-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ବିକାଶକୁ ନେଇ ସାମ୍ବାଦିକଙ୍କ ପରାମର୍ଶ ଲୋଡିଲେ ନରସିଂହ- ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧରେଲ ପାଇଁ ୩ କୋଟି  ଶୀଘ୍ର ଆରମ୍ଭ ହେବ ବାଇପାସ କାମ: ବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀ  

10-Apr-2021



ବଲାଙ୍ଗିର,(ପ୍ରେରଣା ଖବର)- ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକଙ୍କ ସହିତ ବଲାଙ୍ଗିର ବିକାଶ ତଥା ବିଭିନ୍ନ ସମସ୍ୟାକୁ ନେଇ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଜେଟ ଅଧିବେଶନ ପୂର୍ବରୁ ଶ୍ରୀ ମିଶ୍ର ସାମ୍ବାଦିକଙ୍କ ସହ ଜିଲ୍ଲାର ବିଭିନ୍ନ ସମସ୍ୟା, ପ୍ରକଳ୍ପ ନିର୍ମାଣାଧିନ ତଥା ବାଲାଙ୍ଗିରର ଛାତ୍ର ଯୁବକ କୃଷକ ଶ୍ରମିକଙ୍କ ସମସ୍ୟାକୁ କିପରି ବିଧାନସଭାରେ ଉପସ୍ଥାପନ କରାଯାଇ ପାରିବ ସେ ଉପରେ ପରାମର୍ଶ ନେଇଥିଲେ । ସେ ସମୟରେ ସମ୍ବାଦିକ ବନ୍ଧୁମାନଙ୍କ ପରାମର୍ଶ ବିଶେଷ କରି ଲୋୟର ସୁକତେଲ, ବାଇପାସ, କୃଷି ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ବ୍ୟାଞ୍ଚମେଡିକାଲ କଲେଜ, ଶିକ୍ଷକ ସମସ୍ୟା , ଧାନର ଅଭାବି ବିକ୍ରି, ବନ୍ଧକଟା ର ଉନ୍ନତିକରଣ, ପର୍ଯ୍ୟଟନର ବିକାଶ ଇତ୍ୟାଦି ପ୍ରସଙ୍ଗକୁ ବିଧାନସଭାରେ ଶ୍ରୀ ମିଶ୍ର ଉପସ୍ଥାପନ କରିବା ସହ ଏସବୁ ସମସ୍ୟାର ଉତ୍ତର ବାବଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ।

