-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
05-Jun-2026
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ବିଶାଲପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।ଇକୋ କ୍ଲବ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଟିତ ଏହି ପରିବେଶ ଦିବସରେ ସ୍କୁଲର ପ୍ରଧାନ ଶିକ୍ଷକ ମାନଭଞ୍ଜନ ବାଘ ସଭାପତିତ୍ୱ କରିଥିଲେ।ଏଥିରେ ଅତିଥି ଭାବେ ସିଆରସିସି ସୁଶୀଲ ଭୂଏ, ସୋସିଆଲ ୱାକର ରସାନନ୍ଦ ପ୍ରଧାନ,ୱାର୍ଡ ପ୍ରତିନିଧି ବସନ୍ତ ଛତ୍ର,ଶିକ୍ଷକ ବିଭୂତି ଭୂଷଣ ଓତା,ସୂର୍ଯ୍ୟାନ୍ତ ସାହୁ,ବୀରେନ୍ଦ୍ର ପଣ୍ଡା,ସଞ୍ଜୀବ ଭୁଏ,ଡାକ୍ତର ସାଣ୍ଢ,ବିପିନ ମାଝୀ ପ୍ରମୁଖ ଉପସ୍ଥିତ ରହି ପରିବେଶ ଦିବସ ପାଳନର ମହତ୍ଵ,ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ସମସ୍ତ ଅତିଥି ଓ ଗ୍ରାମବାସୀ ସ୍କୁଲ ପରିସରରେ ଗୋଟିଏ ଲେଖାଏଁ ଗଛ ରୋପଣ କରିଥିଲେ ।