-+91-9937148622 |

prerana_bgr@rediffmail.com |

  Monday 13th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ଜିଲ୍ଲା

ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ

05-Jun-2026



ବଲାଙ୍ଗୀର(ପ୍ରେରଣା ଖବର):  ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳରେ ବିଦ୍ୟୁତସମସ୍ୟା ଓ ପାନୀୟଜଳ ସମସ୍ୟାକୁ ନେଇ ଲୋକମାନେ ଅତିଷ୍ଠ ହୋଇପଡୁଛନ୍ତି। ସରକାର ବର୍ଷବର୍ଷ ଧରି ବିଭିନ୍ନ ପ୍ରକଲ୍ପକୁ ସଂପୂର୍ଣ୍ଣ କରାଇ ପାରୁନଥିବାରୁ ଏହି ସମସ୍ୟା ବଢିଚାଲିଛି । ଦେଓଗାଁ ବ୍ଲକର ୧୩ ନମ୍ବର ଜୋନର ୧୦ଟି ପଞ୍ଚାୟତରେ ପାନୀୟଜଳ ଓ ବିଦ୍ୟୁତ ସମସ୍ୟା ଦେଖାଦେଇଛି । ବିଦ୍ୟୁତସମସ୍ୟାର ସମାଧାନ ପାଇଁ ଅର୍ଜୁନପୁରରେ ନୂତନ ଗ୍ରୀଡକାମ ଓ କେନ୍ଦୁଘାଟଠାରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ତେଲନଦୀରେ ମେଗା ପାନୀୟଜଳପ୍ରକଲ୍ପ କାମ ଚାଲୁଛି । କିନ୍ତୁ ତାହାର କାମ ଏତେ ମନ୍ଥର ହେଉଛି ଯେ,ଗତ ୩ବର୍ଷ ମଧ୍ୟରେ ମାତ୍ର ୫୦% କାମ ସରିଛି । ତେଣୁ ସ୍ଥାନୀୟଲୋକେ ତାତିଛନ୍ତି ଓ ଆଜି ଶହଶହ ସଂଖ୍ୟାରେ ପୁରୁଷ/ମହିଳା ଆସି ବଲାଙ୍ଗୀରରେ ବିଦ୍ୟତବିଭାଗର ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆରଡବ୍ଲୁଏସଏସ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ । ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଆସି ଉଭୟ ଅଫିସକୁ ଘେରାଉ କରି ବିକ୍ଷୋଭପ୍ରଦର୍ଶନ ସହିତ ଆସନ୍ତା ନୂଆଖାଇ ପର୍ଯ୍ୟନ୍ତ ଉଭୟକାମର ସଂପୂର୍ଣ୍ଣକରଣ ନକରାଇଲେ ଆଗକୁ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଲକ୍ଷ୍ମଣକୁମାର ମେହେର ଅଭିଯୋଗ କରିଛନ୍ତି ଯେ,ବିଗତ ନବୀନ ସରକାର ଅମଳରେ ୬୮ କୋଟି ଟଙ୍କାର ଅନୁଦାନ ଅନୁମୋଦନ କରାଯାଇ କେନ୍ଦୁଘାଟରେ ତେଲନଦୀରେ ମେଗାପାନୀୟଜଳ ପ୍ରକଲ୍ପ କାମ ଆରମ୍ଭ କରାଯାଇଥିଲା । ଏହି ପ୍ରକଲ୍ପ ସଂପୂର୍ଣ୍ଣ ହେଲେ ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତ କୁଲତାପଡା, ଅର୍ଜୁନପୁର, ଗୁଡଖାପଲା, ବଡବାହାଲ, ମକୁନ୍ଦପୁର, ଉଫରଝର, ମହଲେଇ, ଉଡାର ଓ ସାଲେପାଲି ଗ୍ରାମପଞ୍ଚାୟତର ୫୪ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ । ଗତ ୨୦୨୫ ମସିହାର ମାର୍ଚ୍ଚମାସ ସୁଦ୍ଧା ଏହି ମେଗା ପ୍ରକଲ୍ପକାମ ସରିବା କଥା । ଆଜି ୨୦୨୬ ମସିହା ଜୁନମାସ ହେଲାଣି କିନ୍ତୁ କୌଣସିଠାରେ ଓଭରହେଡ ଟ୍ୟାଙ୍କ ଆରମ୍ଭ ହୋଇନାହିଁ । କାମକୁ କରାଉଥିବା ଏନସିସି କମ୍ପାନୀ ଖୁବଧିମା ଗତିରେ କାମକୁ କରାଉଛି । ଏପଟେ ଗ୍ରାମ ମାନଙ୍କରେ ପାଣି ସମସ୍ୟା ଉତ୍କଟ ହେଲାଣି । ତେଣୁ ଗ୍ରାମ୍ୟ ପାନୀୟଜଳ ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ଏହାକୁ ଆସନ୍ତା ନୂଆଖାଇ ପୂର୍ବରୁ କାମ ସାରିବାକୁ ଚେତାବନୀ ଦିଆଯାଇଛି । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସମୀକ୍ଷା ବୈଠକରେ ମଧ୍ୟ ଏନେଇ ଆଲୋଚନା ହୋଇଥିଲା ଓ  ଆଜି ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।  କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଲୋକଙ୍କ ସହିତ ଆରଡବ୍ଲୁଏସଏସ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ଗଗନ କିଷାନ, ଏସଡିଓ ଇଂ.ଗଙ୍ଗାଧର ରୋହିଦାସ ଓ ଏଇ ଇଂ.ଗୋପିବଲ୍ଲଭ ପାଣିଗ୍ରାହୀ ଆସି ଆଲୋଚନା କରିବା ସହିତ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପ୍ରକଲ୍ପକାମ ସାରି ଡିସେମ୍ବର ମାସ ସୁଦ୍ଧା ସମସ୍ତ ଗ୍ରାମକୁ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

  ଠିକ ସେହିପରି ଅର୍ଜୁନପୁରଠାରେ ଗତ ୨୦୨୨ ମସିହାରୁ ୧୩କୋଟି ୭୦ଲକ୍ଷ ଟଙ୍କା ବ୍ୟୟଅଟକଳରେ ଏକ ବିଦ୍ୟୁତଗ୍ରୀଡ କାମ ଚାଲିଛି । ସମାନ ସମୟରେ କାମ ଆରମ୍ଭ ହୋଇ ଆଗଲପୁର ବ୍ଲକର କୁଟାସିଂହା ଗ୍ରୀଡକାମ ସରି କାର୍ଯ୍ୟକ୍ଷମ ହେଲାଣି । କିନ୍ତୁ ଦେଓଗାଁବ୍ଲକର ଅର୍ଜୁନପୁର ଠାରେ ନିର୍ମାଣାଧିନ ଗ୍ରୀଡକାମ ୫୦% ସରିନାହିଁ । ତେଣୁ ଜନଅସନ୍ତୋଷ ବଢୁଛି । ବିଦ୍ୟୁତବିଭାଗ ତଥା ନିର୍ମାଣକାରୀ ସଂସ୍ଥାର ଅବହେଳା କାରଣରୁ ଏହି ଗ୍ରୀଡକାମ ସରିପାରୁନାହିଁ ବୋଲି ଅଭିଯୋଗ କରାଯାଇ ଆଜି ବଲାଙ୍ଗୀର ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ଲରାଯାଇଥିଲା । ଏହି ଗ୍ରୀଡ କାର୍ଯ୍ୟକ୍ଷମ ହେଲେ ମେଗାପାନୀୟଜଳ ପ୍ରକଲ୍ପ ସମେତ ଦେଓଗାଁ ବ୍ଲକର

୫ଟି ଗ୍ରା.ପ. ଓ ଗୁଡଭେଲା ବ୍ଲକର ୨ଟି ଗ୍ରା.ପ.ର ୩୨ ଖଣ୍ଡ ଗ୍ରାମର ଲୋକମାନେ ଉପକୃତ ହେବେ । ତେଣୁ ମୁଖ୍ୟମନ୍ତ୍ରୀ ମୋହନଚରଭ ମାଝୀ,ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।  ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ହୋଇଥିବା ଘେରାଉ ସ୍ଥଳୀକୁ ଟାଟାପାୱାର କମ୍ପାନୀର ଅଧିକ୍ଷଣଯନ୍ତ୍ରୀ ଇଂ.ଆଶିଷ ପଣ୍ଡା ଆସି ଆଲୋଚନା କରି ସେପଟେମ୍ବର ସୁଦ୍ଧା କାମ ସରିବ ଓ ଗ୍ରୀଡ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ । ଆଜିର ଏହି ଆନ୍ଦୋଳନରେ ମକୁନ୍ଦପୁର ସରପଞ୍ଚ ଜୟନ୍ତି ସାହୁ, ଶୈଳେନ୍ଦ୍ର କୁମାର ସାହୁ,ଅନଙ୍ଗ ପଧାନ,ଦୟା ମହାକୁର,ମୁଜାଫର ରଣା, ଅଜିତ ରଣା,ପ୍ରମୋଦ ବହିଦାର, ସଂଜୟ ଛତ୍ରୀଆ,ରୂପାଧର ପୁଟା,ରୋସନ ପଧାନ,ସନ୍ତୋଷ ପଧାନ,ପଦ୍ମନାଭ ସିଂଚିନ୍ଦା, ଗୋପବନ୍ଧୁ ମିରର୍ଦ୍ଧା,ଚୈତନ୍ୟ ଭୋଇ,ପରମେଶ୍ୱର ସାହୁ,ରାଜୀବ ବିଶ୍ୱାଳ,ନନ୍ଦିକିଶୋର ନାଏକ,ସୁଭାଷ ହେର୍ଣ୍ଣା,ଦୀନେଶ ସେଠ, ଚନାବୁଟୁ ଗଡତ୍ୟାଙ୍କ ସମେତ ଶତାଧିକ ପୁରୁଷ/ମହିଳା ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like