-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||     

HOME   ଜିଲ୍ଲା

ଆର୍.ଏମ୍.ସି ରେ ମହାଦୁର୍ନୀତି ଅଭିଯୋଗ; ତଦନ୍ତ କରିବେ ଜିଲ୍ଳାପାଳ

15-Apr-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆର.ଏମ.ସି ରେ ଦୁର୍ନୀତି ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଚାଷୀମାନେ ୨୦୨୪ ଜୁଲାଇ ୩୧ରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରି ୧୫ ଦିନ ମଧ୍ୟରେ ଜଣାଇବାକୁ ନିନ୍ଧକ ସମୟକ ସମିତି ସମୂହ, ଭୁବନେଶ୍ଵର ଭକ୍ତବନ୍ଧୁ ସାହୁ ତାଙ୍କ ପତ୍ର ସଂଖ୍ୟା ଆରସିଏସ- ଏଫବିଆଇ ତା.୨୭.୯. ୨୦୨୦୪ରେ ସହାୟକ କୃଷି ବିପଣନ, ଭୁବନେଶ୍ଵରଙ୍କୁ ନିର୍ଦେଶ ଦେଇଛନ୍ତି।
     ସୂଚନା ଥାଉକି ପୂର୍ବତନ ସମ୍ପାଦକ ଭାବେ ଅନେକବର୍ଷ ରହି ପଦୋନ୍ନତି ପାଇଁ ବଲାଙ୍ଗୀରକୁ ବଦଳି ହୋଇଥିଲେ ମଧ୍ୟ ପୁଣି ଥରେ ସୋନପୁର ଆସି ଆର.ଏମ.ସି ରେ କାର୍ଯ୍ୟରତ ଥିଲେ ବୋଲି ଅଭିଯୋଗ ହେଉଛି। ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରାୟ ୫୦କୋଟି ଟଙ୍କାର ଅନେକ ଅନାବଶ୍ୟକ ନିର୍ମାଣ, ଅଦରକାରୀ ମେସିନ୍ ଓ ଅନାବଶ୍ୟକ ତାରପୋଲିନ ଏବଂ ବେଆଇନ ନିଯୁକ୍ତି ଦେଇ କୋଟି କୋଟି ଟଙ୍କା ଆର.ଏମ.ସି ରୁ ପିସି ହାତେଇବା ପାଇଁ, ଚଢାଦରରେ ଜିନିଷ କିଣି ଆରଏମସି ଟଙ୍କା ଲୁଟ୍ କରିଥିବା ଚାଷୀ ଗୁରୁତର ଅଭିଯୋଗ କରିଥିଲେ। ଆର.ଏମ.ସି କମିଟି ନ ହୋଇ ମଧ୍ୟ ବେଆଇନ ରିଜୋଲେସନ ବଳରେ ଆର.ଏମ.ସି ରେ ବଡ଼ ଧରଣର ଦୁର୍ନୀତି ଚାଲିଛି। ଆରଏମସି ଅଧକ୍ଷ, ଓସମା ବୋର୍ଡ ଅଧିକାରୀ ଏବଂ ସମ୍ପାଦକ ମିଳିତ ଭାବେ ଦୁର୍ନୀତି କରିଥିବାବେଳେ ଭିଳିଲାନ୍ସ ତଦନ୍ତ କିମ୍ବା ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଅଡିଟ କରାଗଲେ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଚାଷୀକୂଳ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ କଥା ଦୁର୍ନୀତି ବିରୋଧରେ ଯାହା ଅଭିଯୋଗ ହେଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ I ତେଣୁ ସମ୍ପାଦକଙ୍କ ଦ୍ବାରା ହୋଇଥିବା କେତେକ ଦୃଷ୍ଟାନ୍ତମୂଳକ ଦୁର୍ନୀତି ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ଆଜି ଜିଲାପାଳଙ୍କ ନିକଟରେ ସହିଲା ଗ୍ରାମର ଚାଷୀ ଘନଶ୍ୟାମ ମେହେର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଚୁଙ୍ଗୁରିପାଲି ଆରଏମସିରେ ଯେତେ ଧାନ ବିକ୍ରି ପାଇଁ ଆସେ ତାହା ଚାଷୀ ଓ ମିଲର୍ସ ମଧ୍ୟରେ ବୁଝାମଣା ହୋଇ ସିଧା ମିଲ୍‌କୁ ଧାନ ଯାଇଥାଏ। ବହୁ କମ ଧାନ ମଣ୍ଡିରେ ଓଜନ ହୁଏ। ମାତ୍ର ମଣ୍ଡିରେ ପୂର୍ବରୁ ଥିବା ଓଜନ ମେସିନ ସଚଳ ଥାଇ ସମ୍ପାଦକ କେଉଁ ଉଦ୍ଦେଶ୍ୟରେ ଦ୍ଵିତୀୟ ଓଜନ ମେସିନ କିଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ କିଣାଯାଇଥିବା ପେଡି କ୍ଲିନର ମେସିନ୍ ଖତ ଖାଉଥିବାବେଳେ ପୁଣି ୧୦ଟି ପେଡି କ୍ଲିନର୍ ମେସିନ୍ କିଣାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଉକ୍ତ ମେସିନ୍ ବଜାରରେ ୧୨ରୁ ୧୫ ଲକ୍ଷ ଟଙ୍କାରେ ମିଳୁଥିବାବେଳେ ମେସିନ୍ ପ୍ରତି ୨୫ ଲକ୍ଷ ଟଙ୍କା ହିସାବରେ ୧୦ଟି ମେସିନ କିଣାଯାଇ କୋଟି କୋଟି ଟଙ୍କା ବରବାଦ କରାଯାଇଥିବା ସେ କହିଛନ୍ତି। ସେହିପରି ବିନା ଟେଣ୍ଡରରେ ଏବଂ ବିନା ଆବଶ୍ୟକରେ ପେଡି ଲିସ୍ଟିଙ୍ଗ୍ ମେସିନ୍, ମୟୂର ମେସିନ ଇତ୍ୟାଦି ଥାଇ ମଧ୍ୟ ଚଢା ଦରରେ କିଣାଯାଇଛି ଏବଂ କୋଟେସନ ଫିଙ୍ଗି କରି କମିଶନି ଅତ୍ମସାତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ସମ୍ପାଦକଙ୍କ କାର୍ଯ୍ୟକାଳ ସମୟରେ ଅନୁନ୍ୟ ୩ହଜାରରୁ ଅଧିକ ତାରପୋଲିନ ଚଢ଼ା ଦରରେ କିଣି ବିଲ୍ କରି ଅର୍ଥ ଲୁଟ୍ କରିଥିବା ସେ ଉଲ୍ଲେଖ କରିଛନ୍ତି। ତାଙ୍କ ସମୟରେ ଅହେତୁକ ଭାବରେ ମାର୍କେଟ ଯାଜମାନ ନିର୍ମାଣ ହୋଇଛି। ଏଥିରେ ଟେଣ୍ଡର ପ୍ରକ୍ରିୟାକୁ ତଞ୍ଚକତା କରି ବହୁ କାମ ନିଜେ ଓ ସହକାରୀ ଯନ୍ତ୍ରୀ ହାତେଇଛନ୍ତି ଏବଂ ନିମ୍ନମାନର କାମ କରି କୋଟିକୋଟି ଟଙ୍କା ଆତ୍ମସାତ କରିଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି। ଅନେକ ଗୁଡିଏ କାମ ଟେଣ୍ଡର ଫିକ୍ସିଂ କରି ସହକାରୀ ଯନ୍ତ୍ରୀଙ୍କ ଭାଇ ନିର୍ମାଣ କରିଛନ୍ତି। ସୋନପୁର ସହରରେ ଏକ ସୁପର ମାର୍କେଟ କମ୍ପ୍ଲେକ୍ସ ତଥା ସିନେମା ହଲ ତିଆରି ପାଇଁ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଦୀର୍ଘଦିନ ହେଲା ୮କୋଟି ଟଙ୍କା ଆଗ୍ରୀମ ଦିଆଗଲାଣି। ମାତ୍ର ଆରଏମସି ନାଁରେ ନିର୍ମାଣ ହେବାକୁ ଥିବା ଜାଗା ଏ ପର୍ଯ୍ୟନ୍ତ ଆର ଏମସିକୁ ଦିଆଯାଇନାହିଁ। ଜମି ହସ୍ତାନ୍ତର ନ ହୋଇ
