିର ଧର୍ମଗଡ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ବାଲେଶ୍ୱରର ଜଳେଶ୍ୱର ଓ ଅନୁଗୁଳର ତାଳଚେର,କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର , ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଗଂଜାମ ଜିଲ୍ଲାର ବ୍ରହ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦାବି ଏବେ ପୁଣି ଜୋର ଧରିଛି ।

ବରଗଡ ଜିଲ୍ଲା ଅନ୍ତର୍ଭୁକ୍ତ ପଦ୍ମପୁର ସବ୍‍ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବା ଲାଗି ପ୍ରାୟ ୩୦ବର୍ଷ ତଳେ ମଧ୍ୟ ଆଲୋଚନା ହୋଇଥିଲା ।  ନୂଆ ଜିଲ୍ଲା ଗଠନ ବେଳେ କମିଟି  ମଧ୍ୟ ପଦ୍ମପୁର ଜିଲ୍ଲା ହେବାକୁ ସୁପାରିସ କରିଥିଲା ।  ତେବେ ଶେଷ ମୁହୂର୍ତ୍ତରେ ଏହା ବରଗଡ଼ ଜିଲ୍ଲାରେ ରହିଯାଇଥିଲା । ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ଏବେ ରାଜ୍ୟରେ ଆଉ ଏକାଧିକ ଜିଲ୍ଲା ଗଠନ ଲାଗି ଦାବି ଜୋର୍‍ ଧରିଥିବା ବେଳେ ଏହାକୁ ବିଜେଡି କିପରି ମ୍ୟାନେଜ କରୁଛି ତାହା ବଡ଼ ପ୍ରଶ୍ନ । ଏମିତିକି ବିଧାୟକଙ୍କଠାରୁ ଆରମ୍ଭକରି  ପୌରାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ଅନେକ ନେତା ଜିଲ୍ଲା ଗଠନ ପାଇଁ ସାଧାରଣ ଲୋକଙ୍କ ସହ ଆନ୍ଦୋଳନରେ ବସୁଛନ୍ତି । ତେବେ ଏହି ନୂତନ ଜିଲ୍ଲା ଗଠନ ଦାବିକୁ ମୁଖ୍ୟମନ୍ତ୍ରୀ କିପରି ସମାଧାନ କରୁଛନ୍ତି ତାହାକୁ ଅପେକ୍ଷା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026

You Might Also Like