-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଚାଷୀ ମାନଙ୍କୁ ତାଙ୍କ ହକ ଦେବାରେ ସରକାର ବିଫଳ (କଂଗ୍ରେସ ପ୍ରତିନିଧି ଦଳର ଧାନମଣ୍ଡି ପରିଦର୍ଶନ)

19-Jan-2026



ବିନିକା(ହିମାଂଶୁ ଶେଖର ପୁଟେଲ) ଦୁନିଆକୁ ଆହାର ଯୋଗାଉଥିବା ଚାଷୀକୂଳକୁ ତାଙ୍କ ହକ ଦେବାରେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଧାନ ମଣ୍ଡି ପରିଦର୍ଶନରେ ଆସିଥିବା କଂଗ୍ରେସ ପ୍ରତିନିଧି ଦଳର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଆରମ୍ଭରୁ ଧାନ ବିକ୍ରି ସମସ୍ୟା ନେଇ ଚାଷୀ କୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା ।ଖରିଫ ଚାଷ ସରିବାର ୩ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ଅନେକ ଚାଷୀଙ୍କର ଟୋକନ ଆସି ନଥିବା ବେଳେ ଯେଉଁ କେତେକ ଚାଷୀଙ୍କ ଟୋକନ ଆସିଛି ସେମାନେ ମଧ୍ୟ ଠିକ ଭାବରେ ନିଜର କଷ୍ଟ ପାର୍ଜିତ ଧାନକୁ ବିକ୍ରୟ କରିବାରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।ଦୀର୍ଘ ୬ମାସ ହେଲା ଆଖିରୁ ନିଦ ହଜାଇ ଚାଷୀ ଭଲ ଅମଳ ପାଇଁ ଜମିରେ ପଡ଼ି ରହି ଖରିଫ ଚାଷ କରିଥିଲା ହେଲେ ଉତ୍ପାଦିତ ଶସ୍ୟର ଉଚିତ ମୁଖ୍ୟ ପାଉ ନ ଥିବାକୁ ଚାଷୀକୁଳ ରେ ଏକ ପ୍ରକାର ହା ହା କାର ସୃଷ୍ଟି ହେଲାଣି ।କେଉଁଠି ଧାନର ମାନ ଆଳରେ ୪ରୁ ୫କେଜି କଟଣି ଛଟଣୀ ହେଉଥିବା ଚାଷୀ ମାନଙ୍କ ତରଫରୁ ଅଭିଯୋଗ ହେଉଛି ।ପୁଣି କେଉଁଠି ବସ୍ତା ଓ ସୁତୁଲି ର ଖର୍ଚ୍ଚ କାଟ କରାଯାଉଛି ।ଫଳରେ ଏନେଇ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଯାନ ବାହନରେ ଧାନ ବସ୍ତା ଲୋଡ଼ିଂ କରି ଚାଷୀ ବିକିବା ପାଇଁ ମଣ୍ଡି କୁ ଧାନ ଆଣୁଛି ହେଲେ ସେହି ଧାନ ତ୍ୱରିତ ଯାଉ ନଥିବାରୁ ଶୀତ କାକରରେ ଚାଷୀ ଧାନକୁ ଜଗି ରହୁଥିବା ଦେଖିବାକୁ ମିଳୁଛି।ପୁଣି ଏହାରି ଉପରେ ପରିବହନ ଖର୍ଚ୍ଚ ମଧ୍ୟ ବଡି ଚାଲିଛି। ଯାହା ଫଳରେ ଏସବୁ ସମସ୍ୟା ନେଇ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ଚାଷୀଙ୍କ ଠାରୁ ଶୁଣିବାକୁ ପାଇଥିଲେ ।