-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||     

HOME   ଜିଲ୍ଲା

ସଂଗଠକ ତଥା ଯୁବକ ଙ୍କ ମାର୍ଗଦର୍ଶକ ମିତ୍ର ଭାନୁ ବଗର୍ତ୍ତୀ ଙ୍କ ବିୟୋଗ ରେ ଗାଁ ଓ ସୋନପୁର ବ୍ଲକ ଅଂଚଳ ରେ ଶୋକ

14-Jul-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଦୀର୍ଘ ଦୁଇ ମାସ ଯାଏ କୋଭିଡ ସଂକ୍ରମଣ ରେ ସଂକ୍ରମିତ ହୋଇ  ପ୍ରଥମେ  ସୋନପୁର ଓ ପରେ ଭୁବନେଶ୍ୱର ସୋମ କୋଭିଡ  ମେଡିକାଲ ରେ ଚିକିତ୍ସିତ ହୋଇ ଶେଷରେ ଗାଁ କୁ ଫେରି ଗତ କାଲି ମଙ୍ଗଳବାର  ମୃତ୍ୟୁବରଣ କରିଛନ୍ତି  ଵିଶିମୁଣ୍ଡା ଗାଁ ତଥା ସୋନପୁର ବ୍ଲକ ଅଞ୍ଚଳ  ର ଖୁବ ପରିଚିତ  63 ବର୍ଷୀୟ ବ୍ୟକ୍ତି   ମିତ୍ରଭାନୁ ବଗର୍ତ୍ତୀ l ଜଣେ ଶାନ୍ତ, ନମ୍ର, ଭଦ୍ର, ଅମାୟିକ ବ୍ୟକ୍ତିତ୍ୱ ସେ l  ପିଲା ବେଳ ରୁ  ଗାଁ  ଓ ଏ ଅଞ୍ଚଳ  ଯୁବକ ମାନଙ୍କ ପ୍ରେରଣା ର ଉତ୍ସ ପାଲଟିଥିବା ଜଣେ ସୁ -ସଂଗଠକ ଓ ମାର୍ଗଦର୍ଶକ ଭାବେ ଶ୍ରୀ ବଗର୍ତ୍ତୀ  ଖୁବ ଖ୍ୟାତି ଅର୍ଜନ କରିଥିବାରୁ ଗତ କାଲି ତାଙ୍କ ଦେହାନ୍ତ ଖବର ଵିଶିମୁଣ୍ଡା ଗାଁ ପଞ୍ଚାୟତ ସମେତ ସମଗ୍ର ସୋନପୁର ବ୍ଲକ ଅଞ୍ଚଳ ରେ ଶୋକ ଖେଳିଯାଇଛି l ଗତ କାଲି ମଙ୍ଗଳବାର ରାତି ରେ ଗାଁ ସ୍ୱର୍ଗ ଦ୍ୱାର ରେ  ସ୍ବର୍ଗୀୟ ବଗର୍ତ୍ତୀ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମଧୁ ସୁଦନ ଓତା, ପ୍ରାକ୍ତନ ସରପଞ୍ଚ ମଙ୍ଗଳ ତାଣ୍ଡି, ଜ଼ିଲ୍ଲା  ବିଜେପି ନେତା ପ୍ରମୋଦ ମହାପାତ୍ର, ସୁରେଶ ମିଶ୍ର, ବଲାଙ୍ଗୀର  ର ଯୁବ କଂଗ୍ରେସ ନେତା ଚନ୍ଦ୍ରମଣି ତ୍ରିପାଠୀ, ମେଣ୍ଡା ର ରାମ ଶଙ୍କର ମହାପାତ୍ର , ଗାଁ ଫୋରେଷ୍ଟ କର୍ମଚାରୀ ଙ୍କ ସମେତ ଏ ଅଞ୍ଚଳ ର ବହୁ  ମାନ୍ୟ ଗଣ୍ୟ ଯୁବକ, ବୁଦ୍ଧିଜୀବୀ,  ସମାଜସେବୀ ଶ୍ରୀ ବଗର୍ତ୍ତୀ ଙ୍କ ମର ଶରୀର କୁ  ଅନ୍ତିମ ଦର୍ଶନକରି ଶେଷ ସମ୍ମାନ ଜଣାଇଥିଲେ l ଅଭାବ ଅସୁବିଧା ରେ ଥିଲେ ଵି  ଶ୍ରୀ ବଗର୍ତ୍ତୀ ଜୀବନ ରେ କେବେ ନିଜ  ସ୍ଵଭାଵ କୁ ବିଗାଡି ନ ଥିଲେ l ମଣିଷ ଙ୍କ ଭିତରେ ଜଣେ ଭଲ ଓ଼ ଭାରି ସ୍ୱାଭିମାନୀ ମଣିଷ ଥିଲେ  ସେ l  ଫରେଷ୍ଟ ବିଭାଗ ଗାଁ ଅଫିସ ରେ  ଅସ୍ଥାୟୀ ଭାବେ ମୁନସୀ  କାର୍ଯ୍ୟ କରି କେନ୍ଦୁ ପତ୍ର ତୋଳାଳୀ ଙ୍କ ଲାଗି ମଧ୍ୟ ଦୀର୍ଘ ବର୍ଷ ଉତ୍ସର୍ଗୀକୃତ ସେବା ଦେଇଥିଲେ l ଗାଁ ର ଯୁବକ ଙ୍କୁ ସବୁବେଳେ ଏକତ୍ରିତ ରଖି ଗାଁ ର  ବିକାଶ ଓ଼ ସାମୁହିକ ସ୍ୱାର୍ଥ ପାଇଁ ସେ ପ୍ରାଣ ପଣେ ଚେଷ୍ଟା କରୁଥିଲେ l  ଆଉ ମିଷ୍ଠ ଭାଷା, ଭଲ ବ୍ୟବହାର ଦ୍ୱାରା  ଦଳ ମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ନେତା