-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ

05-Jun-2026



ବଲାଙ୍ଗୀର(ପ୍ରେରଣା ଖବର):  ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳରେ ବିଦ୍ୟୁତସମସ୍ୟା ଓ ପାନୀୟଜଳ ସମସ୍ୟାକୁ ନେଇ ଲୋକମାନେ ଅତିଷ୍ଠ ହୋଇପଡୁଛନ୍ତି। ସରକାର ବର୍ଷବର୍ଷ ଧରି ବିଭିନ୍ନ ପ୍ରକଲ୍ପକୁ ସଂପୂର୍ଣ୍ଣ କରାଇ ପାରୁନଥିବାରୁ ଏହି ସମସ୍ୟା ବଢିଚାଲିଛି । ଦେଓଗାଁ ବ୍ଲକର ୧୩ ନମ୍ବର ଜୋନର ୧୦ଟି ପଞ୍ଚାୟତରେ ପାନୀୟଜଳ ଓ ବିଦ୍ୟୁତ ସମସ୍ୟା ଦେଖାଦେଇଛି । ବିଦ୍ୟୁତସମସ୍ୟାର ସମାଧାନ ପାଇଁ ଅର୍ଜୁନପୁରରେ ନୂତନ ଗ୍ରୀଡକାମ ଓ କେନ୍ଦୁଘାଟଠାରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ତେଲନଦୀରେ ମେଗା ପାନୀୟଜଳପ୍ରକଲ୍ପ କାମ ଚାଲୁଛି । କିନ୍ତୁ ତାହାର କାମ ଏତେ ମନ୍ଥର ହେଉଛି ଯେ,ଗତ ୩ବର୍ଷ ମଧ୍ୟରେ ମାତ୍ର ୫୦% କାମ ସରିଛି । ତେଣୁ ସ୍ଥାନୀୟଲୋକେ ତାତିଛନ୍ତି ଓ ଆଜି ଶହଶହ ସଂଖ୍ୟାରେ ପୁରୁଷ/ମହିଳା ଆସି ବଲାଙ୍ଗୀରରେ ବିଦ୍ୟତବିଭାଗର ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆରଡବ୍ଲୁଏସଏସ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ । ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଆସି ଉଭୟ ଅଫିସକୁ ଘେରାଉ କରି ବିକ୍ଷୋଭପ୍ରଦର୍ଶନ ସହିତ ଆସନ୍ତା ନୂଆଖାଇ ପର୍ଯ୍ୟନ୍ତ ଉଭୟକାମର ସଂପୂର୍ଣ୍ଣକରଣ ନକରାଇଲେ ଆଗକୁ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଲକ୍ଷ୍ମଣକୁମାର ମେହେର ଅଭିଯୋଗ କରିଛନ୍ତି ଯେ,ବିଗତ ନବୀନ ସରକାର ଅମଳରେ ୬୮ କୋଟି ଟଙ୍କାର ଅନୁଦାନ ଅନୁମୋଦନ କରାଯାଇ କେନ୍ଦୁଘାଟରେ ତେଲନଦୀରେ ମେଗାପାନୀୟଜଳ ପ୍ରକଲ୍ପ କାମ ଆରମ୍ଭ କରାଯାଇଥିଲା । ଏହି ପ୍ରକଲ୍ପ ସଂପୂର୍ଣ୍ଣ ହେଲେ ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତ କୁଲତାପଡା, ଅର୍ଜୁନପୁର, ଗୁଡଖାପଲା, ବଡବାହାଲ, ମକୁନ୍ଦପୁର, ଉଫରଝର, ମହଲେଇ, ଉଡାର ଓ ସାଲେପାଲି ଗ୍ରାମପଞ୍ଚାୟତର ୫୪ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ । ଗତ ୨୦୨୫ ମସିହାର ମାର୍ଚ୍ଚମାସ ସୁଦ୍ଧା ଏହି ମେଗା ପ୍ରକଲ୍ପକାମ ସରିବା କଥା । ଆଜି ୨୦୨୬ ମସିହା ଜୁନମାସ ହେଲାଣି କିନ୍ତୁ କୌଣସିଠାରେ ଓଭରହେଡ ଟ୍ୟାଙ୍କ ଆରମ୍ଭ ହୋଇନାହିଁ । କାମକୁ କରାଉଥିବା ଏନସିସି କମ୍ପାନୀ ଖୁବଧିମା ଗତିରେ କାମକୁ କରାଉଛି । ଏପଟେ ଗ୍ରାମ ମାନଙ୍କରେ ପାଣି ସମସ୍ୟା ଉତ୍କଟ ହେଲାଣି । ତେଣୁ ଗ୍ରାମ୍ୟ ପାନୀୟଜଳ ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ଏହାକୁ ଆସନ୍ତା ନୂଆଖାଇ ପୂର୍ବରୁ କାମ ସାରିବାକୁ ଚେତାବନୀ ଦିଆଯାଇଛି । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସମୀକ୍ଷା ବୈଠକରେ ମଧ୍ୟ ଏନେଇ ଆଲୋଚନା ହୋଇଥିଲା ଓ  ଆଜି ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।  କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଲୋକଙ୍କ ସହିତ ଆରଡବ୍ଲୁଏସଏସ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ଗଗନ କିଷାନ, ଏସଡିଓ ଇଂ.ଗଙ୍ଗାଧର ରୋହିଦାସ ଓ ଏଇ ଇଂ.ଗୋପିବଲ୍ଲଭ ପାଣିଗ୍ରାହୀ ଆସି ଆଲୋଚନା କରିବା ସହିତ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପ୍ରକଲ୍ପକାମ ସାରି ଡିସେମ୍ବର ମାସ ସୁଦ୍ଧା ସମସ୍ତ ଗ୍ରାମକୁ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

