-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
12-Oct-2020
ଖପ୍ରାଖୋଲ ( ଗୋରେଖନାଥ ବରିହା )ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଗୁଣ୍ଡୁରିପାଲି ଠାରେ ୩୦୦ ବ୍ୟାଟ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି।ଏ ଅବସରରେ ମୁଖ୍ୟଅତିଥି ଉଜେରୀ ସାମାଜିକ ସେବା ଟ୍ରଷ୍ଟ ଉତ୍ତର ପ୍ରଦେଶ ର ରାଷ୍ଟ୍ରିୟ ଅଧ୍ୟକ୍ଷ ରାଜେଶ କୁମାର ମିଶ୍ର ଯୋଗ ଦେଇଥିବାବେଲେ।ସମ୍ମାନିତ ଭାବେ ପ୍ରଦେଶ ପ୍ରଭାରୀ ଚନ୍ଦ୍ରଧ୍ବଜ ସେଲମା,ପ୍ରଦେଶ ଅଧ୍ୟକ୍ଷ ପ୍ରଜାପତି ଶୁଶିଲ କୁମାର ରଣା,ପ୍ରଦେଶ ମହା ସଚିବ ଚୈତାଲି ଲୌଧ,ବଲାଙ୍ଗିର ଜିଲ୍ଲା ପ୍ରଭାରୀ ଗିତାଞ୍ଜଲି ବରିହା,ଜିଲ୍ଲା ଅଧ୍ୟକ୍ଷ ଶେଷଦେବ ନାୟକ, ଉଜେରୀ ସାମାଜିକ ଟ୍ରଷ୍ଟ ଖପ୍ରାଖୋଲ ବ୍ଲକ ପ୍ରଭାରୀ ବିମଲା ବାଗ,ଅଧ୍ୟକ୍ଷ ଗଣେଶ୍ବର ବେହେରା,ଖପ୍ରାଖୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହା,ଜୟନ୍ତି ବରିହା,ପଞ୍ଚାୟତ ସମ୍ପାଦକ ଲମ୍ବୋଦର ହଂସ ଯୋଗଦେଇଥିଲେ । ଶ୍ରୀ ମିଶ୍ର ଏହି ଅଞ୍ଚଳରେ ଆଦିବାସୀ ଗରିବ ଲୋକମାନଙ୍କ ପାଇଁ ଏକ ବଡ ଡାକ୍ତରଖାନା ଖୋଲିବା କୁ ନିଷ୍ପତି ନେଇଥିବାରୁ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଗୁଣ୍ଡୁରୁପାଲି ଗ୍ରାମର ପବିତ୍ର ନିଆଲ ୪ ଏକର ଜମି ଦାନ କରିଛନ୍ତି। ହୃଷିକେଶ ବେହେରା଼ ମଞ୍ଚପରିଚାଳନା କରିଥିଲେ। ଉଜେରୀ ସାମାଜିକ ସେବାଟ୍ରଷ୍ଟ ର ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।