କାହା ଇଙ୍ଗିତରେ ବର୍ଷବର୍ଷ ହେଲା ୮ କୋଟି ଟଙ୍କା ଦିଆଯାଇ କ୍ଷତି ପହ‌ଞ୍ଚାଯାଉଛି ତାହା ତଦନ୍ତ ସାପେକ୍ଷ । ଉକ୍ତ କମ୍ପ୍ଲେକ୍ସର ପ୍ଲାନ ଏଷ୍ଟିମେଟ ନାଁରେ ଜନୈକ ଏଜେନ୍ସିକୁ ୭୦ର ଟଙ୍କା ଦିଆ ଯାଇଥିବା ଦେଖାର ଟଙ୍କା ହରିଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସୋଲାର ସିଷ୍ଟମ/ଜେଜେରେଟର/ଅଗ୍ନିନିର୍ବାପକ ଯନ୍ତ୍ର/ ଓ ମେସିନ ମଟାମକି ନାଁରେ ଲକ୍ଷାଧିକ ଟଙ୍କା  ଲୁଟ, ସିସିଟିଭି ଜିଣାରେ ୩୭ଲକ୍ଷ ଟଙ୍କାର ଟେଣ୍ଡର ଫିକ୍ସିଂ ଆଦି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି ଜଣାଇଛନ୍ତି। ଏହି ସମସ୍ତ ଜାଲିଆତି କାରବାରର ଆନୁମାନିକ ମୂଲ୍ୟ ୫୦କୋଟିରୁ କମ୍ ନୁହେଁ । ଚାଷୀଙ୍କ ଉତ୍ପାଦିତ ଧାନକୁ ମଡାଇବା ପାଇଁ ସରକାରଙ୍କ ନିର୍ଦେଶକ୍ରମେ ଉପ‌ଯୁକ୍ତ ସ୍ଥାନରେ ଖଲା ତିଆରି କରିବାର ଥିଲା କିନ୍ତୁ ଉପଯୁକ୍ତ ସ୍ଥାନ ନ ମିଳିବାରୁ ଖଲା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା। ଅଯୋଗ୍ୟ ସ୍ଥାନରେ ହାରାହାରି ୮୦ଟି ଖଳା କୋଟିକୋଟି ଟଙ୍କା ବିନିମୟରେ ନିଜର ଲାଭ ପାଇଁ ତିଆରି କରିଛନ୍ତି, ଯାହା କୌଣସି କାର୍ଯ୍ୟରେ ଆସୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ଏ ସମ୍ପର୍କରେ ସେ ତାଙ୍କ ପ୍ରତିକ୍ରିୟାରେ ସେତେବେଳେ ଅଭିଯୋଗ ଭିତ୍ତିହୀନ ଏବଂ ସେ ଅଭିଯୋଗ ପତ୍ର ପାଇଥିବା ଏବଂ ବିଭାଗୀୟ ଅଧୁକାରୀ ଯାଞ୍ଚ ବା ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ । ବିଭାଗୀୟ ମାର୍ଗଦର୍ଶିକାକୁ ଆଧାର କରି ସବୁ କିଛି କରାଯାଇଛି। ତଦନ୍ତ ହେଇ, ସତ୍ୟାସତ୍ୟ ପରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି । ଅଭିଯୋଗ ଉପରେ ଜିଲାପାଳ ଶୁଣି ଭକ୍ତ ଅଭିଯୋଗକୁ ଲିଛି କରି ଭିଜିଲାନ୍ସ ଏକ ମାମଲା ରଜୁ କରିଥିବା ପ୍ରକାଶ କରିବା ସହ ନିଜେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅଭିଯୋଗ ଶିବିରରେ ଚୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ମିଶ୍ର ଅତିରିକ୍ତ ଜିଲାପାଳଙ୍କୁ ସଂଘ ପରିଚାଳନା ଉପରେ ବିଡିଓଙ୍କ ରିପୋଟ ଆଧାରରେ ରାୟ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ଉତ୍ତରରେ ଅତିରିକ୍ତ ଜିଲାପାଳ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026

You Might Also Like