-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
05-Jun-2026
ବଲାଙ୍ଗିର(ପ୍ରେରଣା ଖବର): ଗାନ୍ଧୀ ଭବନ ଠାରେ ବଲାଙ୍ଗିର ର ଯୁବ ପିଢିମାନଙ୍କୁ ନେଇ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଶ୍ୱ ପରିବେଶ ଦିବସ ଅଭିନୟ ଢଙ୍ଗରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ସଭାକୁ ଉଦ୍ଘାଟିତ କରିଥିଲେ। ବିଭିନ୍ନ ଜଳାଶୟ, ପଲିଥିନ ମୁକ୍ତ ସହର, ବୃକ୍ଷରୋପଣ, ସହରର ସୌନ୍ଦର୍ଯ୍ୟକରଣ ଆଗାମୀ ଦିନରେ ଏକ ସ୍ୱଚ୍ଛ ବଲାଙ୍ଗିର ଭାବେ ନିର୍ମାଣ ପାଇଁ ଛାତ୍ରଛାତ୍ରୀ ଙ୍କ ଗହଣରେ ପ୍ରତିଶୃତି ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ଅର୍ଜୁନ କୁମାର ସାହୁ । ବିଭିନ୍ନ ପରିବେଶ ଉପରେ କବିତା ଓ ଗୀତ ଗାଇ ଛାତ୍ର ଛାତ୍ରୀଙ୍କୁ ମନ ମୋହିଥିଲେ । ସଭାକୁ ସଭାପତିତ୍ୱ କରିଥିଲେ ପ୍ରଶାନ୍ତ ମହାକୁର ଏହା ଉଦ୍ଦେଶ୍ୟରେ ଜଙ୍ଗଲ ଧ୍ୱଂସ ହେବା, ଜଙ୍ଗଲରେ ନିଆଁ ଲାଗିବା, ରାସ୍ତା କଡରେ ବେଧଡକ ଗଛ କାଟିବା, ବଲାଙ୍ଗିର ସହର ସର୍ବ ଉତ୍ତପ୍ତ ସହର ହୋଇଥିବାରୁ ଆଗାମୀ ଦିନରେ ମରୁଭୂମି ନ ପାଲଟିଯାଉ ତାହା ଛାତ୍ରଛାତ୍ରୀଙ୍କୁ ସଚେତନତା କରିଥିଲେ । ଏହି ଅବସରରେ ଜିବଜନ୍ତୁ, ପଶୁପକ୍ଷୀ ସୁରକ୍ଷିତ ରହିଲେ ପରିବେଶ ସୁରକ୍ଷିତ ରହିବ । ଏହି ଉଦ୍ଦେଶ୍ୟରେ ବିଭିନ୍ନ ଜିବଜନ୍ତୁର ମୁଖାକୁ ନେଇ ସଚେତନତା କରାଯାଇଥିଲା । ଆଗାମୀ ଦିନରେ ପରିବେଶ ଯଦି ସୁରକ୍ଷିତ ନ ରହିବ ଏମିତି ମୁଖାପରି ପଶୁପକ୍ଷୀ ଧ୍ୱଂସ ହୋଇଯିବେ । ଏଥିରେ ରତନ କୁମାର ମହାରଣା, ଜୟକୃଷ୍ଣ ମିଶ୍ର, ରିଣ୍ଟୁ ସାହୁ, ଆନନ୍ଦ ମିଶ୍ର, ସଂଜୟ ସାମଲ, ଶମ୍ଭୁ ଶତପଥି ସମେତ ଗାନ୍ଧୀଭବନର ଛାତ୍ରଛାତ୍ରୀ ମାନେ ଏକ ସଂକଳ୍ପ ନେଇ ପରିବେଶକୁ ସୁରକ୍ଷା ଦେବା ଓ ପଲିଥିନମୁକ୍ତ ସହର କରିବା ପାଇଁ ସଂକଳ୍ପ ନେଇଥିଲେ । ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।