-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||     

HOME   ଜିଲ୍ଲା

ଦିଲ୍ଲୀରେ ସ୍ବର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ

04-Feb-2026



 ନୂଆଦିଲ୍ଲୀ(ପ୍ରେରଣା ଖବର): ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ବର୍ଗତଃ ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ  ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହାଉଜଖାସ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ସ୍ମୃତି ସମାବେଶ ଓ ଭଜନ ସନ୍ଧ୍ୟାରେ ତାଙ୍କର ଶତାଧିକ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ପ୍ରଶଂସକ ଯୋଗ ଦେଇଥିବା ଦେଖାଯାଇଥିଲା । ଏହି ଅବସରରେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତଃ ପ୍ରଧାନଙ୍କର ଆଦର୍ଶ ଜୀବନ, ଉତ୍କର୍ଷ ଦର୍ଶନ ଏବଂ ଉତ୍ସର୍ଗୀକୃତ ସମାଜସେବାର ଅମ୍ଲାନ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ଓ ଚିରଶାନ୍ତି କାମନା କରିଥିଲେ। 

ସ୍ବର୍ଗତଃ ପ୍ରଧାନ ଏକାଧାରରେ ଜଣେ ଧର୍ମପରାୟଣ, କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର,  ମିଷ୍ଟଭାଷୀ, ଦରଦୀ, ପରୋପକାରୀ ତଥା ସର୍ବୋପରି ଜଣେ ସର୍ବଗୁଣ ସମ୍ପନ୍ନ ମଣିଷ ଥିଲେ। ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ସାମାଜିକ, ସାଂସ୍କୁତିକ, ଧାର୍ମିକ ଓ ଦାତବ୍ୟ ଅନୁଷ୍ଠାନ ସହିତ ସେ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ଭାବେ ଜଡ଼ିତ ରହି ଆସିଥିଲେ । ହାଉଜଖାସ୍ ଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବାସଙ୍ଘ ଏବଂ ଛତରପୁରଠାରେ ଠାକୁର ନିଗମାନନ୍ଦଙ୍କର ଆଶ୍ରମ ସ୍ଥାପନା କରିଥିବା ଦିଲ୍ଲୀ ସାରସ୍ବତ ସଙ୍ଘର ସ୍ବର୍ଗତଃ ପ୍ରଧାନ ଯଥା କ୍ରମେ ପ୍ରତିଷ୍ଠାତା ସମ୍ପାଦକ ଓ ସଭାପତି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଖୁବ ଅନ୍ତରଙ୍ଗ ଥିବା ସ୍ଵର୍ଗତଃ ପ୍ରଧାନ ଦୀର୍ଘ କାଳ ଧରି ଗାନ୍ଧୀ ପରିବାରର ବାସଗୃହ ଏବଂ ଫାର୍ମ ହାଉସର ରକ୍ଷଣାବେକ୍ଷଣ କାର୍ଯ୍ୟକୁ ତଦାରଖ କରୁଥିଲେ। ଶ୍ରୀ ପ୍ରଧାନଙ୍କର ନିମନ୍ତ୍ରଣ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହାଉଜଖାସ୍ ମନ୍ଦିରର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସାଧାରଣରେ ଡିଡି ପ୍ରଧାନ ନାମରେ ବେଶ୍ ଲୋକପ୍ରିୟ, ସ୍ଵର୍ଗତଃ ପ୍ରଧାନଙ୍କର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା, ସାହିବ ସିଂ ବର୍ମା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସହିତ ଖୁବ ଘନିଷ୍ଠ ସମ୍ପର୍କ ରହିଥିଲା ।ଏହି ଅବସରରେ ବିଶିଷ୍ଟ ଗାୟକ ସରୋଜ ମହାନ୍ତି ଓ ସାଥୀ ସୁମଧୁର ଭଜନ ପରିବେଷଣ କରିଥିଲେ। ସ୍ଵର୍ଗତଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ. ମୃତ୍ୟୁଞ୍ଜୟ ମହାପାତ୍ର, ଡିଡିଏର ଉପାଧ୍ୟକ୍ଷ ଡଃ. ଶୁଭାଶିଷ ପଣ୍ଡା, ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ କୁମାର ନାୟକ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ

କିଶୋର ଦ୍ବିବେଦୀ, ବରିଷ୍ଠ ପ୍ରଶାସକ ଶ୍ରୀଦେବ ନନ୍ଦ, ବରିଷ୍ଠ ଆଇନଜୀବୀ ଶରତ ନନ୍ଦ, ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ, ସମାଜସେବୀ ଜୟରାମ ସାମଲ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ କୁମାର ରଥ ଏବଂ ସିଲଭର ଗାନ୍ଧୀ ମୋହନ ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଶ୍ରଦ୍ଧାଞ୍ଜଳି ସଭାକୁ ସୂଚାରୁ ରୂପେ ଆୟୋଜନ ଓ  ସଫଳତାର ସହିତ ସମାପନ କରିବାରେ ସ୍ବର୍ଗତଃ ପ୍ରଧାନଙ୍କର ତିନି ସୁପୁତ୍ର ରବୀନ୍ଦ୍ରନାଥ, ରମାକାନ୍ତ ଓ ହେମାକାନ୍ତ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କୁ ସହଯୋଗ  କରିଥିବା ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଦୁଇ ଝିଅ କନକଲତା ପାତ୍ର ଓ ବିଦୁଲତା ଜେନା, ତିନି ବୋହୂ ସବିତା ପ୍ରଧାନ, ରୁନୁ ପ୍ରଧାନ ଏବଂ ଶାଳିନୀ ପ୍ରଧାନ, ଜ୍ୱାଇଁ ପ୍ରଶାନ୍ତ କୁମାର ପାତ୍ର, ନାତି ନାତୁଣୀ,  ଅଣନାତି ଅଣନାତୁଣୀ ଯଥା:- ସିଦ୍ଧାର୍ଥ ପ୍ରଧାନ, ଶେଖର ପ୍ରଧାନ, ସଞ୍ଚିତ ପ୍ରଧାନ, ସୌରଭ ପ୍ରଧାନ, ପ୍ରୀତି ପହି, ସ୍ୱାତୀ ପାତ୍ର, ସଂଘମିତ୍ରା ବିଶ୍ଵାଳ, ଗାୟତ୍ରୀ ପ୍ରଧାନ, ନିବେଦିତା ଜେନା, ମେହେକ ପ୍ରଧାନ, ଚାର୍ବି, ଚାର୍ବିକ, ଶ୍ରେୟଶ୍ରୀ, ମାଲବିକ, ଆଂଶିକା, ଲାବଣ୍ୟ, ନାତୁଣୀ ବୋହୂ ରିସ୍କି ପ୍ରିୟା ପ୍ରଧାନ ଏବଂ ନାତୁଣୀ ଜ୍ୱାଇଁ ରବୀନ ଗୋଚ୍ଛୱାଲ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026

You Might Also Like