-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

କଳା, ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ ବଲାଙ୍ଗୀର ଲୋକ ଉତ୍ସବ କୁ ଏତେ ହତାଦର କାହିଁକି ?

19-Jan-2026



ବଲାଙ୍ଗିର(ମହେନ୍ଦ୍ର ଦର୍ଜି): ୨୩ ତମ ବଲାଙ୍ଗିର ଲୋକାଉତ୍ସବ କୁ ଉଦ୍ଘାଟନ କଲେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି।ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀଯୁକ୍ତ ଗୌରୱି ଶିୱାଜୀ ଇସଲୱାର,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ଜୀ, ସାଂସ୍କୃତିକ ଅଧିକାରୀ ତଥା ଲୋକ ଉତ୍ସବ ର ସମ୍ପାଦକ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମିଶ୍ର,ସ୍ମରଣିକା କମିଟି ସହ ଅଧ୍ୟକ୍ଷ ସନ୍ଦୀପ କୁମାର କୁଅଁର,ଅନ୍ୟତମ ସ୍ମରଣିକା କମିଟି ସହ ଅଧ୍ୟକ୍ଷ ମହେନ୍ଦ୍ର କୁମାର ଦର୍ଜି,ସାଂସ୍କୃତିକ କମିଟି ସହ ଅଧ୍ୟକ୍ଷ ଗୋପାଳ ପଧାନ,ଅନ୍ୟତମ ସହ ଅଧ୍ୟକ୍ଷା ସଂଗୀତା ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।ଲୋକ ଉତ୍ସବ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ମାଁ ସମଲେଶ୍ଵରୀ ଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ  ସମ୍ମାନିତ କରି ଏକ ମିନି ବୃକ୍ଷ ଉପହାର ସଦୃଶ ଦିଆଯାଇଥିଲା।ପରେ ଲୋକ ଉତ୍ସବ ସ୍ମରଣିକା ଏବଂ ଚତୁରଙ୍ଗ ପୁସ୍ତକ ଅତିଥି ମାନେ ଉନ୍ମୋଚନ କରିଥିଲେ।ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲାରେ ଲୁକ୍କାୟିତ ଥିବା କଳାକାର ମାନଙ୍କୁ କଳାକାର ମଞ୍ଚ ରେ ପରିଚୟ କରାଇବା।ବଲାଙ୍ଗିର ଜିଲ୍ଲା ଏକ ସଂସ୍କୃତି ସଂପନ୍ନ ଜିଲ୍ଲା ଭାବରେ ପରିଗଣିତ।ମୁଖ୍ୟ ଅତିଥି ଶ୍ରୀ ନିରଞ୍ଜନ ବିଶି ଜିଲ୍ଲା ର ଚତୁଃପାର୍ଶ୍ଵରେ ପ୍ରାଚୀନ ମନ୍ଦିର,ସାଂସ୍କୃତିକ ପୀଠ,ଗୁମ୍ଫା,ଶିଳାଲେଖ କିର୍ତିରାଜ୍ ପାହାଡ,ପର୍ବତ, ଯେଉଁ ମାନଙ୍କ ପଛରେ ଐତିହାସିକ କିମ୍ବଦନ୍ତୀ ରହିଛି ସେ ବିଷୟରେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ବଲାଙ୍ଗିର ଜିଲ୍ଲାପାଳ ଆଜିର ଲୋକ ଉତ୍ସବ ର ସମସ୍ତ ବିଷୟ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।ଜିଲ୍ଲା ଆରକ୍ଷୀ ଅଧିକାରୀ ଲୋକଉତ୍ସବ କୁ ସରସ ସୁନ୍ଦର କରିବା ସହ ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲିସ ମୁତୟନ ହୋଇଥିବା ବେଳେ ସାଇବର ସେଲ ମଧ୍ୟ ଅବସ୍ଥାପିତ ଥିବା ଉଲ୍ଲେଖ କରିଥିଲେ।ଆଜିର ସଭା କୁ ସ୍ମରଣିକା କମିଟି ର ସହ ଅଧ୍ୟକ୍ଷ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ସାଂସ୍କୃତିକ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏ ମଞ୍ଚ ଏକ ସାଂସ୍କୃତିକ ମଞ୍ଚ।ଏଣୁ ଜୀବନ ବ୍ୟାପୀ ବିଭିନ୍ନ କ୍ଷେତ୍ରରେ ସଂସ୍କୃତି ଗବେଷଣା ରେ ନିଜକୁ ନିୟୋଜିତ କରିଥିବା ଦୁଇ ଜଣ କଳାକାର ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ପରେ ସାଂସ୍କୃତିକ କମିଟି ସହ ଅଧ୍ୟକ୍ଷ ଗୋପାଳ   ପଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।ସାଂସ୍କୃତିକ ସଭା

ପରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସାଂସ୍କୃତିକ ଦଳ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ।ପୂର୍ବାହ୍ନ ୧୦ ଟା ସମୟରେ କଳାମଣ୍ଡଳ ପଡ଼ିଆରେ ଥିବା ସାଂସ୍କୃତିକ ମଞ୍ଚ ପୂଜନ ହୋଇଥିଲା।ଦିନ ୧୧ଟା ସମୟରେ କଳାମଣ୍ଡଳ ପଡ଼ିଆରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବିଭିନ୍ନ ସାଂସ୍କୃତିକ ଦଳ ସହର ପରିକ୍ରମା ସହ ସହରରେ ଥିବା ମାଁ ସମଲେଶ୍ଵରୀ,ମାଁ ପାଟଣେଶ୍ୱରି ଙ୍କ ମନ୍ଦିର ଦର୍ଶନ ପୂର୍ବକ ପୁଣି କଳା ମଣ୍ଡଳ ପଡିଆ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ବଲାଙ୍ଗିର ଲୋକ ଉତ୍ସବ ରେ ଅତିଥି ଭାବେ ଶାସକ ଦଳ ର କୌଣସି ରାଜନେତା ଆସି ନ ଥିବା ବେଳେ ବିରୋଧୀ ଦଳ ସାଂସଦ ଯୋଗଦାନ ଦେଇଥିବା ସମସ୍ତ ଙ୍କୁ ବିସ୍ମିତ କରିଥିଲା।ପ୍ରତିବର୍ଷ ଲୋକ ଉତ୍ସବ ରେ ଶାସକ ଦଳ ମନ୍ତ୍ରୀ ଯୋଗଦାନ ଦେଉଥିବା ବେଳେ ଚଳିତ ବର୍ଷ କେହି ଯୋଗଦାନ କରି ନ ଥିବା ଜିଲ୍ଲା ର ଉତ୍ସବ କୁ ଅଣଦେଖା କରିବା କେତେଦୂର ସମିଚୀନ ବୋଲି ଚର୍ଚ୍ଚା ହେଉଛି।ତେବେ ଶାସନ ରେ ଥିବା ବିଜେପି ସରକାର ବଲାଙ୍ଗିର ର ଲୋକ ଉତ୍ସବ କୁ "ଥୁ" ଦେଇଛନ୍ତି କି ବୋଲି ଦର୍ଶକ ମାନେ ଚର୍ଚ୍ଚା କରନ୍ତି।ଦେଖାଯାଉ ଆଗକୁ ଆଉ ଚାରି ଦିନ ଉତ୍ସବ ରହିଲା।କେଉଁ ଦିନ ସମୟ ମିଳିବ ଶାସକ ଦଳର ରାଜନେତା ମାନଙ୍କୁ ସେମାନେ ଉତ୍ସବରେ ଯୋଗଦେଇ ଉପେକ୍ଷିତ ବଲାଙ୍ଗିରବାସି ତଥା ଦର୍ଶକ ମାନଙ୍କୁ ଉଦବୋଧନ ଦେବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like