ଙ୍କ ସହ ସେ  ସୁ -ସମ୍ପର୍କ ଗଢ଼ିଥିଲେ l ଗ୍ରାମ ଦେବୀ ମନ୍ଦିର ଓ଼ ଫୁଟବଲ ଷ୍ଟାଡିଅମ ନିର୍ମାଣ ସମେତ  ଗାଁ ର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ବେଳେ ଫୁଟବଲ ହେଉ କି କ୍ରିକେଟ, ରାଜନୀତି ହେଉ କି ସାମାଜିକ ଉତ୍ସବ ସବୁଠି  ଗାଁ ଇଜ୍ଜତ ଓ ଜିତ ପାଇଁ ସେ ସବୁବେଳେ ଜିଦ ଧରୁ ଥିଲେ  l ଶ୍ରୀ ବଗର୍ତ୍ତୀ ଅସୁସ୍ଥ  ହେଲା ପରେ ଗାଁ ର ଯୁବକ ଶ୍ୟାମସୁନ୍ଦର ଶତପଥି  ତାଙ୍କୁ ପାଖ ସି -ଏଚ -ସି ନାଇକେନପାଲି କୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ କୋଭିଡ ଟେଷ୍ଟ କରି ସଂକ୍ରମିତ ଜଣାପଡିଲା ପରେ ଗାଁ ଯୁବକଙ୍କ ସହାୟତା ରେ  ସୁବର୍ଣ୍ଣପୁର କୋଭିଡ ମେଡିକାଲ ରେ ଭର୍ତି କରି କିଛି ଦିନ ଚିକିତ୍ସା କରାଇଥିଲେ l  କିନ୍ତୁ ଅକ୍ସିଜେନ ଲେବେଲ କମି ଯିବା ଯୋଗୁଁ ଡାକ୍ତର ମାନେ ଅନ୍ୟତ୍ର ବଡ଼ ମେଡିକାଲ କୁ ନେବା ପାଇଁ ପରିବାର ଲୋକ ଙ୍କୁ ସୂଚନା ଦେଇଥିଲେ l ବଡ଼ ମେଡିକାଲ  ନେବା କୁ ପରିବାର    ଲୋକେ ଯେତେବେଳେ ଅସହାୟ ପ୍ରକାଶ କରିଥିଲେ, ଠିକ ସେତିକିବେଳେ  ବେଳେ ସହାୟତା ର ହାତ ବଢ଼ାଇଥିଲେ ଗାଁ ସରପଞ୍ଚ ମଧୁସୁଦନ ଓତା, ବଲାଙ୍ଗୀର ର ଯୁବ ନେତା ଚନ୍ଦ୍ରମଣି ତ୍ରିପାଠୀ ଓ଼ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ l ସମ୍ବଲପୁର ରୁ ସ୍ପେଶାଲ ଆମ୍ବୁଲାନ୍ସ ଡକାଇ ଶ୍ରୀ ବଗର୍ତ୍ତୀ ଙ୍କୁ ସୋନପୁର ରୁ ଭୁବନେଶ୍ୱର ସୋମ ହସ୍ପିଟାଲ କୁ ନେଇ ଏଡମିଟ କରାଇ ସ୍ୱତନ୍ତ୍ର ଚିକିତ୍ସା ଲାଗି ମଧ୍ୟ ଦୀର୍ଘ ଏକ ମାସ ଯାଏ ମେଡିକାଲ କର୍ତୃପକ୍ଷ ଙ୍କ ସହ ପରାମର୍ଶ ଜାରି ରଖିଥିଲେ l ଵିଧି ର ବିଧାନ କୁ ତ କେହି ଅଟକାଇପାରିବେନି l ହେଲେ ଗୋଟାଏ ପରିବାର ର  ଅସମୟରେ  ସ୍ଥାନୀୟ ସରପଞ୍ଚ ଓ ମନ୍ତ୍ରୀ ଙ୍କ ସହାୟତା ଓ଼ ଏଇ  ପ୍ରୟାସ କୁ ଏ ଅଞ୍ଚଳ ଲୋକେ ପ୍ରଶଂସା କରିଛନ୍ତି l ଶ୍ରୀ ବଗର୍ତ୍ତୀ ଙ୍କ ସ୍ମ୍ରୁତି ପାଇଁ ଗାଁ ରେ ଏକ ପ୍ରକଳ୍ପ ନିର୍ମାଣ କରାଇ ତାଙ୍କ ନାଁ ରେ ନାମିତ କଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଗାଁ ଯୁବକ ମାନେ ପ୍ରଶାସନ ଓ଼ ଜନ ପ୍ରତିନିଧି ଙ୍କୁ ଅନୁରୋଧ କରିଛନ୍ତି l   ଶ୍ରୀ ବଗର୍ତ୍ତୀ ଙ୍କ ମୃତ୍ୟୁ ଖବର ପାଇ  ସୁନ୍ଦରଗଡ଼ ରୁ  ଗୋବିନ୍ଦ ପାତ୍ର, ମାଲକାନଗିରି ରୁ ବୈକୁଣ୍ଠ ପାତ୍ର, କେଦ୍ରାପଡ଼ା ରୁ  ସୋନପୁର  ର  ଲେପ୍ରା ଇଣ୍ଡିଆ ପ୍ରାକ୍ତନ  ପ୍ରୋଜେକ୍ଟ ଡ଼ାଇରେକ୍ଟର ନାରାୟଣ ମଲିକ ଓ଼ ରେଲୱେ ଅଧିକାରୀ କେତନ ମଲିକ,    ବୌଦ୍ଧ ଜ଼ିଲ୍ଲା ରୁ ପ୍ରଦ୍ୟୁମ୍ନ ରଥ,

