-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଗାନ୍ଧୀଭବନରୁ ଗନ୍ଧରେଲ ପର୍ଯ୍ୟନ୍ତ ପରିବେଶ ସଚେତନତା ସାଇକେଲରାଲି

18-Mar-2021



ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ)-ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁଲାଗି ଜଙ୍ଗଲସଂପଦ,ବନ୍ୟଜନ୍ତୁ,ସରିସୃପ ଇତ୍ୟାଦି ପୋଡିଯାଉଥିବା ବେଳେ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ତେଣୁ ଏହାର ନୀରାକରଣ ପାଇଁ ସମସ୍ତଙ୍କ ଦାୟୀତ୍ୱ ରହିଛି । କେବଳ ଜଙ୍ଗଲବିଭାଗ ନୁହେଁ ସମସ୍ତେ ଲୋକଙ୍କୁ ସଚେତନ ପାଇଁ ଆଗେଇ ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି । ସେହିକ୍ରମରେ ବଲାଙ୍ଗୀର ସହରର କେତେକ ସ୍ୱେଚ୍ଛାସେବୀ ଜଙ୍ଗଲନିଆଁକୁ ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି । ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ଆରମ୍ଭ କରି ଲୋକଙ୍କୁ ସଚେତନ କରାଉଛନ୍ତି । ଆଜି ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ସ୍ମୃତିକୁ ଉଦଜିବିତ କରିବାକୁ ବଲାଙ୍ଗୀର ଗାନ୍ଧୀଭବନ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ଶୋଭାଯାତ୍ରା ବାହାରି ନିଆଁର କରାଳରୂପ ବିଷୟରେ ଲୋକଙ୍କୁ ସଚେତନ କରାଇ ସଦେଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ପହଞ୍ଚିଥିଲା । ଗାନ୍ଧୀଭବନଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପପ୍ରଜ୍ୱଳନ କରିବା ପରେ ସାଇକେଲ ଶୋଭାଯାତ୍ରାକୁ ପ୍ରଫେସର ମଧୁସୁଦନ ପତି ସବୁଜ ପତାକାଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଫେସର ଯୁବକମାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଲେ ଯେ,କେବଳ ଜଙ୍ଗଲ ନିଆଁ ନୁହେଁ ବଲାଙ୍ଗୀରର ଯୁବକମାନଙ୍କ ଏଭଳି ଉତ୍ସାହ ଓ ସ୍ୱେଚ୍ଛାକୃତ ସେବା ମନୋଭାବ ଆହୁରି ଅନେକ ସମସ୍ୟାକୁ ସମାଧାନ କରିପାରିବ । ଆଜିର ଏହି ସଚେତନତା ଶୋଭାଯାତ୍ରା ନିହାତି ଅନ୍ୟମାନଙ୍କ ପ୍ରେରଣ ଯୋଗାଇବ ଓ ସୁଦୂର ପ୍ରସାରୀ ହେବ ସେ ବୋଲି ମତପ୍ରକାଶ କରିଥିଲେ । ଶୋଭାଯାତ୍ରା ଭାଗରଥିଛକ,କଚେରୀଛକ,କଲେଜଛକ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ଚଟିଆପାଲି ଦେଇ ଗନ୍ଧରେଲ ଗାଁରେ ପହଞ୍ଚିଥିଲା । ଏଥିରେ ବଲାଙ୍ଗୀର ଡିଏଫଓ ସମୀରକୁମାର ଶତପଥି,ହେମନ୍ତ ପଣ୍ଡା,ଡିଏଫଏଫର ଆବାହକ କୁଳମଣୀ ସାହୁ,ସୁନିଳ ମହାନ୍ତି,ମାହେଶ୍ୱରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ,ଯୁବଏକ୍ସନ କମିଟିର ସଭାପତି ବିନୋଦ କାଲସାଏ,ସାମ୍ବାଦିକ ସୁଧିର