-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ

14-Jul-2026



ବଲାଙ୍ଗିର(ପ୍ରେରଣା ଖବର)- ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ସହରରେ ଥିବା ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ସମସ୍ୟା ବୁଝିବା ପାଇଁ କଲେଜ ଅଧ୍ୟକ୍ଷ, ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ଏକ ବାର୍ତ୍ତା ବିନିମୟ କରିଛନ୍ତି । ଶ୍ରୀ ମିଶ୍ର ନିଜେ ଆଇନମନ୍ତ୍ରୀ ଥିବା ବେଳେ ସେ ସମୟରେ କେବଳ ଏହି ଗୋଟିଏ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି କଲେଜ ପୁଇଁନ୍ତଲା ସୋନପୁର ରାସ୍ତାରେ ଏହାର ନିଜସ୍ୱ କୋଠା

ପାଇଥିଲା କିନ୍ତୁ ସରକାରୀ ଓ ପ୍ରଶାସନି ଅବହେଳା ଯୋଗୁଁ କଲେଜରେ ଛାତ୍ର ଛାତ୍ରୀ ସଂଖ୍ୟା ପୂର୍ଣ୍ଣମାତ୍ରାରେ ଥିଲେ ହେଁ ଅଧ୍ୟାପକ, ଅଣ ଶିକ୍ଷକ କର୍ମଚାରୀ ଓ ଭିତ୍ତିଭୂମି ଘୋର ଅଭାବ ଦେଖାଦେଇଛି । ଏହି କଲେଜର ଛାତ୍ର ମାନବଶାସ୍ତ୍ର ବିଭାଗରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଟପର ହୋଇଥିଲେ ହେଁ କଲେଜ ରେ ଆଜି ପର୍ଯ୍ୟନ୍ତ ମାନବଶାସ୍ତ୍ର ବିଭାଗରେ ଅଧ୍ୟାପକ ନାହାନ୍ତି । ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି । କଲେଜରେ କେବଳ ଏହି ଗୋଟିଏ ବିଭାଗ ନୁହେଁ ଇତିହାସ, ଲାଇବ୍ରେରୀ ବିଜ୍ଞାନ, ମନସ୍ତତ୍ୱ ବିଜ୍ଞାନ ଏବଂ ସୋସିଓଲୋଜି ବିଭାଗ ମଧ୍ୟ ଅଧ୍ୟାପକ ସୁନ୍ୟ ଭାବେ ଚାଲିଛି । ଅନ୍ୟ ବିଭାଗ ଗୁଡିକ ମଧ୍ୟ ମଞ୍ଜୁରିପ୍ରାପ୍ତ ପଦବୀ ତୁଳନାରେ ଅନେକ ପଦବୀ ଖାଲି ପଡିଥିବାର ଅଭିଯୋଗ ଛାତ୍ର ଛାତ୍ରୀମାନେ କରିଥିଲେ । କଲେଜରେ ଆଜି ପର୍ଯ୍ୟନ୍ତ କ୍ରୀଡା ଶିକ୍ଷକ ନାହାନ୍ତି । ଛାତ୍ର ଛାତ୍ରୀଙ୍କ ନିରାପତ୍ତା ପାଇଁ କଲେଜରେ ଚାରିଆଡେ ପାଚେରି ନାହିଁ । ସାଇକେଲ ଷ୍ଟାଣ୍ଡ ନାହିଁ । ନାହିଁ ନାହିଁ ରେ ଥିବା ଏହି କଲେଜ କୁ ସରକାର ର ଉଚ୍ଚ ଶିକ୍ଷା ବିଭାଗ କାହିଁକି ଗୁରୁତ୍ୱ ଦେଉନାହିଁ ସେ ସବୁର ଉତ୍ତର ମଗାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା ବେଳେ ଛାତ୍ର ଓ ଛାତ୍ରୀଙ୍କ କମନ ରୁମ ନ ଥିବା ଜଣାପଡିଥିଲା । ତା ସହ ଶିକ୍ଷକ

ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଘର ଏବଂ କଲେଜର ଅନେକ ବିଭାଗରେ ନାମ ଲେଖା ହେଉଥିବାରୁ ଶ୍ରେଣୀ ଗୃହ ଦରକାର ବୋଲି କଲେଜ ତରଫରୁ ବିଭାଗିୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଛାତ୍ର ଛାତ୍ରୀ ତଥା ଅଧ୍ୟାପକମାନେ ଅଭିଯୋଗ କରିଥିଲେ । ସବୁ ସମସ୍ୟା ଶୁଣି ସାରିଲା ପରେ ଶ୍ରୀ ମିଶ୍ର ଯାହା ସବୁ ଅସୁବିଧା ଅଛି ସେ ସବୁ କୁ ନେଇ ଏକ ଚିଠି ପ୍ରଦାନ କରିବାକୁ କହିବା ସହ ପ୍ରାଥମିକତା ଭିତ୍ତିରେ ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନାରେ କଲେଜର ଅଧ୍ୟକ୍ଷ କୌତୁକ ପନ୍ଦର ଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like