-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
21-Sep-2022
ବଲାଙ୍ଗୀର-ପୁର୍ବାପେକ୍ଷା ବଲାଙ୍ଗିର ଜିଲ୍ଲାରେ ପାସ ହାର ବଢିଥିଲେ ସୁଦ୍ଧା ସିଟ ସଂଖ୍ୟା ବଢିପାରୁ ନାହିଁ । ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣିରେ ଉଚ୍ଚ ମାର୍କ ରଖି ମଧ୍ୟ ଛାତ୍ରଛାତ୍ରୀମାନେ ଯୁକ୍ତ୨ ଓ ଯୁକ୍ତ୩ ପଢିବା ପାଇଁ ସିଟ ପାଉ ନାହାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏହି ବିଷୟକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ଜିଲ୍ଲାରେ ଯୁକ୍ତ୨ ଓ ଯୁକ୍ତ୩ ରେ ସିଟ ସଂଖ୍ୟ
ବଢାଇବା ଦାବୀ ନେଇ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ଗୁରେଶ୍ୱର ଭୋଇଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ନିରଞ୍ଜନ ମିଶ୍ର, ଟୁଲ ସେନ, ନିତିଶ ପ୍ରଧାନ, ସୁଜିତ କମ୍ଭାର, ଅଂଚଳ ପଣ୍ଡା, ସୁମନ୍ତ ବିଭାର,ଶଙ୍କର ବିଶି, ଚିନ୍ମୟ ବେହେରା, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।