-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
14-Jul-2026
ବରପାଲି(ସୁଦାମ ଦୀପ) ସ୍ଥାନୀୟ ଭଣ୍ଡାରଗୃହ ପରିସରରେ ଆସନ୍ତା ୧୫୦ ତମ ମହାନ୍ ପୌରାଣିକ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ରୂପରେଖ ସମ୍ବନ୍ଧରେ ସଭାପତି ଶ୍ରୀଯୁକ୍ତ ଆନନ୍ଦ ବାବୁଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପିନାକୀ ଦାଶ ଶିବ ବନ୍ଦନା ଗାନ କଲେ। ଆସନ୍ତା ବର୍ଷ ଯାତ୍ରା ୧୫୦ ତମ ବର୍ଷରେ ପଦାର୍ପଣ କରୁଥିବାରୁ ଏହାକୁ ଅତ୍ୟନ୍ତ ଭବ୍ୟ ଆକାରରେ ପାଳନ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ବାବା କପିଳେଶ୍ୱର ଓ ମାତା ପାର୍ବତୀଙ୍କ ନିମନ୍ତେ ଏକ ' ସୁବର୍ଣ୍ଣ ପଦ୍ମମୁଖ' ନିର୍ମାଣ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ଏହା ସହ ଶ୍ରାବଣ ମାସରେ ପବିତ୍ର ଶିବ ଚତୁର୍ଦ୍ଦଶୀ ପୂଜା ପାଇଁ ନୀତିକାନ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହେଲା । ଏହି ଐତିହାସିକ ବର୍ଷରେ ‘ହିମାଦ୍ରୀ ନଗର’ ଦାୟିତ୍ୱ ସମ୍ପାଦନ ପାଇଁ ଆଗ୍ରହୀ ବରପାଲିର ୧୯୯୩ ମାଟ୍ରିକ ବ୍ୟାଚ୍ ପକ୍ଷରୁ ଆସିଥିବା ଆବେଦନ ଆଧାରରେ ଚୟନ ହେଲା ପରେ ତାଙ୍କୁ ଯାତ୍ରା କମିଟି ତରଫରୁ ସହମତି ଲୋଡ଼ାଯାଇଛି। ଏହି ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବକୁ ସଫଳ ଓ ସ୍ମରଣୀୟ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରାଯାଇଛି। ବୈଠକରେ କମିଟିର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କଲେ । ପରିଶେଷରେ ଯାତ୍ରା କମିଟି ସଭାପତି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ, ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲା ପ୍ରଶାସନ ଓ ବରପାଲି ବାସୀଙ୍କୁ ଧନ୍ୟବାଦ ଅର୍ପଣ କଲେ।