-+91-9937148622 |
prerana_bgr@rediffmail.com |
Friday 30th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଓଡିଶାର ସର୍ବ ପୁରାତନ ପୃଥ୍ୱୀରାଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ ପରେ ସ୍କୁଲ କର୍ତ୍ତୃପକ୍ଷ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛନ୍ତି । ଆଜି ବିଧାୟକ ଶ୍ରୀ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠି, ସ୍କୁଲ ଶିକ୍ଷକ ବିକାଶ ସାହୁ ଏବଂ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ଶ୍ରୀ ମିଶ୍ରଙ୍କୁ ଭେଟି ସ୍କୁଲ କର୍ତ୍ତୃପକ୍ଷ ପରିଚାଳନା କମିଟି ଏବଂ ଛାତ୍ର ଛାତ୍ରୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି । ଏହି ସମୟରେ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିଶେଷ କରି ଶିକ୍ଷକ କର୍ମଚାରୀଙ୍କ ଅଭାବ, ବିଜ୍ଞାନ ପରୀକ୍ଷାଗାର ତଥା ସ୍କୁଲର ସ୍ୱଚ୍ଛତାକୁ ନେଇ ଥିବା କିଛି ସମସ୍ୟା ଉପରେ ବହୁଶିଘ୍ର ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ ।