-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
23-Jan-2026
ଲୋଇସିଂହା , (ବିନୋଦ ଦୀପ) ଲୋଇସିଂହା ଥାନା ଅନ୍ତର୍ଗତ ଵେନ୍ଦ୍ରା ରଘୁନାଥ ମଠର ମହନ୍ତ ଯମୁନା ଦାସ ମହାରାଜ ଏବଂ ଝରେଇବାହାଲି ମଠାଧୀଶ ବଳରାମ ଦାସଙ୍କ ମିଳିତ ପୌରହିତ୍ୟରେ ସ୍ଥାନୀୟ ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ନିମିତ୍ତ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଆରମ୍ଭ ହୋଇଯାଇଛି l ଏହି ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନବଦିନ ବ୍ୟାପୀ ହେବାକୁ ଥିବା ଏହି ଯଜ୍ଞରେ ଗୌରିଶଙ୍କର ମିଶ୍ର ଯଜ୍ଞାଚାର୍ଯ୍ୟ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଓଡ଼ିଆ ବ୍ୟାସ ଭାବେ ତରଣିସେନ୍ ତ୍ରିପାଠୀ ଓ ହିନ୍ଦୀରେ ବରୁଣ ଶତପଥୀ ରାମଚରିତ ମାନସ ପଠନ କରୁଛନ୍ତି । ମାନସ ବିହାରକୁ ଅଯୋଧ୍ୟା ଓ ନେଗିପାଲିକୁ ମିଥିଳା ଭାବେ ଚିତ୍ରଣ କରାଯାଇ ସୀତା ବିବାହ, ଶବର ଲୀଳା, ଶବରୀର ଫଳଖିଆ ପ୍ରଭୃତି ରୂପକ ଆୟୋଜିତ ହେବ ।
ଆସନ୍ତା ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ବୁଧବାର ସନ୍ଧ୍ୟା ସମୟରେ ପ୍ରଭୁ ଶ୍ରୀ ରାମ ଙ୍କ ବରାନୁଗମନ ଓ ସୀତା ବିବାହ ଗୁରୁବାର ଦିନ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବ । ମାନସ ଯଜ୍ଞ କମିଟି ସଭାପତି ଯୁଧିଷ୍ଠିର ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିକ୍ରମ ସିଂରାଏ, ଉତ୍ତମ ଭୋଇ, ବେଦପତି ପଧାନ, କିଶୋର ଦର୍ଜି, ମଧୁସୂଦନ ପଧାନ, ଶେଷଦେବ ପଧାନ, ସାନନ୍ଦ ପଧାନ, ସୀତାରାମ ପଧାନ, ସୁଧାଂଶୁ ସାହୁଙ୍କ ସମେତ ଆଖପାଖ ୧୨ ଖଣ୍ଡର ଗ୍ରାମବାସୀ ମାନସ ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଆୟୋଜକ କମିଟି ପକ୍ଷରୁ ପ୍ରକାଶ l