-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଯୁବତୀ ଚାଲାଣ ସକ୍ରିୟ ବିବାହର ପ୍ରଲୋଭନ ଦେଖାଇ ୭ଠ ହଜାର ଟଙ୍କା ଚୁନା ଲଗାଇ ଦଲାଲ ଫେରାର

21-Nov-2020



ବଲାଙ୍ଗୀର,୨୧/୧୧(ପ୍ରେରଣା ଖବର)- ବଲାଙ୍ଗୀର ସହରର ଉପାନ୍ତ ଅଂଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଝିଅ ମାନଙ୍କୁ ଦେଖାଇ ବିବାହ କରାଇ ଦେବା ନାଁ ରେ ବାହ୍ୟ ରାଜ୍ୟର ଯୁବକ ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଦଲାଲ ଫେରାର ମାରିଥିବା ଘଟଣାରେ ବାହର ରାଜ୍ୟର ଦୁଇ ଜଣ ଯୁବକ ଆଜି ଟାଉନ ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି । 
   ସୂବନାରୁ ପ୍ରକାଶ ଯେ, ଜନୈକ ଦୀପକ ମିଶ୍ର ନାମକ ବ୍ୟକ୍ତି ମଧ୍ୟପ୍ରଦେଶର ସାଗର ଜିଲ୍ଲା, ଥାନା ସାୟଗଡ଼ ନିକଟସ୍ଥ ନିବାଇ ଗ୍ରାମର ଦୁଇ ଜଣ ଯୁବକ କିଶୋରୀ ପାଲ(୨୪) ଓ ରାଜଭାନ ପାଲ(୨୭)ଙ୍କୁ ବିବାହ କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରଥମେ ୪ଠହଜାର ଟଙ୍କା ଏବଂ ପରେ ୩ଠହଜାର ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିବା ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଯୁବକ ଦ୍ୱୟଙ୍କ କହିବା ଅନୁଯାୟୀ ଦୀପକ  ମିଶ୍ର ନାମକ ଏକ ବ୍ୟକ୍ତି ଏହି ଦୁଇ ଯୁବକଙ୍କୁ ବଲାଙ୍ଗୀରରେ ଝିଅ ଅଛନ୍ତି, ବିବାହ କରାଇ ଦେବି କହି ବଲାଙ୍ଗୀରକୁ ଡାକିଥିଲା । ସେମାନେ ୧୯ ତାରିଖରେ ବଲାଙ୍ଗୀରରେ ପହଞ୍ଚିବା ପରେ ପ୍ରଥମେ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ସାହୁ ଲଜ୍‌ରେ ରଖିଥିଲା ପରେ ଏମାନେ ଦୀପକ ସହ ଝିଅ ଘରକୁ ଝିଅ ଦେଖିବା ପାଇଁ ଯାଇଥିଲେ ।  ବାପା ମାଁ ଘରେ ନଥିବାରୁ ସାନ ଝିଅ ସେମାନଙ୍କୁ ଝିଅର ଫଟୋ ଦେଖାଇ ପରେ ଆସିବା ପାଇଁ କହିଥିଲେ । ପୁଣି ଅପରାହ୍ନରେ ଦୀପକ ଏମାନଙ୍କୁ ଭାଗିରଥୀ ଛକ ତାରା ଲଜ୍‌ରେ ଆଣି ରଖିଥିଲା । 
            
   ଯୁବକଙ୍କ ବୟାନ ମୁତାବକ  ଦୀପକ ପୂର୍ବରୁ  ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଏଠାରୁ ଝିଅ ବାହା କରାଇ ପଠାଉଥିବାର ଖବର ପାଇ ଏମାନେ ଦୀପକ ସହ ଯୋଗାଯୋଗ କରିଥିଲେ ।  ୧୯ ତାରିଖ ସଂଧ୍ୟାରେ ଦୀପକ ଏମାନଙ୍କ ଠାରୁ ପ୍ରଥମେ ୪ଠ ହଜାର ଟଙ୍କା ନେଇଥିବା ବେଳେ ୨ଠ ତାରିଖ ରେ ୩ଠ ହଜାର ଟଙ୍କା ଝିଅ ଘରକୁ ଦେବି କହି ନେଇ ଚାଲି ଯାଇଥିଲା । ସେହି ଦିନ ସଂଧ୍ୟାରେ ଆସନ୍ତା କାଲି ବିବାହ ହେବ କହି ଝିଅ ପାଇଁ ମଙ୍ଗଳସୂତ୍ର, ଶାଢ଼ୀ ଓ ବିଭିନ୍ନ ବିବାହ ସାମଗ୍ରୀ କିଣିବା ପାଇଁ ପୁଣି ୫ହଜାର ଟଙ୍କା ନେଇଯାଇଥିଲା । ପାଖରେ ପଇସା ନଥିବା ଯୋଗୁଁ ଏମାନେ ଗାଁ ର ସଂପର୍କୀୟ ମାନଙ୍କ ଠାରୁ ଟଙ୍କା ମଗାଇ ଥିଲେ । ୨୧ ତାରିଖ ଦିନ ଯୁବକ ଦ୍ୱୟ ଦୀପକକୁ ଫୋନ କରିବାରୁ ଚେରୁପାଲି ଗ୍ରାମକୁ ଆସିବା ପାଇଁ କହିଥିଲା । ଚେରୁପାଲିରେ ପହଂଚି ଫୋନ କରିବାରୁ ଦୀପକ ଆଉ ଫୋନ୍ ଉଠାଇ ନଥିଲା । ବାରମ୍ବାର ଫୋନ ପରେ ମଧ୍ୟ କୌଣସି ଯୋଗାଯୋଗ ହୋଇ ନପାରିବାରୁ ବାଧ୍ୟ ହୋଇ ଏମାନେ ବଲାଙ୍ଗିର ଟାଉନ ଥାନାରେ ଦୀପକ ନାଁ ରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ । ଏମାନଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଟାଉନ ଥାନାରେ ଠକେଇ ମାମଲା କେଶ ନଂ ୫ଠ୬, ଦଫା ୪୨ଠ ଓ ୩୪ ଆଇପିସି ରେ କେଶ ରୁଜୁ କରି ଯୁବତୀ ଚାଲାଣ ର‌୍ୟାକେଟର ପୋଲିସ ତଦନ୍ତ ଚଲାଇଛି । ଉପରୋକ୍ତ ବିଷୟକୁ ନେଇ ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଏହି କେଶ ର ତଦନ୍ତ କରି ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି । 
   ଏପଟେ ଏହି ଯୁବକ ଦ୍ୱୟଙ୍କୁ ଜୀବନରେ ମାରି ଦେବା ପାଇଁ ଦୀପକ ଧମକ ଦେଇଥିବା ବିଷୟ ଏମାନେ ଅଭିଯୋଗ କରି ନ୍ୟାୟ ମିଳିବା ତଥା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । 


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026

You Might Also Like