-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
29-May-2026
ବଙ୍ଗୋମୁଣ୍ଡା(ପ୍ରେରଣା ଖବର): ସାଂସ୍କୃତିକ, ସାମାଜିକ ଓ ଶିକ୍ଷାଗତ ବିକାଶ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟରତ ପ୍ରତିଷ୍ଠିତ ସଂସ୍ଥା ‘ଆଦିଲୀଳା ଫାଉଣ୍ଡେସନ’ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆନ୍ଧ୍ର–ତେଲେଙ୍ଗାନା ଭବନ ରେ ଆୟୋଜିତ ଭବ୍ୟ ସମାରୋହରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢଗାଁ ର ଓଡ଼ିଆ ପ୍ରତିଭା ବଳଦେବ ବାଗଙ୍କୁ ସମ୍ମାନିତ କରାଯାଇଛି।ମହାନ ନେତା ଏବଂ ପଦ୍ମଶ୍ରୀ ଡ଼. ଏନ୍.ଟି. ରାମାରାଓଙ୍କ ଜୟନ୍ତୀ ଅବସରରେ ପାଳିତ ‘ଆତ୍ମଗୌରବ ଦିବସ’ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ଉତ୍ସବରେ ବଳଦେବ ବାଗଙ୍କ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ମାନପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା।ଏହି ଭବ୍ୟ କାର୍ଯ୍ୟକ୍ରମରେ ଭାରତ ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାଇରେକ୍ଟର ଜେନେରାଲ ଡ଼. ସୁଭାଷ, ଆଦିଲୀଳା ଫାଉଣ୍ଡେସନର ଜାତୀୟ ଅଧ୍ୟକ୍ଷ ଡ଼. ଆଦିନାରାୟଣ, ସାମାଜିକ ପ୍ରବର୍ତ୍ତକ ଏବଂ ରିଟେଲସ୍ପାର୍କ ଆପ୍ର ସହ-ସଂସ୍ଥାପକ ବାକି ବାଇରି ରେଡ୍ଡି, ପ୍ରସିଦ୍ଧ ସିନେ ତେଲୁଗୁ ଅଭିନେତା ଏବଂ ନିର୍ଦ୍ଦେଶକ ଚନ୍ଦ୍ରହାସ, ବିଭାଗ ଫାଉଣ୍ଡେସନର ସିଇଓ ଶ୍ରୀ ୱେଣୁଗୋପାଳ (କୋଇମ୍ବାତୁର), ଯୁଗ୍ମ ସଚିବ ଶ୍ରୀ ରାଜୀବ ଦ୍ୱିବେଦୀ, ଭାରତ ସରକାରଙ୍କ ପାର୍ଲାମେଣ୍ଟ ସଚିବ ଶ୍ରୀ ସତ୍ୟନାରାୟଣ, ଏନ୍.ଡି.ଏଫ୍.ସି. ଦିଲ୍ଲୀର ଉପନିର୍ଦ୍ଦେଶିକା ମ୍ୟାଡାମ କୌଶିକ ଏବଂ ବିଶିଷ୍ଟ ଚିକିତ୍ସକ ଡ଼. କେ.ବି. କୁପ୍ପୁସ୍ୱାମୀଙ୍କୁ ‘ଲାଇଫଟାଇମ ଏଚିଭମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ସେହିପରି ପ୍ରୋଫେସର ଦୀପକ କୁମାର ମିଶ୍ର ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ।ଜାତୀୟ ସ୍ତରରେ ମିଳିଥିବା ଏହି ସମ୍ମାନ ବଲାଙ୍ଗୀର ସହ ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଥିବାବେଳେ, ଏହା ରାଜ୍ୟର ଯୁବପିଢ଼ୀଙ୍କୁ ସାମାଜିକ ସେବା, ସଂସ୍କୃତି ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଅଧିକ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।(ଫଟୋ ସହ)