-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ବଲାଙ୍ଗୀରର ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେଲେ ଜନତା ଓ ବିଭିନ୍ନ ଅନୁଷ୍ଠାନ, ଶୁଭେଚ୍ଛା ପ୍ରତିଉତ୍ତରରେ ଜଣାଇଲେ କୃତଜ୍ଞତା

23-Dec-2025



ଆଜୀବନ ଲୋକଙ୍କ ପାଇଁ ସେବା ଜାରି ରହିବ: ନରସିଂହ

ବଲାଙ୍ଗୀର(ଦେବାଶିଷ ବହିଦାର): ଲୋକପ୍ରତିନିଧି ଥାଏଁ ବା ନ ଥାଏଁ କିଛି ଫରକ ପଡିବ ନାହିଁ, ଜିବନ ଥିବା ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକମାନଙ୍କର ପାଇଁ କାମ କରିବି ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜର ୮୬ତମ ଜନ୍ମ ଦିବସରେ ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନର ପ୍ରତିଉତ୍ତରରେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ମର୍ମରେ ସେ ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କର ତାଙ୍କ ପ୍ରତି ଭଲ ପାଇବା ତାଙ୍କ ଭିତରେ ଥିବା ଦାୟିତ୍ୱବେଧତାକୁ ଆହୁରି ଦ୍ୱିଗୁଣିତ କରୁଛି । ସେ ନିଶ୍ଚିତ ଭାବରେ ଏ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା, ସଂସ୍କୃତି ର ବିକାଶ ପାଇଁ ନିରନ୍ତର କାମ ଜାରି ରଖିବେ ବୋଲି କହିବା ସହ ଅଂଚଳର ଲୋକଙ୍କ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆଜି ନରସିଂହ ମିଶ୍ର ୮୬ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୪୦ ମସିହା  ଶ୍ରୀ ମିଶ୍ର ବଲାଙ୍ଗିର ସହର ନିକଟବର୍ତ୍ତି ଛତାମଖନା ଗ୍ରାମରେ ଦେଶର ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ପିତା ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଏବଂ ମାତା ନିଳାବତୀ ଦେବୀଙ୍କ

ଔରସରୁ  ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ।  ୧୦ ଭାଇ ଓ ଏକ ଭଉଣୀ ଭିତରେ ସେ ଜ୍ୟେଷ୍ଠ ଥିଲେ । ପିଲାଟି ଦିନର ଶିକ୍ଷା ଛତାମଖନା ସ୍କୁଲରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ପି. ଆର ହାଇସ୍କୁଲ ପରେ ପରେ ବିକ୍ରମଦେବ କଲେଜ ଜୟପୁର, ଖଲ୍ଲିକୋଟ କଲେଜ ବ୍ରହ୍ମପୁର ରୁ ସେ ଡିଗ୍ରୀ ସମାପ୍ତ କରିଥିଲେ । ପରେ ପରେ କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ସମାପ୍ତ କରିଥିଲେ । ଆଜି ତାଙ୍କର ୮୬ତମ ଜନ୍ମଦିନ ଅବସରରେ ସାରା ରାଜ୍ୟରୁ ତାଙ୍କ ଶୁଭେଚ୍ଛୁ ମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ କଂଗ୍ରେସ ନେତା ମନୀଷ ମିଶ୍ର, ବୁଲୁ ଦାନୀ, ଅସିତ ମିଶ୍ର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର , ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନସାରା ଶ୍ରୀ ମିଶ୍ରଙ୍କୁ ବଲାଙ୍ଗିର ସହରର ତଥା ଦେଓଗାଁ, ଆଗଲପୁର, ବଲାଙ୍ଗିର ସଦର, ପୁଇଁନ୍ତଲା, ବିନିକା, ବୌଦ୍ଧ ଓ ଲୋଇସିଂହା ବ୍ଲକ ଅଂଚଳରୁ ଅନେକ ସାଧାରଣ ଜନତା, ବୁଦ୍ଧିଜୀବୀ, ରାଜନୈତିକ କର୍ମୀ, ସାମାଜିକ, ସାଂସ୍କୃତିକ, ମହିଳା ସଂଗଠନ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶ୍ରୀ ମିଶ୍ରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଜି ଶ୍ରୀ ମିଶ୍ର ଚିରାଚରିତ ଢଙ୍ଗରେ ନିଜର ଗସ୍ତ କାର୍ଯ୍ୟକ୍ରମରେ ଯାଇ ପ୍ରସିଦ୍ଧ ସୁଲିଆ ପୀଠର ସୁଲିଆ ବାବାଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ପରେ ପରେ ମିର୍ଦ୍ଧାପାଲି ସୁଲିଆପୀଠ, ପଥରଚେପା ଗ୍ରାମ ଓ ଆଶ୍ରମକୁ ଯାଇ ଛୋଟ ଛୋଟ ଅନ୍ତେବାସୀଙ୍କ ସହ ନିଜ ଜନ୍ମଦିବସ ପାଳନ କରିଥିଲେ । ସନ୍ଧ୍ୟାରେ ଲୋୟର ସୁକତେଲ ଡ୍ୟାମ ନିକଟରେ  

 ଏକ ୫ଦିନିଆ ଫୁଟବଲ ମ୍ୟାଚର ଉଦ୍‌ଘାଟନ କରିଥିଲେ । ପ୍ରକାଶ ଯେ ଶ୍ରୀ ମିଶ୍ର ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ବିଜୟୀ ହୋଇ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ୱଭାର ଗ୍ରହଣ କରିଥିଲେ । ସେ ସମୟରେ ସାଧାରଣ ଜନତା ହିତ ପାଇଁ ଆଇନ ବିଭାଗରେ ଅନେକ ଗୁଡିଏ ସଂସ୍କାର ଆଣି ପାରିଥିଲେ । ପରବର୍ତ୍ତୀ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଏକମାତ୍ର ବ୍ୟକ୍ତି ଭାବରେ ଲୋଇସିଂହା, ବିନିକା ଏବଂ ବଲାଙ୍ଗିର ସଦର ଆସନରୁ ବିଧାୟକ ହୋଇ ରେକର୍ଡ କରିବା ପରେ ୨୦୨୪ରେ ନିର୍ବାଚନୀ ରାଜନୀତିରୁ ଅବ୍ୟାହତି ନେଇଥିଲେ।  ରାଜ୍ୟ ଶ୍ରେଷ୍ଠ ରାଜନୈତିଜ୍ଞ ଭାବରେ ସେ ବିଧାୟକ, ବିରୋଧୀ ଦଳ ଉପନେତା, ବିରୋଧିଦଳ ନେତା, କ୍ୟାବିନେଟ ମନ୍ତ୍ରୀ ଏବଂ ଜାତୀୟ ଆଇନ ଆୟୋଗ କମିଶନର ସଭ୍ୟ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like