-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ବିଶ୍ୱ ପରିବେଶ ଦିବସରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ‘ପ୍ରକୃତି ମିତ୍ର’ ପୁରସ୍କାର

06-Jun-2026



ନର୍ଲା (ଚିନ୍ତାମଣି ନାଏକ )
ବିଶ୍ୱ ପରିବେଶ ଦିବସ ୨୦୨୬ ଅବସରରେ ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ପ୍ରତିଷ୍ଠିତ ‘ପ୍ରକୃତି ମିତ୍ର ପୁରସ୍କାର ୨୦୨୬’ରେ ସମ୍ମାନିତ କରାଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜିଲ୍ଲା ପରିବେଶ ସମିତି ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟ ପରିସରରେ ନର୍ସରୀ, ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ ସଚେତନତା ଅଭିଯାନ, ଶତପ୍ରତିଶତ ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ଜଳ ସଂରକ୍ଷଣ ପାଇଁ ପ୍ରଭାବଶୀଳ ବର୍ଷା ଜଳ ଅମଳ ପ୍ରକଳ୍ପ ଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଏହି ଶିକ୍ଷାନୁଷ୍ଠାନକୁ ମନୋନୀତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶ୍ରୀ ସନ୍ତୋଷ କୁମାର କର ବିଶ୍ୱ ପରିବେଶ ଦିବସରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ପରିବେଶ ଶିକ୍ଷା ସହ ବ୍ୟାବହାରିକ ସଂରକ୍ଷଣ ଏବଂ ଗୋଷ୍ଠୀ ସହଭାଗିତାକୁ ଯୋଡ଼ି ଏକ ଆଦର୍ଶ ବିଦ୍ୟାଳୟ ଭାବେ ଉଭା ହୋଇପାରିଛି।
ଏହି ଅବସରରେ ଶ୍ରୀ କର ନିଜ ପ୍ରତିକ୍ରିୟାରେ ଏହି ପୁରସ୍କାରକୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର ସଂସଦ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି । ଏଥିସହ ପରିବେଶ ପ୍ରତି ଦାୟିତ୍ୱବାନ ନାଗରିକ ଗଢ଼ିବା ଉପରେ ଗୁରୁତ୍ୱ ଦେଇ ସ୍ଥାୟୀ ବିକାଶ ପାଇଁ ଅନୁଷ୍ଠାନର ସଂକଳ୍ପ ଓ  ପ୍ରଚେଷ୍ଟା କୁ ସେ ଦୋହରାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like