-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
06-Jun-2026
ନର୍ଲା (ଚିନ୍ତାମଣି ନାଏକ )
ବିଶ୍ୱ ପରିବେଶ ଦିବସ ୨୦୨୬ ଅବସରରେ ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ପ୍ରତିଷ୍ଠିତ ‘ପ୍ରକୃତି ମିତ୍ର ପୁରସ୍କାର ୨୦୨୬’ରେ ସମ୍ମାନିତ କରାଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜିଲ୍ଲା ପରିବେଶ ସମିତି ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟ ପରିସରରେ ନର୍ସରୀ, ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ ସଚେତନତା ଅଭିଯାନ, ଶତପ୍ରତିଶତ ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ଜଳ ସଂରକ୍ଷଣ ପାଇଁ ପ୍ରଭାବଶୀଳ ବର୍ଷା ଜଳ ଅମଳ ପ୍ରକଳ୍ପ ଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଏହି ଶିକ୍ଷାନୁଷ୍ଠାନକୁ ମନୋନୀତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶ୍ରୀ ସନ୍ତୋଷ କୁମାର କର ବିଶ୍ୱ ପରିବେଶ ଦିବସରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ପରିବେଶ ଶିକ୍ଷା ସହ ବ୍ୟାବହାରିକ ସଂରକ୍ଷଣ ଏବଂ ଗୋଷ୍ଠୀ ସହଭାଗିତାକୁ ଯୋଡ଼ି ଏକ ଆଦର୍ଶ ବିଦ୍ୟାଳୟ ଭାବେ ଉଭା ହୋଇପାରିଛି।
ଏହି ଅବସରରେ ଶ୍ରୀ କର ନିଜ ପ୍ରତିକ୍ରିୟାରେ ଏହି ପୁରସ୍କାରକୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର ସଂସଦ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି । ଏଥିସହ ପରିବେଶ ପ୍ରତି ଦାୟିତ୍ୱବାନ ନାଗରିକ ଗଢ଼ିବା ଉପରେ ଗୁରୁତ୍ୱ ଦେଇ ସ୍ଥାୟୀ ବିକାଶ ପାଇଁ ଅନୁଷ୍ଠାନର ସଂକଳ୍ପ ଓ ପ୍ରଚେଷ୍ଟା କୁ ସେ ଦୋହରାଇଛନ୍ତି ।