-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ରାଜ୍ୟ

ମା ଙ୍କ ଡୋରି ଲାଗିଲା, ମା ଙ୍କ ସେବା ପାଇଁ ସୁଯୋଗ ମିଳିଲା: ମୁଖ୍ୟମନ୍ତ୍ରୀ

08-Dec-2025



କେନ୍ଦୁଝର(ପ୍ରେରଣା ଖବର): ମା ଙ୍କ ଡୋରି ଲାଗିଲା, ମା ଙ୍କ ସେବା ପାଇଁ ସୁଯୋଗ ମିଳିଲା। ଗତକାଲି କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି।  ଆଜି ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।ସୂଚନାଯୋଗ୍ୟ ଯେ ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ଆଜି ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ତାଙ୍କ ଅଠରମାସ ତଳର ପରିକଳ୍ପନା ଆଜି ସାକାର ରୂପ ନେଇଥିବାରୁ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ, ମା’ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ମା’ଙ୍କ ପୀଠର ଉନ୍ନତିକରଣ ପାଇଁ କୌଣସି ବାଧା ବାଧକ ସାଜିବ ନାହିଁ। ଅର୍ଥର ଅଭାବ ନାହିଁ କାରଣ, ଏହି ଉନ୍ନତିକରଣ କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ପାଇଁ ମଂଜୁର ହୋଇଥିବା ୩୧୩ କୋଟି ଟଙ୍କା ଏକ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ଆଉ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଅଂଚଳରେ ସମସ୍ତ ତୀର୍ଥଯାତ୍ରୀ ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରି ଥିଲେ ଯେ ଆଉ ଅଧିକ ବ୍ୟୟ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ମନ୍ଦିରର ଦେହୁରୀ ମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ମଧ୍ୟ ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଜିଲ୍ଲାପାଳଙ୍କୁ ଡିପିଆର ମଧ୍ୟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୬୦ ଏକର ଜମିରେ ପରିବ୍ୟାପ୍ତ ହେବାକୁ ଥିବା ଏହି ଉନ୍ନତିକରଣ କାର୍ଯ୍ୟରେ ୨୧୬ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟପ୍ଲାଜା, ୱାଚଟାୱାର, ମାର୍କେଟ୍କମ୍ପ୍ଲେକ୍ସ, ନଡ଼ିଆଗୋଦାମ ଏବଂ ୫୦୦ଜଣଙ୍କ ପାଇଁ ବିଶାଳ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ, ପୋଷାକ କୋଠରୀ, ଜୋତାଷ୍ଟାଣ୍ଡ, ଟିକେଟକାଉଣ୍ଟର, ହାତ-ପାଦଧୋଇବା ସ୍ଥାନ ଏବଂ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ ନିର୍ମାଣ ହେବ।ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ପୀଠ ପାଇଁ ପୂର୍ବସରକାର ମଂଜୁର କରିଥିବା ୫୦କୋଟି ଟଙ୍କାର କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ବୋଲି କହିବା ସହିତ କେନ୍ଦୁଝର, ଯାହା ପ୍ରାକୃତିକ ସମ୍ପଦର ଗନ୍ତାଘର ଓ ଓଡିଶାର ହୃଦୟ ବିଷୟରେ ବର୍ଣ୍ଣନା କରିକହିଥିଲେ ଯେ, କେନ୍ଦୁଝରରେ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି।ଖୁବ୍‌ଶୀଘ୍ର ଏହାର ଶିଳାନ୍ୟାସ ହେବ। ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକଇ ସ୍ପାତନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ।ସବୁ ଶିଳ୍ପ ଓ ଖଣିଅଞ୍ଚଳକୁ ୬ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି।କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ଥାକିଆ ବିଶିଷ୍ଟ କରାଯିବ l ବଡ଼ବିଲରେଏକ ରିଙ୍ଗରୋଡ଼ କରାଯିବ।ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶକରାଯାଉଛି।ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି।ସେଗୁଡ଼ିକର ଆପଣଙ୍କ ପାଇଁ ଖୁବଶୀଘ୍ର ଲୋାକାର୍ପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁନାର କେନ୍ଦୁଝର କେବଳ ଏକ କଥା ହୋଇ ରହିବନାହିଁ, ଏହା ସାରା ଓଡ଼ିଶା ପାଇଁ ହେବଏକ ବାସ୍ତବତା। କେନ୍ଦୁଝର ପାଇଁ ବିକାଶର ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀ କହିଲେଯେ କେନ୍ଦ୍ରସରକାର ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ଲେନ ରାସ୍ତା କରୁଛନ୍ତି।ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ଚଣ୍ଡିଖୋଲରୁ ବଡ଼ବିଲ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲିଛି। ଏ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।କେନ୍ଦୁଝର ର ବିକାଶ ପାଇଁ ବଡ଼ବିଲ ରେ ଏକ ଚାରି ଲେନ ବିଶିଷ୍ଟ ରିଙ୍ଗ ରୋଡ ହେବ। ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କେନ୍ଦୁଝରରେ ମଧ୍ୟ ୪୨୮ କୋଟି ଟଙ୍କାରେ ଏକ ବାଇପାସ୍ ରାସ୍ତା କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହା ସହିତ ୧୬୮ କୋଟି ଟଙ୍କାରେ ଏକ ଟେକ୍ ପାର୍କ, ଓକାକ୍ ପକ୍ଷରୁ ୧୫୦ କୋଟି ଟଙ୍କାରେ ଏକ ଡାଟା ସେଣ୍ଟର, ବଲଭଦ୍ରପୁର ରେ ୧୫୦ କୋଟି ଟଙ୍କାରେ ଏକ ଟେକ୍ସଟାଇଲ ପାର୍କ, ଧରଣୀଧର ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ରେ ୧୮୭ କୋଟି ଟଙ୍କାରେ ଏକ data recovery centre, ୧୦୩ କୋଟି ଟଙ୍କାରେ ରାଇସୁଆଁ ଏୟାର ଷ୍ଟ୍ରିପ, ୧୮୦ କୋଟି ଟଙ୍କାରେ କେନ୍ଦୁଝର ଷ୍ଟାଡିୟମ୍, ୫୦ କୋଟି ଟଙ୍କାରେ ସାନଘାଗରା ଠାରେ RPRC ଆଦି ଅନେକ ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ DMF ଓ OMBADC ଏବଂ ଅନ୍ୟାନ୍ୟ ପାଣ୍ଠି ମିଶାଇଲେ କେବଳ କେନ୍ଦୁଝର ରେ ୩୫ ହଜାର କୋଟି ଟଙ୍କା ରହିଛି। ଏହି ସବୁ ଅର୍ଥ କେନ୍ଦୁଝରର ବିକାଶ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଲେ ଯେ ବିକଶିତ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଆମେ ପ୍ରତିବଦ୍ଧତାର ସହିତ ପ୍ରୟାସ ଆରମ୍ଭ କରିଛୁ। ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣମାନଙ୍କ ସହ ଯୋଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ବିଶ୍ୱ ଦରବାରରେ ଠିଆ କରିବାର ଲକ୍ଷ୍ୟ ରଖାଯାଇଛି । ସେଥିରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଓଡ଼ିଶା ହେବ ଦେଶର ଗ୍ରୋଥ ଇଞ୍ଜିନ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଜୋର‍ଦାର ଉଦ୍ୟମ ଆରମ୍ଭ ହୋଇଛି। ଦେଶ ଓ ରାଜ୍ୟର ଏହି ମହାନ୍ ଲକ୍ଷ୍ୟ ପୂରଣରେ କେନ୍ଦୁଝରର ବିଶେଷ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଆଜି ଘଟଗାଁ ଠାରେ ପହଞ୍ଚିବା ପରେ ଆର୍ ସି ପ୍ରାଥମିକ ବିଦ୍ୟାଳୟ ଠାରୁ ମା ତାରିଣୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଜରିଆ ରେ ଘଟଗାଁ ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ପାଛୋଟି ନେଇଥିଲେ। ଘଟଗାଁ ଠାରେ ମା ତାରିଣୀ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସେହିଠାରେ ହିଁ ଘଟଗାଁ ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,

ସାମଲ, ପୂର୍ତ୍ତ ମନ୍ତ୍ର ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ  ଅଭିମନ୍ୟୁ ସେଠୀ, ଯାଜପୁର ସାସଂଦ, ରବି ନାରାୟଣ ବେହେରା, ଘଷିପୁରା ବିଧାୟକ  ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଭଦ୍ରକ ବିଧାୟକ  ସୀତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ  ହିମାଂଶୁ ଶେଖର ସାହୁ, ରେମୁଣା ବିଧାୟକ  ଗୋବିନ୍ଦ ଦାସ, ନୀଳଗିରି ବିଧାୟ ସନ୍ତୋଷ ଖଟୁଆ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like