-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଓଡିଆ ଲିପିର ଗଠନ ଶୈଳୀ ସଂପର୍କରେ ଆନ୍ତର୍ଜାତିକ ଆଲୋଚନା ଚକ୍ର

01-Feb-2021



ଟରୋଣ୍ଟୋ (କାନାଡ଼ା):କମ୍ପ୍ୟୁଟର ଓ ମୋବାଇଲ୍ ରେ ଓଡିଆ ଲିପି ରେ ଟାଇପ୍ କରିବାରେ ଥିବା ବିଭିନ୍ନ ସମସ୍ୟା ତଥା ଆମ ଲିପିର ସୌନ୍ଦର୍ଯୀକରଣ ସମ୍ପର୍କରେ ଚର୍ଚ୍ଚା ପାଇଁ ଏକ ଆନ୍ତର୍ଜାତିକ ଓ୍ବେବିନାର୍ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି 'ଆମେ ଓଡିଆ - ଆମ ଓଡିଶା' ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିଲା ଏବଂ ଓଡ଼ିଆ ଲିପିର ବିଶିଷ୍ଟ ଆର୍କିଟେକ୍ଟ୍ ତଥା ଏଥିରେ ପୁନାସ୍ଥିତ ସି-ଡାକ୍ ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁଧିର କୁମାର ପଟେଲ ଓଡିଆ ଲିପିର ବିଭିନ୍ନ ବ୍ଯାବହାରିକ ଦିଗର ବିସ୍ତୃତ ଚର୍ଚ୍ଚା କରିଥିଲେ। କାନାଡ଼ା ଦେଶର ଟରୋଣ୍ଟୋରେ ଅବସ୍ଥାନ କରୁଥିବା ବିଶିଷ୍ଟ ଭାଷାପ୍ରେମୀ ଓ ସାହିତ୍ଯିକ ପ୍ରଶାନ୍ତ ଭୂୟାଁ (ପ୍ରଭୂ) କାର୍ଯ୍ଯକ୍ରମଟିର ସୁଚାରୁ ପରିଚାଳନା କରିଥିଲେ।

ମୁଖ୍ୟବକ୍ତା ସୁଧିର କୁମାର ପଟେଲ୍ କହିଥିଲେ ଯେ ଆମ ପାରଂପରିକ ଓଡ଼ିଆ ଲିପିକୁ ଆଜିକାଲି କେତେକ ସ୍ଥଳରେ ବିକୃତ ରୂପରେ ପ୍ରକାଶ କରାଯାଉଛି, ଯାହାକି ଉଦ୍ବେଗର ବିଷୟ। ସେ ସ୍ଲାଇଡ଼୍ ମାଧ୍ୟମରେ  ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ର, ଟେଲିଭିଜନ ଚ୍ୟାନେଲ୍ ଓ ହୋର୍ଡିଂ ଇତ୍ୟାଦିରେ ବ୍ୟବହୃତ ହେଉଥିବା ଲିପିର ଉଦାହରଣ ପ୍ରସ୍ତୁତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଏଥିରେ ବ୍ୟାପକ ସୁଧାରର ଅବକାଶ ରହିଛି। ୟୁନିକୋଡ଼୍ ଓଡ଼ିଆ ଲିପି, ନୂତନ ଶୈଳୀର ଲିପିର ଉପଲବ୍ଧତା ତଥା ଅନଧିକୃତ ଲିପିର ବ୍ୟବହାରରେ ଥିବା ଆଇନଗତ ବିପଦ ସଂପର୍କରେ ପ୍ରତିଭାଗୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
ଆମେରିକାରୁ ଧୀରେନ୍ଦ୍ର କର ନିଜର ବକ୍ତବ୍ୟରେ ମତ ରଖିଥିଲେ ଯେ ଓଡ଼ିଆ ଲିପିର ବ୍ୟାବସାୟିକ ଉପଯୋଗକାରୀମାନେ ଏହାର ଆଇନସଙ୍ଗତ ବ୍ଯବହାର ପାଇଁ ଆବଶ୍ୟକସ୍ଥଳେ ଅର୍ଥ ବ୍ୟୟ କରିବା ମଧ୍ଯ ପାଇଁ ପଛଘୁଞ୍ଚା ଦେବା ଉଚିତ ନୁହେଁ। କାର୍ଯ୍ୟକ୍ରମଟିର ସଫଳତା ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ନିହାର ଶତପଥୀ ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ।
ଦୈନିକ 'ସକାଳ'ର ସମ୍ପାଦକ ଡ଼. ଉମାଶଙ୍କର ମିଶ୍ର ନିଜର ବକ୍ତବ୍ୟରେ କହିଲେ ଯେ ଏହି ଓ୍ବେବିନାର ଓଡ଼ିଆ ଲିପିର କେତେକ ଗୁରୁତ୍ବପୂର୍ଣ ଦିଗ ଉପରେ ଯଥାଯଥ ଭାବେ ଆଲୋକପାତ କରିଛି ଏବଂ ଏହି ପ୍ରସଙ୍ଗଟିକୁ ଆହୁରି ଆଗକୁ ନେବାର ସମୟ ଆସିଛି। ସମ୍ବାଦ ପରିବାର ପକ୍ଷରୁ ଯୋଗଦେଇ ଡ଼. ଗୌରହରି ଦାସ ମତ ଦେଇଥିଲେ ଯେ ଲିପିର ସୁନ୍ଦରତା ବ୍ୟକ୍ତି ସାପେକ୍ଷ। ସେ କହିଥିଲେ ଯେ ନୂତନ ଭାବରେ ଗଢାହେଉଥିବା ଓଡ଼ିଆ ଲିପିଗୁଡ଼ିକ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ବଜାରକୁ ଛଡାଯିବା ପୂର୍ବରୁ ଏକ ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ହେବାପାଇଁ ଆସିଥିବା ପ୍ରସ୍ତାବ ବିଚାରଯୋଗ୍ୟ। 
କାର୍ଯ୍ୟକ୍ରମଟିରେ ଯେଉଁ ଅନ୍ୟ ବକ୍ତାମାନେ ନିଜର ଅଭିମତ ରଖିଥିଲେ ସେମାନଙ୍କ ମଧ୍ୟରେ ଥିଲେ ମନୋଜ କୁମାର ମହାପାତ୍ର (ଗ୍ରନ୍ଥ ମନ୍ଦିର), ବିଜୟ ମିଶ୍ର (ହାର୍ଭାର୍ଡ, ଆମେରିକା), ଲାଲୁ ମାନସିଂହ (କାନାଡ଼ା), ସୁନନ୍ଦା ମିଶ୍ର ପଣ୍ଡା  (ଟରୋଣ୍ଟୋ), ଡଃ ତନ୍ମୟ ପଣ୍ଡା  (ଟରୋଣ୍ଟୋ), ଗଗନ ବିହାରୀ ପାଣିଗ୍ରାହୀ (ଟରୋଣ୍ଟୋ), କୁକୁ ଦାସ ('ଓସା' ସଭାପତି), ଦୁର୍ଗା ପ୍ରସାଦ ଦାସ  (ବାଙ୍ଗୋଲୋର୍‌) ଓ ଦେବେନ୍ଦ୍ର ନାଥ ରାଉତ (ନୂଆଦିଲ୍ଲୀ)।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like