ମିଶ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବୀରେନ୍ଦ୍ର ଝାଙ୍କର,କରଙ୍ଗକଟା ବଚାଓ ଆନ୍ଦୋଳନର ଆବାହକ ପ୍ରଶାନ୍ତ ମହାକୁର ପ୍ରମୁଖଙ୍କ ନେତୃତ୍ୱରେ ଯୁବବକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ଗନ୍ଧରେଲ ଗାଁରେ ସୂଚନାଅଧିକାର କର୍ମି ହେମନ୍ତକୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା କରାଯାଇଥିଲା । ବଲାଙ୍ଗୀର ଡିଏଫଓ ସମୀରକୁମାର ଶତପଥି ଏଠାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଲୋକେ ସଚେତନ ହେଲେ ଜଙ୍ଗଲରହିବ ଓ ଜଙ୍ଗଲ ରହିଲେ ପରିବେଶ ସୁରକ୍ଷିତ ରହିବ । ତେଣୁ ସମସ୍ତେ ମିଳିତ ଭାବରେ ପ୍ରୟାସ କଲେ ଜଙ୍ଗଲସୁରକ୍ଷାରେ ସହାୟକ ହେବା ସହିତ ଲୋକଙ୍କର ଜୀବନଜୀବିକା ମଧ୍ୟ ସୁରକ୍ଷିତ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ଫୁଲଝରନରେ ଗତବର୍ଷ ଲୋକଙ୍କ ଉଦ୍ୟମ ଫଳରେ ନିକଟସ୍ଥ କୌଣସି ଜଙ୍ଗଲରେ ନିଆଁ ଲାଗିନଥିଲା । ତେଣୁ ତାଙ୍କୁ ଉତ୍ସାହିତ କରିବାକୁ ଘୋଷିତ ହୋଇଥିବା ଅର୍ଥରାଶି ପ୍ରଦାନ କରିବାକୁ କହିଥିଲେ । ଏହି ପ୍ରସ୍ତାବରେ ଡିଏଫଓ ଶ୍ରୀ ଶତପଥି ସହମତି ପ୍ରକାଶ କରିଥିଲେ । ଗନ୍ଧରେଲ ଗାଁର ଜଙ୍ଗଲସିୁରକ୍ଷା କମିଟିର ସଭାପତି ମନୋରଂଜନ ସାଏ ଜଙ୍ଗଲକମିଟିର ସମସ୍ୟା ବିଷୟରେ କହିବା ସହିତ ଜଙ୍ଗଲରେ କିଭଳି ନିଆଁ ନଲାଗିବ ସେନେଇ ପଦକ୍ଷେପ ନିଆଯାଉଥିବା ବିଷୟରେ କହିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠନାଗରୀକ ଗୋପଭୂଷଣ ନାଥ,ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ଫୋରମର ଆବାହକ କୁଳମଣୀ ସାହୁ,ବରିଷ୍ଠ ସାମ୍ବାଦିକ ସୁଧିର ମିଶ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବୀରେନ୍ଦ୍ର ଝାଙ୍କର,ଯୁବଏକ୍ସନକମିଟିର ସଭାପତି ବିନୋଦ କାଲସାଏ,ସନ୍ତୋଷ ସାହୁ ପ୍ରମୁଖ ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିନୋଦ କାଲସାଏ ଓ ପ୍ରଶାନ୍ତକୁମାର ମହାକୁର ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲସୁରକ୍ଷା ନେଇ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗନ୍ଧରେଲ ଗ୍ରାମର ଗ୍ରାମବାସୀ,ଜଙ୍ଗଲବିଭାଗର ଫରେଷ୍ଟର ବ୍ୟାସଦେବ ସାହୁ,ଫରେଷ୍ଟଗାର୍ଡଗଣ ଯୋଗଦେଇଥିଲେ । ଶୋଭାଯାତ୍ରାର ଉଦଘାଟନୀରେ ରେଡକ୍ରସର ଶିକ୍ଷକ ରାମନାରାୟଣ ଦାସ ସହଯୋଗ କରିଥିବା ବେଳେ ଗନ୍ଧରେଲ ସଭାସ୍ଥଳରେ କବି ଅର୍ଜୁନକୁମାର ସାହୁ ଏକ ପରିବେଶ ସଚେତନାତା ଧର୍ମି କବିତା ପାଠ କରିଥିଲେ । ଶେଷରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଆବାହକ ସୁନୀଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like