ଜୟରାମ ମେହେର, ସମୀର ଖଟୁଆ, ଭୁବନେଶ୍ୱର ରୁ ଡ଼କ୍ଟର ଦେବବ୍ରତ ବାରିକ, ବଲାଙ୍ଗୀର ରୁ ପ୍ରଧ୍ୟାପକ କୃଷ୍ଣ ଚନ୍ଦ୍ର ଶତପଥି, ସରୋଜ ମିଶ୍ର, ପଦ୍ମ ନାଭ ଗୁରୁ, ହୀରାକୁଦ ରୁ ଅଖୁଜ ବକ୍ସି,  ସୋନପୁର ରୁ ସାମ୍ବାଦିକ ପ୍ରକାଶ ବେବର୍ତ୍ତା,  ମନୋରଞ୍ଜନ ତ୍ରିପାଠୀ, ଏଡ଼ଭୋକେଟ ନନ୍ଦ କିଶୋର ତ୍ରିପାଠୀ, ଅଶ୍ଵିନୀ ତ୍ରିପାଠୀ, ପ୍ରାଣବନ୍ଧୁ ଦେହୁରୀ, ପ୍ରଫୁଲ୍ଲ ନାଏକ, ଲଷ୍ମୀ ଥାନାପତି, ଆନନ୍ଦ ପାତ୍ର, ଜନ୍ମଞ୍ଜୟ ପାତ୍ର, ଅରକ୍ଷିତ ପାତ୍ର, ଲଡ଼ୁକିଶୋର ମଲ୍ଲିକ, ଚୌଧୁରୀ ବିଭାର, ତ୍ରିଲୋଚନ ବକ୍ସି, ପଠାନ୍ ପଣ୍ଡା, ପ୍ରମୁଖ   ଅଗଣିତ ଶୁଭେଛୁ ମର୍ମାହତ ଓ଼  ଗଭୀର ଦୁଃଖ ପ୍ରକାଶ କରି ସ୍ବର୍ଗୀୟ ଆତ୍ମା ର ଶାନ୍ତି ସଦଗତି କାମନା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026

You Might Also Like