ବଞ୍ଚିବା ପାଇଁ ପେଠରେ ଦାନା ମୁଠିଏ ଭରି ମୁହଁରେ ହସ ଫୁଟାଇ ଆସୁଥିବା  ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢେଇ କରିବା ପାଇଁ କଂଗ୍ରେସ ଚାଷୀ ମାନଙ୍କ ସହ ଅଛି ଏବଂ ରହିଥିବ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । ଅସାଧୁ ମଣ୍ଡି କର୍ମଚାରୀ ଓ ମିଲ ମାଲିକଙ୍କ ପ୍ରୀୟାପ୍ରିତି ଶୋଷଣକୁ ଭଙ୍ଗ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା କିଶାନ କଂଗ୍ରେସ ଅଣ୍ଟା ଭିଡ଼ି ଆଜି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ଠାରୁ ଧାନ କିଣା ବ୍ୟବସ୍ଥା /ଅବ୍ୟବସ୍ଥା ଉପରେ ତଥ୍ୟ ସଂଗ୍ରହ କରିଛନ୍ତି।ଜିଲ୍ଲା କିଶାନ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାୟକ(ଜିଳୁ)ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର,ବରିଷ୍ଟ କଂଗ୍ରେସ ନେତା ନରେନ୍ଦ୍ର ସାହୁ,ବିନିକା ବ୍ଲକ ସଭାପତି ରାଧାମୋହନ ଭୂଏ,ଜିଲ୍ଲା ସମ୍ପାଦକ ସୁବ୍ରତ କୁମାର ପାତ୍ର, ସୋନପୁର ବ୍ଲକ ସଭାପତି ଲକ୍ଷ୍ମଣ ସୁନା,ଯୁବ ନେତା ରାଜା ହରିପାଲ,ଭାଗିରଥି ବଗର୍ତ୍ତି ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଜିଲ୍ଲାର ଖର୍ଜୁରା,ବିନିକା ବ୍ଲକର ମହାଦେବପାଲି,ବାଉଁଶୁନି,ବିନିକା ଆଦି ଧାନମଣ୍ଡି କେନ୍ଦ୍ର ପରିଦର୍ଶନ କରିଥିଲେ ।ସବୁ ମଣ୍ଡିରେ ୪ରୁ ୫କେଜି ବାଧ୍ୟତା ମୂଳକ ଭାବେ କଟଣୀ ଛଟଣି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ।ଚାଷୀ ମାନଙ୍କ ସମସ୍ୟା ନେଇ କଂଗ୍ରେସ ପ୍ରତିନିଧି ଦଳ ଘଟଣା ସ୍ଥଳରେ ହିଁ ପେକ୍ସ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।କିନ୍ତୁ କଟଣୀ ଛଟଣିକୁ ସେମାନେ ଖଣ୍ଡନ କରିଥିଲେ।ଡବଲ ଇଞ୍ଜିନ ସରକାର ଧାନ କିଣା ବ୍ୟବସ୍ଥା ଠିକ ଭାବେ ଚାଲିଛି ବୋଲି ବାହାପା ନେଉଛନ୍ତି ।କିନ୍ତୁ ଚାଷୀ ନିଜର କଷ୍ଟ ପାର୍ଜିତ ଧାନ ବିକ୍ରି କରି ନପାରି ସମସ୍ୟା ଭୋଗୁଛି ।ତେଣୁ ସରକାର ଚାଷୀଙ୍କ ପାଖକୁ ଆସି ଘଟଣା ଉପରେ ଅନୁସନ୍ଧାନ କଲେ ପ୍ରକୃତ ତଥ୍ୟ ଜାଣି ପାରନ୍ତେ ବୋଲି କଂଗ୍ରେସ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି।ତେଣୁ ସମସ୍ତ ଚାଷୀଙ୍କ ଧାନ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ବିକ୍ରି ହେବ ଏବଂ ଚାଷୀ ତାଙ୍କର ହକ ମୂଲ୍ୟ ପାଇବେ ସେଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ କଂଗ୍ରେସ ପ୍ରତିନିଧି ଦଳ ଦାବୀ କରିଛନ୍ତି । ଯଦି ଚାଷୀଙ୍କ ସମସ୍ୟା ସମାଧାନ ନହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ଏହା ଉପରେ ପ୍ରତିବାଦର ସ୍ବର ଜୋରଦାର କରିବ ବୋଲି କଂଗ୍ରେସ ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like