  ଠିକ ସେହିପରି ଅର୍ଜୁନପୁରଠାରେ ଗତ ୨୦୨୨ ମସିହାରୁ ୧୩କୋଟି ୭୦ଲକ୍ଷ ଟଙ୍କା ବ୍ୟୟଅଟକଳରେ ଏକ ବିଦ୍ୟୁତଗ୍ରୀଡ କାମ ଚାଲିଛି । ସମାନ ସମୟରେ କାମ ଆରମ୍ଭ ହୋଇ ଆଗଲପୁର ବ୍ଲକର କୁଟାସିଂହା ଗ୍ରୀଡକାମ ସରି କାର୍ଯ୍ୟକ୍ଷମ ହେଲାଣି । କିନ୍ତୁ ଦେଓଗାଁବ୍ଲକର ଅର୍ଜୁନପୁର ଠାରେ ନିର୍ମାଣାଧିନ ଗ୍ରୀଡକାମ ୫୦% ସରିନାହିଁ । ତେଣୁ ଜନଅସନ୍ତୋଷ ବଢୁଛି । ବିଦ୍ୟୁତବିଭାଗ ତଥା ନିର୍ମାଣକାରୀ ସଂସ୍ଥାର ଅବହେଳା କାରଣରୁ ଏହି ଗ୍ରୀଡକାମ ସରିପାରୁନାହିଁ ବୋଲି ଅଭିଯୋଗ କରାଯାଇ ଆଜି ବଲାଙ୍ଗୀର ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ଲରାଯାଇଥିଲା । ଏହି ଗ୍ରୀଡ କାର୍ଯ୍ୟକ୍ଷମ ହେଲେ ମେଗାପାନୀୟଜଳ ପ୍ରକଲ୍ପ ସମେତ ଦେଓଗାଁ ବ୍ଲକର

୫ଟି ଗ୍ରା.ପ. ଓ ଗୁଡଭେଲା ବ୍ଲକର ୨ଟି ଗ୍ରା.ପ.ର ୩୨ ଖଣ୍ଡ ଗ୍ରାମର ଲୋକମାନେ ଉପକୃତ ହେବେ । ତେଣୁ ମୁଖ୍ୟମନ୍ତ୍ରୀ ମୋହନଚରଭ ମାଝୀ,ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।  ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ହୋଇଥିବା ଘେରାଉ ସ୍ଥଳୀକୁ ଟାଟାପାୱାର କମ୍ପାନୀର ଅଧିକ୍ଷଣଯନ୍ତ୍ରୀ ଇଂ.ଆଶିଷ ପଣ୍ଡା ଆସି ଆଲୋଚନା କରି ସେପଟେମ୍ବର ସୁଦ୍ଧା କାମ ସରିବ ଓ ଗ୍ରୀଡ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ । ଆଜିର ଏହି ଆନ୍ଦୋଳନରେ ମକୁନ୍ଦପୁର ସରପଞ୍ଚ ଜୟନ୍ତି ସାହୁ, ଶୈଳେନ୍ଦ୍ର କୁମାର ସାହୁ,ଅନଙ୍ଗ ପଧାନ,ଦୟା ମହାକୁର,ମୁଜାଫର ରଣା, ଅଜିତ ରଣା,ପ୍ରମୋଦ ବହିଦାର, ସଂଜୟ ଛତ୍ରୀଆ,ରୂପାଧର ପୁଟା,ରୋସନ ପଧାନ,ସନ୍ତୋଷ ପଧାନ,ପଦ୍ମନାଭ ସିଂଚିନ୍ଦା, ଗୋପବନ୍ଧୁ ମିରର୍ଦ୍ଧା,ଚୈତନ୍ୟ ଭୋଇ,ପରମେଶ୍ୱର ସାହୁ,ରାଜୀବ ବିଶ୍ୱାଳ,ନନ୍ଦିକିଶୋର ନାଏକ,ସୁଭାଷ ହେର୍ଣ୍ଣା,ଦୀନେଶ ସେଠ, ଚନାବୁଟୁ ଗଡତ୍ୟାଙ୍କ ସମେତ ଶତାଧିକ ପୁରୁଷ/ମହିଳା ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like