-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2026
(ଡୋଲେଶ୍ୱର ବାଗ )
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଘରକୁ ଘର ପରିଦର୍ଶନ ଏବଂ ଗଣନା ପତ୍ର ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ ତଥା ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ) ସୁର୍ମୀ ସୋରେନ।
ଉପଜିଲ୍ଲାପାଳ ବିଭିନ୍ନ ବୁଥ୍ ପରିଦର୍ଶନ କରି ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନଙ୍କ ଦ୍ୱାରା କରାଯାଉଥିବା ଘରକୁ ଘର ପରିଦର୍ଶନ କାର୍ଯ୍ୟର ତଦାରଖ କରିଥିଲେ। ଏହାସହ ଗଣନା ପତ୍ର ବଣ୍ଟନ, ମତଦାତାଙ୍କ ତଥ୍ୟ ସଂଗ୍ରହ ଏବଂ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ସେ ବିଏଲ୍ଓମାନଙ୍କ ସହ ଆଲୋଚନା କରି କ୍ଷେତ୍ରସ୍ତରରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଗଣନା ପତ୍ର ବଣ୍ଟନ ଏବଂ ତଥ୍ୟ ସଂଗ୍ରହ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶତପ୍ରତିଶତ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।