-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
05-Jun-2026
(ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ 2026, ଜିଲ୍ଲାପାଳ ଡ ନୃପରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ଡ଼ା ଉଷାରାଣୀ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ରୋଗ ନିୟନ୍ତ୍ରଣ, ପରିବାର କଲ୍ୟାଣ, ଯକ୍ଷ୍ମା, କୁଷ୍ଠ ମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଡ. ନୃପରାଜ ସାହୁ ତାଙ୍କ ବକ୍ତବ୍ୟ ରେ କହିଥିଲେ କି ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ କୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ଙ୍କ ସହଯୋଗ ନିହାତି ଆବଶ୍ୟକ ଓ ଏଥି ପାଇଁ ଯୁବ ପିଢ଼ିଙ୍କୁ ସଚେତନ କରିବା ପାଇଁ ସମସ୍ତ ମିଡ଼ିଆ ବନ୍ଧୁ ମାନଙ୍କ ସହାୟତା ନିହାତି ଅବଶ୍ୟକ କହିଥିଲେ ଓ ଏଥିପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ପତମର୍ଶ ଦେଇଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ ଏଥିରେ ସହମତ ରଖି ସମସ୍ତ ଅନୁଷ୍ଠାନ ଗୁଡିକୁ ପର୍ଯ୍ୟାୟ କ୍ରମେ ତମାଖୁ ମୁକ୍ତ କରିବାକୁ ସମସ୍ତେ ସଂକଳ୍ପ ନେଇ କାର୍ଯ୍ୟ କରିବାକୁ କହିଥିଲେ.ଜିଲ୍ଲା କାର୍ଯକ୍ରମ ପରିଚାରକ ରୂପକ କୁମାର ମହାପାତ୍ର ତମାଖୁ ନିୟନ୍ତ୍ରଣ କାର୍ଯକ୍ରମ ବାବଦରେ ମନ୍ତବ୍ୟ ଦେଇଥିଲେ।ଜିଲ୍ଲା ଅଣସଂକ୍ରାମକ ପରାମର୍ଶଦାତା ଆଲୋକ କୁମାର ମିଶ୍ର ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟ କୁ ତମଖୁ ମୁକ୍ତ କରିବା ପାଇଁ ବ୍ୟବସ୍ଥା କରିବା ତଥା କି ପଦକ୍ଷେପ ନିଆଯିବ ସେ ବିଷୟ ରେ ଦର୍ଶାଇଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରଥିଲେ.