-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
07-Nov-2025
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଅନୁଷ୍ଠିତ ୩୯ ତମ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଅବସରରେ ବିଶେଷ ଆକର୍ଷଣ ଭାବେ ପଶ୍ଚିମ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତାଲ ଟ୍ରାୟୋ ଗ୍ରୁପ କଳାକାର ପ୍ରାଚି ପାଣିଗ୍ରାହୀ, କଳ୍ପନା ବ୍ୟାସ,ରୁପାଲି ବ୍ୟାସ ତାଙ୍କ ସାଥିଙ୍କ ସହ ପଶ୍ଚିମ ଓଡ଼ିଶାର ସୁପରିଚିତ ଗୀତ ରେ ଏହି ଯୁବ କଳାକାର ମାନଙ୍କର ନୃତ୍ୟ ମଞ୍ଚ ଦୁଲକି ଉଠିଥିବା ବେଳେ ହଜାର ହଜାର ଦର୍ଶକ ମାନେ ଝୁମି ଉଠିଥିଲେ। କମ ସମୟ ମଧ୍ୟରେ ଏହି ଯୁବ କଳାକାର ମାନେ କେବଳ ଯେ ପଶ୍ଚିମ ଓଡ଼ିଶାରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ନୁହେଁ। ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ମଞ୍ଚ ରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଲୋକଙ୍କ ପ୍ରଶଂସା ଯାଉଟୁଛନ୍ତି। କଂସ ମହାରାଜ ଙ୍କ ରାଜଦରବାର ରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବାରୁ ତାଙ୍କ ନୃତ୍ୟ ରେ କଂସ ମହାରାଜ ଖୁସି ହୋଇ ରାଜଦରବାର ରେ ତାଲ ଟ୍ରାୟୋ ଗ୍ରୁପ ର କଳାକାର ପ୍ରାଚି ପାଣିଗ୍ରାହୀ, କଳ୍ପନା ବ୍ୟାସ,ରୁପାଲି ବ୍ୟାସ ତାଙ୍କ ସାଥିଙ୍କୁ ମାନପତ୍ର ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ୬ ଦିନ ଧରି ଆୟୋଜିତ ଏହି ଧନୁଯାତ୍ରା ମହୋତ୍ସବରେ ପ୍ରତ୍ୟେକ ଦିନ ରାଜକୀୟ ଅତିଥି ମାନେ ଯୋଗ ଦେଇଥିଲେ। ସେହିପରି ଧନୁଯାତ୍ରା ମହୋତ୍ସବ ମାଧ୍ୟମରେ ଅଞ୍ଚଳରକଳାକାର ମାନଙ୍କୁ ସୁଯୋଗ ଦେବା ସହ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବାର ଉଦ୍ୟମ କୁ ପ୍ରଶଂସା କରିଥିଲେ। ବୁଧବାର ବିଭିନ୍ନ ନାଟ୍ୟାଭିନୟ ପରିବେଷଣ କରାଯିବା ପରେ କଂସ ନିଧନ ସହ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଥିଲା ।