-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଚେତନ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜିଲ୍ଲା ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରି ଯୁବ ଉଦ୍ୟୋଗୀଙ୍କୁ ଆବଶ୍ୟକ ସହାୟତା ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ ପାଇଁ ଆହ୍ୱାନ କରିଥିଲେ।ସଫଳ ଉଦ୍ୟୋଗୀ କୁ ସମ୍ମାନିତ କରି ସମ୍ବର୍ଦ୍ଧନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା ସହ ଜିଲ୍ଲାର ଯୁବ ଉଦ୍ୟୋଗୀମାନେ ଆତ୍ମନିର୍ଭରଶୀଳ ହୋଇ ଶିକ୍ଷାର ଯୁବକଙ୍କୁ ରୋଜଗାର ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଛନ୍ତି।
କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଏବଂ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗ ମାଧ୍ୟମରେ ରୋଜଗାର ସୃଷ୍ଟି ଓ ଆର୍ଥିକ ସଶକ୍ତିକରଣର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ପରିଚାଳକ ପ୍ରଜ୍ଞା କୁମାର ମିଶ୍ର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ଯୋଜନା, ନୀତି ଆଲୋକପାତ କରିଥିଲେ।