-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ମା ଙ୍କ ଡୋରି ଲାଗିଲା, ମା ଙ୍କ ସେବା ପାଇଁ ସୁଯୋଗ ମିଳିଲା: ମୁଖ୍ୟମନ୍ତ୍ରୀ

08-Dec-2025



କେନ୍ଦୁଝର(ପ୍ରେରଣା ଖବର): ମା ଙ୍କ ଡୋରି ଲାଗିଲା, ମା ଙ୍କ ସେବା ପାଇଁ ସୁଯୋଗ ମିଳିଲା। ଗତକାଲି କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି।  ଆଜି ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।ସୂଚନାଯୋଗ୍ୟ ଯେ ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ଆଜି ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ତାଙ୍କ ଅଠରମାସ ତଳର ପରିକଳ୍ପନା ଆଜି ସାକାର ରୂପ ନେଇଥିବାରୁ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ, ମା’ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ମା’ଙ୍କ ପୀଠର ଉନ୍ନତିକରଣ ପାଇଁ କୌଣସି ବାଧା ବାଧକ ସାଜିବ ନାହିଁ। ଅର୍ଥର ଅଭାବ ନାହିଁ କାରଣ, ଏହି ଉନ୍ନତିକରଣ କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ପାଇଁ ମଂଜୁର ହୋଇଥିବା ୩୧୩ କୋଟି ଟଙ୍କା ଏକ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ଆଉ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଅଂଚଳରେ ସମସ୍ତ ତୀର୍ଥଯାତ୍ରୀ ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରି ଥିଲେ ଯେ ଆଉ ଅଧିକ ବ୍ୟୟ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ମନ୍ଦିରର ଦେହୁରୀ ମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ମଧ୍ୟ ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଜିଲ୍ଲାପାଳଙ୍କୁ ଡିପିଆର ମଧ୍ୟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୬୦ ଏକର ଜମିରେ ପରିବ୍ୟାପ୍ତ ହେବାକୁ ଥିବା ଏହି ଉନ୍ନତିକରଣ କାର୍ଯ୍ୟରେ ୨୧୬ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟପ୍ଲାଜା, ୱାଚଟାୱାର, ମାର୍କେଟ୍କମ୍ପ୍ଲେକ୍ସ, ନଡ଼ିଆଗୋଦାମ ଏବଂ ୫୦୦ଜଣଙ୍କ ପାଇଁ ବିଶାଳ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ, ପୋଷାକ କୋଠରୀ, ଜୋତାଷ୍ଟାଣ୍ଡ, ଟିକେଟକାଉଣ୍ଟର, ହାତ-ପାଦଧୋଇବା ସ୍ଥାନ ଏବଂ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ ନିର୍ମାଣ ହେବ।ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ପୀଠ ପାଇଁ ପୂର୍ବସରକାର ମଂଜୁର କରିଥିବା ୫୦କୋଟି ଟଙ୍କାର କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ବୋଲି କହିବା ସହିତ କେନ୍ଦୁଝର, ଯାହା ପ୍ରାକୃତିକ ସମ୍ପଦର ଗନ୍ତାଘର ଓ ଓଡିଶାର ହୃଦୟ ବିଷୟରେ ବର୍ଣ୍ଣନା କରିକହିଥିଲେ ଯେ, କେନ୍ଦୁଝରରେ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି।ଖୁବ୍‌ଶୀଘ୍ର ଏହାର ଶିଳାନ୍ୟାସ ହେବ। ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକଇ ସ୍ପାତନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ।ସବୁ ଶିଳ୍ପ ଓ ଖଣିଅଞ୍ଚଳକୁ ୬ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି।କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ଥାକିଆ ବିଶିଷ୍ଟ କରାଯିବ l ବଡ଼ବିଲରେଏକ ରିଙ୍ଗରୋଡ଼ କରାଯିବ।ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶକରାଯାଉଛି।ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି।