-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଓଡିଆ ଲିପିର ଗଠନ ଶୈଳୀ ସଂପର୍କରେ ଆନ୍ତର୍ଜାତିକ ଆଲୋଚନା ଚକ୍ର

01-Feb-2021



ଟରୋଣ୍ଟୋ (କାନାଡ଼ା):କମ୍ପ୍ୟୁଟର ଓ ମୋବାଇଲ୍ ରେ ଓଡିଆ ଲିପି ରେ ଟାଇପ୍ କରିବାରେ ଥିବା ବିଭିନ୍ନ ସମସ୍ୟା ତଥା ଆମ ଲିପିର ସୌନ୍ଦର୍ଯୀକରଣ ସମ୍ପର୍କରେ ଚର୍ଚ୍ଚା ପାଇଁ ଏକ ଆନ୍ତର୍ଜାତିକ ଓ୍ବେବିନାର୍ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି 'ଆମେ ଓଡିଆ - ଆମ ଓଡିଶା' ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିଲା ଏବଂ ଓଡ଼ିଆ ଲିପିର ବିଶିଷ୍ଟ ଆର୍କିଟେକ୍ଟ୍ ତଥା ଏଥିରେ ପୁନାସ୍ଥିତ ସି-ଡାକ୍ ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁଧିର କୁମାର ପଟେଲ ଓଡିଆ ଲିପିର ବିଭିନ୍ନ ବ୍ଯାବହାରିକ ଦିଗର ବିସ୍ତୃତ ଚର୍ଚ୍ଚା କରିଥିଲେ। କାନାଡ଼ା ଦେଶର ଟରୋଣ୍ଟୋରେ ଅବସ୍ଥାନ କରୁଥିବା ବିଶିଷ୍ଟ ଭାଷାପ୍ରେମୀ ଓ ସାହିତ୍ଯିକ ପ୍ରଶାନ୍ତ ଭୂୟାଁ (ପ୍ରଭୂ) କାର୍ଯ୍ଯକ୍ରମଟିର ସୁଚାରୁ ପରିଚାଳନା କରିଥିଲେ।

ମୁଖ୍ୟବକ୍ତା ସୁଧିର କୁମାର ପଟେଲ୍ କହିଥିଲେ ଯେ ଆମ ପାରଂପରିକ ଓଡ଼ିଆ ଲିପିକୁ ଆଜିକାଲି କେତେକ ସ୍ଥଳରେ ବିକୃତ ରୂପରେ ପ୍ରକାଶ କରାଯାଉଛି, ଯାହାକି ଉଦ୍ବେଗର ବିଷୟ। ସେ ସ୍ଲାଇଡ଼୍ ମାଧ୍ୟମରେ  ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ର, ଟେଲିଭିଜନ ଚ୍ୟାନେଲ୍ ଓ ହୋର୍ଡିଂ ଇତ୍ୟାଦିରେ ବ୍ୟବହୃତ ହେଉଥିବା ଲିପିର ଉଦାହରଣ ପ୍ରସ୍ତୁତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଏଥିରେ ବ୍ୟାପକ ସୁଧାରର ଅବକାଶ ରହିଛି। ୟୁନିକୋଡ଼୍ ଓଡ଼ିଆ ଲିପି, ନୂତନ ଶୈଳୀର ଲିପିର ଉପଲବ୍ଧତା ତଥା ଅନଧିକୃତ ଲିପିର ବ୍ୟବହାରରେ ଥିବା ଆଇନଗତ ବିପଦ ସଂପର୍କରେ ପ୍ରତିଭାଗୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
ଆମେରିକାରୁ ଧୀରେନ୍ଦ୍ର କର ନିଜର ବକ୍ତବ୍ୟରେ ମତ ରଖିଥିଲେ ଯେ ଓଡ଼ିଆ ଲିପିର ବ୍ୟାବସାୟିକ ଉପଯୋଗକାରୀମାନେ ଏହାର ଆଇନସଙ୍ଗତ ବ୍ଯବହାର ପାଇଁ ଆବଶ୍ୟକସ୍ଥଳେ ଅର୍ଥ ବ୍ୟୟ କରିବା ମଧ୍ଯ ପାଇଁ ପଛଘୁଞ୍ଚା ଦେବା ଉଚିତ ନୁହେଁ। କାର୍ଯ୍ୟକ୍ରମଟିର ସଫଳତା ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ନିହାର ଶତପଥୀ ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ।
ଦୈନିକ 'ସକାଳ'ର ସମ୍ପାଦକ ଡ଼. ଉମାଶଙ୍କର ମିଶ୍ର ନିଜର ବକ୍ତବ୍ୟରେ କହିଲେ ଯେ ଏହି ଓ୍ବେବିନାର ଓଡ଼ିଆ ଲିପିର କେତେକ ଗୁରୁତ୍ବପୂର୍ଣ ଦିଗ ଉପରେ ଯଥାଯଥ ଭାବେ ଆଲୋକପାତ କରିଛି ଏବଂ ଏହି ପ୍ରସଙ୍ଗଟିକୁ ଆହୁରି ଆଗକୁ ନେବାର ସମୟ ଆସିଛି। ସମ୍ବାଦ ପରିବାର ପକ୍ଷରୁ ଯୋଗଦେଇ ଡ଼. ଗୌରହରି ଦାସ ମତ ଦେଇଥିଲେ ଯେ ଲିପିର ସୁନ୍ଦରତା ବ୍ୟକ୍ତି ସାପେକ୍ଷ। ସେ କହିଥିଲେ ଯେ ନୂତନ ଭାବରେ ଗଢାହେଉଥିବା ଓଡ଼ିଆ ଲିପିଗୁଡ଼ିକ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ବଜାରକୁ ଛଡାଯିବା ପୂର୍ବରୁ ଏକ ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ହେବାପାଇଁ ଆସିଥିବା ପ୍ରସ୍ତାବ ବିଚାରଯୋଗ୍ୟ। 
କାର୍ଯ୍ୟକ୍ରମଟିରେ ଯେଉଁ ଅନ୍ୟ ବକ୍ତାମାନେ ନିଜର ଅଭିମତ ରଖିଥିଲେ ସେମାନଙ୍କ ମଧ୍ୟରେ ଥିଲେ ମନୋଜ କୁମାର ମହାପାତ୍ର (ଗ୍ରନ୍ଥ ମନ୍ଦିର), ବିଜୟ ମିଶ୍ର (ହାର୍ଭାର୍ଡ, ଆମେରିକା), ଲାଲୁ ମାନସିଂହ (କାନାଡ଼ା), ସୁନନ୍ଦା ମିଶ୍ର ପଣ୍ଡା  (ଟରୋଣ୍ଟୋ), ଡଃ ତନ୍ମୟ ପଣ୍ଡା  (ଟରୋଣ୍ଟୋ), ଗଗନ ବିହାରୀ ପାଣିଗ୍ରାହୀ (ଟରୋଣ୍ଟୋ), କୁକୁ ଦାସ ('ଓସା' ସଭାପତି), ଦୁର୍ଗା ପ୍ରସାଦ ଦାସ  (ବାଙ୍ଗୋଲୋର୍‌) ଓ ଦେବେନ୍ଦ୍ର ନାଥ ରାଉତ (ନୂଆଦିଲ୍ଲୀ)।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like