-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ଵୈଠକ: ହିମାଂଶୁ ମିଶ୍ର ସଭାପତି, ସରୋଜ ସାହୁ ସାଧାରଣ ସମ୍ପାଦକ ଏବଂ ରବୀନ୍ଦ୍ର ପ୍ରସାଦ ଦାନୀ କାର୍ଯ୍ୟକାରୀ ସଭାପତି ମନୋନୀତ

01-Feb-2021



ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ଵୈଠକ ଓ ବାର୍ଷିକ ପାରିବାରିକ ବନ୍ଧୁମିଳନ ରବିବାର କେନଘାଟି ଶ୍ରୀରାମ ବାଟିକା ଠାରେ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସମ୍ବଲପୁର ଜିଲ୍ଲା ଶାଖାର ସମସ୍ତ ସଭ୍ୟ ଙ୍କ ପରିବାର ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ଭାବେ ହିମାଂଶୁ ଶେଖର ମିଶ୍ର ମନୋନୀତ  ହୋଇଥିବା ବେଳେ ସାମ୍ବାଦିକ ସରୋଜ ସାହୁ ସାଧାରଣ ସମ୍ପାଦକ ଏବଂ ରବୀନ୍ଦ୍ର ପ୍ରସାଦ ଦାନୀ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି I ସଂଘର ବାର୍ଷିକ ସାଧାରଣ ପରିଷଦ ସଭାରେ ସାମ୍ବାଦିକ ମାନଙ୍କ ହିତ ଦୄଷ୍ଟିରୁ ଆଗାମି କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଏଥିସହ ସମ୍ବଲପୁର ଜିଲ୍ଲା ର ୬ ଜଣ ଦିବଂଗତ  ସାମ୍ବାଦିକ ଙ୍କ ଵିଧବା ପତ୍ନୀ ଙ୍କୁ ମାସିକ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ସଂଘର ଏହି ଵୈଠକରେ ରାଜ୍ୟ ସାଧାରଣ ସଂପାଦକ ଶଶିଭୁଷଣ ପ୍ରହରାଜ , ରାଜ୍ୟ ସାଂଗଠନିକ ସଂପାଦକ ସଞ୍ଜୀବ ନାୟକ , ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱ।ଳ, ରାଜ୍ୟ ସମ୍ପାଦକ  ସୁଶାନ୍ତ ମହାପାତ୍ର,  ସୋନପୁର ଜ଼ିଲ୍ଲା ସଭାପତି ମନୋରଞ୍ଜନ  ତ୍ରିପାଠୀ,  ସୁବାସ ନାୟକ ପ୍ରମୁଖ  ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଜଗତ ପ୍ରସାଦ ଦାଶ ଙ୍କୁ ଅଭିନନ୍ଦନିକା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା I ଏହା ସହିତ ସର୍ବଶ୍ରୀ ଶିଶିର ସାହୁ, ପ୍ରଦୀପ ନାୟକ, ସୁକାନ୍ତ କର ଏବଂ ସନ୍ତୋଷ ସାହୁ ଉପସଭାପତି  ଭାବେ ମନୋନୀତ ହୋଇଥିବା ବେଳେ ସର୍ବଶ୍ରୀ ଆମଳେନ୍ଦୁ ନାୟକ, ନରେଶ ମାହାଣI, ବାଦଶାହା ଜୁସମାନ ରାଣI ଓ ସତ୍ୟ ପ୍ରିୟ ମହାପାତ୍ର ସହ  ସଂପାଦକ, ସୁଶାନ୍ତ ମହାପାତ୍ର କୋଷାଧ୍ୟକ୍ଷ  ଏବଂ ସର୍ବଶ୍ରୀ ସଞ୍ଜୟ ପାଗୋଡା, ଉପେନ୍ଦ୍ର ନାରାୟଣ ପଣ୍ଡା, ଡା. ରାଜାରାମ ଷଡ଼ଙ୍ଗୀ, ଅଙ୍କିତ ସାହୁ, ମହାବୀର ସିଂହ ଦେଓ, ରବୀନ୍ଦ୍ର ନାଥ ପ୍ରଧାନ, ନବୀନ ଦାଶ ଓ ହରି ଶଙ୍କର ମିଶ୍ର ଜ଼ିଲ୍ଲା କାର୍ଯ୍ୟକାରୀଣି କମିଟିକୁ ମନୋନିତ ହୋଇଛନ୍ତି I ସଭା ପ୍ରାରମ୍ଭ ରେ ମା' ସମଲେଶ୍ୱରୀ ଙ୍କ ଠାରେ ଦୀପ ପ୍ରଜ୍ୱଳନ ଏବଂ ଓଡିଶା ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଭାତ ଦାଶ ଫଟୋ ଚିତ୍ର ରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା I


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like