ସେଗୁଡ଼ିକର ଆପଣଙ୍କ ପାଇଁ ଖୁବଶୀଘ୍ର ଲୋାକାର୍ପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁନାର କେନ୍ଦୁଝର କେବଳ ଏକ କଥା ହୋଇ ରହିବନାହିଁ, ଏହା ସାରା ଓଡ଼ିଶା ପାଇଁ ହେବଏକ ବାସ୍ତବତା। କେନ୍ଦୁଝର ପାଇଁ ବିକାଶର ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀ କହିଲେଯେ କେନ୍ଦ୍ରସରକାର ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ଲେନ ରାସ୍ତା କରୁଛନ୍ତି।ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ଚଣ୍ଡିଖୋଲରୁ ବଡ଼ବିଲ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲିଛି। ଏ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।କେନ୍ଦୁଝର ର ବିକାଶ ପାଇଁ ବଡ଼ବିଲ ରେ ଏକ ଚାରି ଲେନ ବିଶିଷ୍ଟ ରିଙ୍ଗ ରୋଡ ହେବ। ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କେନ୍ଦୁଝରରେ ମଧ୍ୟ ୪୨୮ କୋଟି ଟଙ୍କାରେ ଏକ ବାଇପାସ୍ ରାସ୍ତା କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହା ସହିତ ୧୬୮ କୋଟି ଟଙ୍କାରେ ଏକ ଟେକ୍ ପାର୍କ, ଓକାକ୍ ପକ୍ଷରୁ ୧୫୦ କୋଟି ଟଙ୍କାରେ ଏକ ଡାଟା ସେଣ୍ଟର, ବଲଭଦ୍ରପୁର ରେ ୧୫୦ କୋଟି ଟଙ୍କାରେ ଏକ ଟେକ୍ସଟାଇଲ ପାର୍କ, ଧରଣୀଧର ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ରେ ୧୮୭ କୋଟି ଟଙ୍କାରେ ଏକ data recovery centre, ୧୦୩ କୋଟି ଟଙ୍କାରେ ରାଇସୁଆଁ ଏୟାର ଷ୍ଟ୍ରିପ, ୧୮୦ କୋଟି ଟଙ୍କାରେ କେନ୍ଦୁଝର ଷ୍ଟାଡିୟମ୍, ୫୦ କୋଟି ଟଙ୍କାରେ ସାନଘାଗରା ଠାରେ RPRC ଆଦି ଅନେକ ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ DMF ଓ OMBADC ଏବଂ ଅନ୍ୟାନ୍ୟ ପାଣ୍ଠି ମିଶାଇଲେ କେବଳ କେନ୍ଦୁଝର ରେ ୩୫ ହଜାର କୋଟି ଟଙ୍କା ରହିଛି। ଏହି ସବୁ ଅର୍ଥ କେନ୍ଦୁଝରର ବିକାଶ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଲେ ଯେ ବିକଶିତ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଆମେ ପ୍ରତିବଦ୍ଧତାର ସହିତ ପ୍ରୟାସ ଆରମ୍ଭ କରିଛୁ। ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣମାନଙ୍କ ସହ ଯୋଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ବିଶ୍ୱ ଦରବାରରେ ଠିଆ କରିବାର ଲକ୍ଷ୍ୟ ରଖାଯାଇଛି । ସେଥିରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଓଡ଼ିଶା ହେବ ଦେଶର ଗ୍ରୋଥ ଇଞ୍ଜିନ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଜୋର‍ଦାର ଉଦ୍ୟମ ଆରମ୍ଭ ହୋଇଛି। ଦେଶ ଓ ରାଜ୍ୟର ଏହି ମହାନ୍ ଲକ୍ଷ୍ୟ ପୂରଣରେ କେନ୍ଦୁଝରର ବିଶେଷ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଆଜି ଘଟଗାଁ ଠାରେ ପହଞ୍ଚିବା ପରେ ଆର୍ ସି ପ୍ରାଥମିକ ବିଦ୍ୟାଳୟ ଠାରୁ ମା ତାରିଣୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଜରିଆ ରେ ଘଟଗାଁ ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ପାଛୋଟି ନେଇଥିଲେ। ଘଟଗାଁ ଠାରେ ମା ତାରିଣୀ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସେହିଠାରେ ହିଁ ଘଟଗାଁ ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,

ସାମଲ, ପୂର୍ତ୍ତ ମନ୍ତ୍ର ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ  ଅଭିମନ୍ୟୁ ସେଠୀ, ଯାଜପୁର ସାସଂଦ, ରବି ନାରାୟଣ ବେହେରା, ଘଷିପୁରା ବିଧାୟକ  ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଭଦ୍ରକ ବିଧାୟକ  ସୀତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ  ହିମାଂଶୁ ଶେଖର ସାହୁ, ରେମୁଣା ବିଧାୟକ  ଗୋବିନ୍ଦ ଦାସ, ନୀଳଗିରି ବିଧାୟ ସନ୍ତୋଷ ଖଟୁଆ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like