-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ତହସିଲଦାର ଙ୍କ ମାତ୍ରାଧିକ କାର୍ଯ୍ୟକଳାପ, ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାୟୀତ୍ୱ ଦେବା ନେଇ ଆଇନଜୀବୀ ଓ ସାଧାରଣ ରେ ତୀବ୍ର ଅସନ୍ତୋଷ,କାର୍ଯ୍ୟାନୁଷ୍ଠାନ ଦାବି

22-Nov-2020



 ଟିଟିଲାଗଡ଼(ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ମନୋମୁଖୀ କାର୍ଯ୍ୟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ତହସିଲଦାର   ଆନନ୍ଦ କୁମାର ପଣ୍ଡା ଟିଟିଲାଗଡ଼ ତହସିଲ ଅଧୀନରେ ଯୋଗଦାନ କରିବା ଦିନ ଠାରୁ ସେ ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାଇତ୍ଵ ପ୍ରଦାନ କରି ନିଜେ କୌଣସି କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସାଧାରଣ ନାନା ପ୍ରକାର ଦୁର୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ରାଜସ୍ୱ ଆଦାୟ କୁ ଆଳ କରି ମିଥ୍ୟା ବାହାବାହା ନେଉଥିବା ବେଳେ ଜାଣିଶୁଣି ସରକାରୀ ନିୟମ ଅନୁଯାୟୀ କୌଣସି ବାଲିଘାଟ କିମ୍ବା ପଥର କୁଆଁରି ମାନ ମାସ, ମାସ ରୁ ଉର୍ଦ୍ଧ୍ବ ହୋଇ ଯାଇଥିବା ସତ୍ୱେ ସେ ନେଇ କିଏ ଟେଣ୍ଡର ପାଇଲେ କିମ୍ବା କିଏ ଲିଜ ନେଲେ ସେ ନେଇ ସାଧାରଣ ଙ୍କୁ କିଛି ସୂଚନା ଦିଆଯାଉ ନାହିଁ। ଏପରିକି କିଏ ଲିଜ ବା ଟେଣ୍ଡର ନେଲେ ଓ ରାଜସ୍ବ ଆଦାୟ ପତ୍ର ଓ ମୁଲ୍ୟହାର କେତେ ସେ  ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଉ ନାହିଁ । ଅପରପକ୍ଷରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦିଆ ଯାଇଛି। ସମ୍ପୁକ୍ତ ବ୍ୟକ୍ତି ଓ ଠିକାଦାର ଙ୍କୁ ଯୋଗାଉ ଥିବା ଆବଶ୍ୟକ ସାମଗ୍ରୀ ବିଶେଷ ଭାବରେ ଟ୍ରାକ୍ଟର ଗୁଡିକୁ ମନଇଚ୍ଛା ଅଟକ ରଖି ବାରମ୍ବାର ମୋଟା ଅଙ୍କ ର ଫାଇନ ଆଦାୟ କରାଯାଉଥିବା  ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ରେ ଥିବା ସମସ୍ତ ଟ୍ରାକ୍ଟର, ଡ଼ମ୍ଫର,ଜେ ସି ପି ଗୁଡିକ ବିଭିନ୍ନ ଫାଇନାନ୍ସ କମ୍ପାନୀ ଜରିଆରେ ଚାଲୁଥିବା ବେଳେ ସେମାନେ ଘୋର ଆର୍ଥିକ ଦୁର୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଏଣୁ ଉକ୍ତ ଲିଜ ବା ଟେଣ୍ଡର ଧାରୀ ଙ୍କ ନାମ, ସ୍ଥାନ ମାସ ମାସ ଧରି ବିତିଯିବା ସତ୍ୱେ ପ୍ରକାଶ ନ କରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏପରି କି ଉକ୍ତ ତହସିଲଦାର ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ନ ରହିବା ଓ ମନଇଚ୍ଛା ଆସି ଚାଲିଯିବା ଯୋଗୁଁ ଦୂର,ଦୁରାନ୍ତ ରୁ ହିତାଧିକାରୀ ଆସି ନିଜ ଆବେଦନ, ନିବେଦନ କରି ପାରୁ ନାହାଁନ୍ତି । ଏପରି କି କରୋନା ଆଳ କରି ଡ୍ରପ ବାକ୍ସ ରେ ପକେଇ ଦେବାକୁ ଉପସ୍ଥିତ କର୍ମଚାରୀ କହିବା ଓ ଦିନ ଗଡି ଚାଲିବା ସତ୍ୱେ ବାରମ୍ବାର ଆବେଦନ କରି କିଛି ସୁଫଳ ନ ମିଳିବା ଓ ତାଙ୍କ ସାକ୍ଷାତ ନ ମିଳିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। 

ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାଇତ୍ଵ ଦେଇ ଦିଆଯାଇଥିବା ବେଳେ ଯେପରି କି ତହସିଲଦାର ନିଜେ ଜମି ପଟା, ଜାତିଗତ,ଆୟ ,ବାସିନ୍ଦା,ଜମି ପଟ୍ଟା ର ନକଲ କପି,ଜମିସିମା ନିର୍ଧାରଣ ମାମଲା,ଜମି କିସମ ପରିବର୍ତନ,ଏବଂ ,୧୪୪,୧୦୭ ଆଇନ ଅନୁଯାୟୀ ଧାରା ଲାଗୁ ନିଜେ କରିବା ,ତଥା  କରୋନା ସୁରକ୍ଷା ଦାଇତ୍ଵ ପରି ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଉକ୍ତ ଅତିରିକ୍ତ ତହସିଲଦାର ଙ୍କ ଉପରେ ଲଦି ଦିଆ ଯାଇଛି । ଦୀର୍ଘ ଦିନ ଧରି ପଡିରହିଥିବା ଏହି ମାଲି, ମକଦ୍ଦମା କାର୍ଯ୍ୟ ହୋଇ ନ ପାରିବା ଓ ନିଜ ମନମୁଖୀ କରି ଚାଲିଥିବା ବେଳେ ସାଧାରଣ ଦୁର୍ଦଶା ର ଶିକାର ହୋଇ ଚାଲିଛନ୍ତି । ଆକାର ଓ ଆୟତନ ଅନୁଯାୟୀ ଟିଟିଲାଗଡ଼ ସବ ଡିଭିଜନ  ଓଡ଼ିଶା ରେ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହି ତହସିଲ ର ଅନେକ ମୌଜା ର ସାଧାରଣ ଜନତା ନିର୍ଭରଶୀଳ ରହିଛନ୍ତି । ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଇନଜୀବୀ ଓ ସାଧାରଣ ରେ ଦୃଢ଼ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like