-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
14-Feb-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜ ଗରୁଡ଼ କ୍ୟାମ୍ପସ ଠାରେ ଶୁକ୍ରବାର ସିଦ୍ଧାର୍ଥ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ତରେ ଅନୁଷ୍ଟିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା ଯୋଗଦେଇ କଲେଜର ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ,ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରଜିଷ୍ଟାର ହର ପ୍ରସାଦ ଭୋଇ,ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କଲେଜ ତରଫରୁ ଆୟୋଜିତ ହୋଇଥିବା ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ କୃତିତ୍ତ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନପତ୍ର ଦେଇ ସମ୍ମାନିତ କରିଥିଲେ।ପ୍ରାରମ୍ଭରେ ଅଧ୍ୟାପିକା ଜାନକୀ ସାମନି ଓ ଭାରତୀ ବାବୁଙ୍କ ନେତୃତ୍ୱରେ ଛାତ୍ରୀ ମାନେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ । ଉତ୍ସବର ସଭାକୁ ଅଧ୍ୟାପକ ବିଶ୍ଵନାଥ ମିଶ୍ର ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗ ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାସ ବାର୍ଷିକ ବିବରଣୀ ପଠନ କରିଥିଲେ ।ଶେଷରେ ଅଧ୍ୟାପିକା ପ୍ରମିତା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉତ୍ସବ ପରିଚାଳନାରେ କଲେଜର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ।