-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁବୋଦୟର  ଉଲ୍ଲେଖନୀୟ ସଫଳତା

06-Jun-2026



ବଲାଙ୍ଗୀର (ପ୍ରେରଣା ଖବର):  ଗତକାଲି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ସକମାସ୍ଥିତ  ଯୁବୋଦୟ କଲେଜ ଅଫ ଆଡଭାନ୍ସଡ୍ ଟେକ୍ନୋଲୋଜି  ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କଲେଜର ଛାତ୍ରୀ ଦେବଜାନୀ ଖମାରୀ, ଶ୍ରୀ ଅଶୋକ କୁମାର ଖମାରୀ ଓ ଶ୍ରୀମତୀ କାମଳିନୀ ଖମାରୀଙ୍କ କନ୍ୟା, ବଲାଙ୍ଗୀରର ଚଣ୍ଡନଭାଟିରୁ ଆସନ୍ତି, ସେ ୯.୪୬ ସି ହାସଲ କରି ସମଗ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଏହି କଲେଜର ଅନ୍ୟ ଜଣେ ମେଧାବୀ ଛାତ୍ରୀ ଶିଖା ମଞ୍ଜରୀ କଠାର, ଶ୍ରୀ ସରୋଜ କଠାର ଓ ଶ୍ରୀମତୀ ଝରଣା କଠାରଙ୍କ କନ୍ୟା , କୁମ୍ଭାରୀ , ସଇଁତଳାରୁ ଆସନ୍ତି , ସେ ୯.୩୭ ସିଜିପିଏ ହାସଲ କରି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ  ଯୁବୋଦୟର ଛାତ୍ରୀ ଅଞ୍ଜେଲିନା ପାଣିଗ୍ରାହୀ ୯.୩୬  ସିଜିପିଏ ସହ ବିଶ୍ୱବିଦ୍ୟାଳୟର ଶୀର୍ଷ ସ୍ଥାନ ହାସଲ କରିଥିଲେ। ଚଳିତ ବର୍ଷ ଦେବଜାନୀ ଓ ଶିଖା ମଞ୍ଜରୀ ଉଭୟେ ତାଙ୍କଠାରୁ ଅଧିକ ସିଜିପିଏ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଦେବଜାନୀ ଖମାରୀ ଜୀବବିଜ୍ଞାନ ଶାଖାରେ ବିଶ୍ୱବିଦ୍ୟାଳୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ, ଶିଖା ମଞ୍ଜରୀ କଠାର ଭୌତିକ ବିଜ୍ଞାନ ଶାଖାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦେବଜାନୀ ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ହୋଇଥିବା ବେଳେ ଶିଖା ମଞ୍ଜରୀ ପଦାର୍ଥ ବିଜ୍ଞାନ  ବିଭାଗର ଛାତ୍ରୀ ଅଟନ୍ତି।

ଏହି ସଫଳତା ପରେ ଉଭୟ ଛାତ୍ରୀଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି। ପରିବାର ସଦସ୍ୟ, ସମ୍ପର୍କୀୟ, ବନ୍ଧୁବର୍ଗ ଏବଂ ଅଞ୍ଚଳବାସୀ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି। କଲେଜ ପକ୍ଷରୁ ମଧ୍ୟ ଉଭୟ ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଯାଇଛି।

ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ  ଶ୍ରୀ ଆମ୍ବରୀଶ  ଦାଶ କହିଛନ୍ତି, “ ଯୁବୋଦୟର ଛାତ୍ରଛାତ୍ରୀଙ୍କୁ କେବଳ ଗୁଣାତ୍ମକ ଶିକ୍ଷା ନୁହେଁ, ବରଂ ବ୍ୟବହାରିକ ଜ୍ଞାନ, ବ୍ୟକ୍ତିତ୍ୱ ବିକାଶ ଓ ଦୃଷ୍ଟିଭଙ୍ଗୀର ଉନ୍ନତି ପାଇଁ ବିଭିନ୍ନ ସୁଯୋଗ ପ୍ରଦାନ କରାଯାଏ। ଏହା ସହିତ ନିଶୁଳ୍କ ଚାକିରିମୁଖୀ ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତ କରାଯାଉଛି।”


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like