-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||     

HOME   ଜିଲ୍ଲା

ଜାନୁଆରୀ ୨୮ରେ ୧୨ଘଣ୍ଟିଆ ଓଡିଶା ପାଇଁ ପ୍ରସ୍ତୁତି ବୈଠକ

23-Jan-2026



ବଲାଙ୍ଗିର (ଦେବାଶିଷ ବହିଦାର): ଆସନ୍ତା ଜାନୁଆରୀ ୨୮ରେ ୧୨ଘଣ୍ଟିଆ ଓଡିଶା ବନ୍ଦ ପାଳନ ନେଇ ପାଟଣାଗଡ଼ ସ୍ଥାନୀୟ ଭୁଲିଆ ସମାଜ ଧର୍ମଶାଳା ଠାରେ ବିଭିନ୍ନ ସାମାଜିକ ସଂଗଠନ, ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଗଠନ, ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରଥମରେ ରାଜ୍ୟ ସରକାର ଚାଷୀ ମାନଙ୍କୁ ସବୁ କ୍ଷେତ୍ରରେ ଅବହେଳା କରୁଛି, ଖରିଫ ଋତୁରେ ଚାଷୀ ମାନଙ୍କ ଅମଳ ଧାନ ଆଜି ଯାଏଁ ସରକାର କିଣିବାରେ ଫେଲ ମାରିଛି, ଟୋକନ ବଣ୍ଟନରେ ଅବ୍ୟବସ୍ଥା, ବାହାନା ଦେଖେଇ କଟନୀ ଛଟଣି କରିବା , ଆଜି ପର୍ଯ୍ୟନ୍ତ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡ଼ି ରହିବା, ପାଉଣା ପାଇବାରେ ବିଳମ୍ବ, ଚଳିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ ସମଗ୍ର ଚାଷୀ ସମାଜକୁ ନୌଟଙ୍କି କହି ଅସମ୍ମାନ ଅପମାନ କରି ନିଜେ ପାଟଣାଗଡ଼ ବିଧାୟକ, କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖୁସି ହେବା, ପବିତ୍ର ବିଶ୍ୱ ପ୍ରସିଦ୍ଧ ପବିତ୍ର ଧନୁଯାତ୍ରା ମଞ୍ଚକୁ ନୌଟଙ୍କି ମଞ୍ଚ କହି ଧନୁଯାତ୍ରାକୁ ଅସମ୍ମାନ ଅପମାନ କରିବା, ସୋନପୁର ମହିମା ଉତ୍ସବରେ ଜଣେ ଯୁବ ଚାଷୀଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତରେ ଶାସକ ଦଳର କର୍ମୀ ମାନେ ମାଡ଼ ମାରିବା ଏଂବ ନିଜେ ଆରକ୍ଷୀ ଅଧିକ୍ଷକ ସେହି ଯୁବ ଚାଷୀଙ୍କ ବେକରେ ଗାମୁଛା ଗୁଡ଼େଇ ଘିଚି ଘିଚି ନେବା, ସଂଗ୍ରାମୀ ମାନଙ୍କୁ ଆକ୍ରୋଶ ମନୋଭାବ ରଖି ଆକ୍ରମଣ କରିବା ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ | ଦ୍ଵିତୀୟରେ ରାଜ୍ୟରେ ବିଜେପି ସରକାର ସମସ୍ତଙ୍କୁ ବିଦ୍ୟୁତ ବିଲ ସମ୍ପୂର୍ଣ ଛାଡ଼ କରିବାକୁ ନିଜ ନିର୍ବାଚନ ଇସ୍ତାହାରରେ ଦେଇ ଆଜି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ଦେଇ ଶୋଷଣ କରୁଛି | ତୃତୀୟରେ ପ୍ରଦୂଷଣ ପ୍ରମାଣ ପତ୍ର ନାଁରେ ପ୍ରଦୂଷଣକୁ ମୋହରା ବନେଇ ରାଜ୍ୟବାସୀଙ୍କୁ ଲୁଟୁଛି ଏହି ସରକାର ବୋଲି ଚାଷୀ ନେତାମାନେ ସରକାରକୁ ଜୋର ବର୍ଷୀଥିଲେ | କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜେ ଇସ୍ତଫା ଦିଅନ୍ତୁ ନତୁବା ରାଜ୍ୟ ସରକାର ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବୀ କରିଛନ୍ତି | ଚାଷୀ ସମସ୍ୟା, ସ୍ମାର୍ଟ ମିଟର, ପଲ୍ୟୁସନ ଟେଷ୍ଟ ଓ ଉପମୁଖ୍ୟଙ୍କ ଇସ୍ତଫା ଦାବୀରେ ଆସନ୍ତା 28 ଜାନୁଆରୀ ଓଡିଶା ବନ୍ଦକୁ ଜାତି, ଧର୍ମ, ବର୍ଣ, ରାଜନୀତିର ଉର୍ଦ୍ଧରେ ପୁର୍ଣ ସମର୍ଥନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ | ଉକ୍ତ ଦିନ ଜରୁରୀକାଳୀନ ସେବା, ବିବାହ କାର୍ଯ୍ୟକୁ ଛାଡ଼ି ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ଦୁଇ ଚକିଆ ମୋଟର ଯାନ ଠାରୁ ଆରମ୍ଭ କରି ସମସ୍ତ ଭାରୀଯାନ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି | ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କୃଷକ ମହାସଂଘ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ଲକ୍ଷେ ଘର ଗଣ୍ଡା ସମାଜ, ବଣିକ ସଂଘ, ଜନମ ମାଏଟ ବଚାଓ ସଂଘର୍ଷ ସମିତି, ବିଜୁ ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ, ଡ୍ରାଇଭର ମହାସଂଘ, ଡ୍ରାଇଭର ସଂଘ, ମୋଟର ଯାନ ମାଲିକ ସଂଘ, ଜୈ ମାତାଦୀ ମିଠା ବ୍ୟବସାୟୀ ସଂଘ ଏବଂ ବିଭିନ୍ନ ସାମାଜିକ ସଂଗଠନ, ଶ୍ରମିକ ସଂଗଠନ ପୁର୍ଣ ସମର୍ଥନ ଦେଇଛନ୍ତି | ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଚନ୍ଦ୍ର ବନଛୋର, ପ୍ରମୋଦ ମେହେର, ଗିରିରାଜ ଭୋଇ, ଅଜିତ କୁମାର ପୁରୋହିତ,ଜନସନ ନାଗ, ପ୍ରକାଶ ସାହୁ, ଲକ୍ଷ୍ମଣ କୁମାର ବାଗ,ଜଗନ ମେହେର,ଅଭିଳାଷ ଭୋଇ,ଯୋଗେଶ୍ୱର ଭୋଇ, ଦୁର୍ୟୋଧନ ଭୋଇ,ବିନୋଦ ମେହେର, ସୁଶୀଲ ରଣା,ମୌସମ ମେହେର,ସୁକୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026

You Might Also Like