ସେ କହିଥିଲେ ସରକାର ଦେଇଥିବା ପ୍ରତିଶୃତି ମୁତାବକ ଲୋୟର ଶୁକତେଲ କାମରେ ଦୁଇ ମାସ ବିଳମ୍ବ ହେଇଥିଲେ ହେଁ, ବର୍ତ୍ତମାନ ଏହାର କାମ ଆରମ୍ଭ ହେବା ସହ ପ୍ରକଳ୍ପ ପାଇଁ ଆବଶ୍ୟକ ସମସ୍ତ ପଦବୀ ପୂରଣ ହୋଇ ସାରିଛି । ବିଧାନସଭାରେ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ କାମ ଚାଲିଥିବା ସେ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଦୁଇ ଦିନ ପୂର୍ବରୁ ନେଇଥିବା ସମୀକ୍ଷାରେ ମୂଖ୍ୟଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସରିବା ନେଇ ଆଶ୍ୱସନା ଦେଇଥିବା ଶ୍ରୀ ମିଶ୍ର କହିଥିେଲେ । ପର୍ଯ୍ୟଟନ ପାଇଁ ତାଙ୍କର ଦାବୀ ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମ ଡୁଙ୍ଗୁରିର ବିକାଶ ନେଇ ଜଙ୍ଗଲ ବିଭାଗ ତରଫରୁ ଶୀଘ୍ର ଅନୁଦାନ ମିଳିବ ବୋଲି କହିଥିଲେ । ବହୁ ଦିନର ଦାବୀ ମହାରାଣୀ ସାଗର ର ବିକାଶ ଉପରେ ଏଥର ସଫଳତା ମିଳିଛି । କେବଳ ମହାରାଣୀ ସାଗର ର ବିକାଶ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇ ସାରିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଠିକ ସେହିପରି ତାଙ୍କର ଦାବୀ ମୁତାବକ ଗନ୍ଧରେଲ ଡ୍ୟାମକୁ ପର୍ଯ୍ୟଟନ ସ୍ଥଳୀ ରୁପେ ବିକଶିତ କରିବା ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇ ସାରିଛି । ଉଭୟ ପ୍ରକଳ୍ପ ଠିକ ଭାବେ କାର୍ଯ୍ୟକାରୀ ହେଲେ ଲୋକଙ୍କ ଆର୍ଥୀକ ମାନଦଣ୍ଡ ରେ ବିକାଶ ହେବ ବୋଲି ସେ ଆଶା ପ୍ରକଶ କରିଥିଲେ । ସମସ୍ତ ଆଇନ ମହାବିଦ୍ୟାଳୟକୁ ନେଇ କଟକରେ ମଧୂସୁଦନ ବିଶ୍ୱ ବିଦ୍ୟାଳୟ ଗଠିତ ହେବା ଦ୍ୱାରା ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ହଇରାଣ ହେବେ ତେଣୁ ଆଗାମୀ ଦିନରେ ବଲାଙ୍ଗିର ଠାରେ ଏକ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ଦାବୀ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ବଜେଟ ମଞ୍ଜୁ ହୋଇଥିବା ଅନୁଦାନ ରାଜ୍ୟ ବଜେଟ ଅନୁପାତରେ ସମୁଦ୍ର କୁ ସଂଖେ ପାଣି ଭଳି ତେଣୂ ସେ ଏହାକୁ ନେଇ ବିଧାନସଭାରେ ତୀବ୍ର ବିରୋଧ କରିଥିବା କହିଥିଲେ । ବଲାଙ୍ଗିର ବାଇପାସ କାମ ମଧ୍ୟ ଶୀଘ୍ର ଆରମ୍ଭ ହେବା ନେଇ ସେ ସୂଚନା ଦେଇଥିଲେ । ୪ କୋଟି ଟଙ୍କାରେ ଏଲ୍ ଏନ ଏସ ୍‌କ୍ଲବରେ ନିର୍ମାଣ ହେବାକୁ ଥିବା  ଅଡିଟୋରିଅମ ପାଇଁ ୧ କୋଟି ଟଙ୍କା ଆସି ସାରିଥିବା ବେଳେ ଆଗମୀ ୩୦ ବର୍ଷକୁ ଆଖି ଆଗରେ ରଖି ଏକ ଉନ୍ନତ ମାନର ଅଡିଟୋରିଅମ ନିର୍ମାଣ ଆବଶ୍ୟକ । ତେଣୁ ଅନ୍ୟ ସୁତ୍ରରୁ ଆଉ ୬ କୋଟିର ଅନୁଦାନ ଅଣାଯାଇ ସମୁଦାୟ ୧୦ କୋଟିର ଏକ ଅଡିଟୋରିଅମ ନିର୍ମାଣ କରାଯିବା ନେଇ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଦାବୀ ମୁତାବକ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଦିବ୍ୟାଙ୍ଗ ପାଇଁ ହଷ୍ଟେଲ, ସାଇନ୍ସ ପାର୍କ ଶୀଘ୍ର କାମ ଆରମ୍ଭ ହେବ । ମତ ବିନିମୟ ସମୟରେ ଗଣମାଧ୍ୟମ ପ୍ରତିନିଧୀମାନେ ବିଭିନ୍ନ ପ୍ରଶ୍ନ ପଚାରିବା ସହ କିଛି ପରାମର୍ଶ ଦେଇଥିଲେ । ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଗଣମାଧ୍ୟମ ହେଉଛି ସମାଜର ପଥ ପ୍ରଦର୍ଶକ । ସେମାନଙ୍କର ଗଠନମୂଳକ ସମାଲୋଚନା ଓ ପରାମର୍ଶ ଅଂଚଳର ବିକାଶ ପାଇଁ ସହାୟକ ହୋଇଥାଏ । ତେଣୁ ତାଙ୍କର ଗଠନମୂଳକ ସମାଲୋଚନା ସବୁବେଳେ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମିଶ୍ର କହିଥିଲେ ।    


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026

You Might Also Like