-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ସଫଳ ହେଲା ହର୍ଷବର୍ଦ୍ଧନ ର ଓପନ ହାର୍ଟ ସର୍ଜରୀ : ଆଜି ଫେରିଲେ ଜେନେରାଲ ୱ।ର୍ଡ* -

03-Nov-2025



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଓପନ୍ ହାର୍ଟ ସର୍ଜରୀ ପରେ ଦୀର୍ଘ ୫ଦିନ ଧରି କଟକ ବଡ଼ ଡ଼ାକ୍ତରଖାନାର ଭେଣ୍ଟି ଲେଟରରେ ଚିକିତ୍ସିତ ଥିବା ସୋନପୁରର ୧୫ ବର୍ଷର ବାଳକ ହର୍ଷବର୍ଦ୍ଧନ ଆଜି ଜେନେରାଲ ୱାର୍ଡକୁ ଫେରିଛି l ତା'ର ସୁସ୍ଥତା ଯୋଗୁଁ ପରିବାର ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି l ମାଁ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ଓ ସୋନପୁରର ସବୁ ଦେବା ଦେବୀଙ୍କ ଆଶୀର୍ବାଦରୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ,  କଟକ ଏସ୍ ସି ବି ର କାର୍ଡିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଡାକ୍ତରୀ ଦଳଙ୍କ ପ୍ରଚେଷ୍ଟା ତଥା ସୋନପୁର ମାଟିରେ ଜନ୍ମଗ୍ରହଣ କରିଥିବା କଟକର ଜଣେ ସୁନାମଧନ୍ୟ ବରିଷ୍ଠ ଡାକ୍ତରଙ୍କ ପ୍ରଚେଷ୍ଟାରେ ଗତ ୨୯ ତାରିଖ ବୁଧବାର ଦିନ ହର୍ଷବର୍ଦ୍ଧନଙ୍କ ହାର୍ଟ ର ମେଜର ସର୍ଜରୀ ସଫଳ ହୋଇଥିଲା l ପୂର୍ବରୁ  ବିଭିନ୍ନ ଘରୋଇ ମେଡିକାଲ୍ ରେ ଚିକିତ୍ସା ଆରଂଭ କରାଇ ଅପରେସନ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ନିରୀହ ହର୍ଷବର୍ଦ୍ଧନଙ୍କ ପରିବାର ଲୋକେ ନିରାଶ ହୋଇ ଘରକୁ ଫେରି ଆସିଥିଲେ l ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ଠାରୁ ଏ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସପି ନାରାୟଣ ନାଏକ ଓ କଟକ ର ଜଣେ ବରିଷ୍ଠ  ଡାକ୍ତର , ସାମ୍ୱାଦିକଙ୍କ ସହ ହର୍ଷବର୍ଦ୍ଧନଙ୍କ ସୋନପୁର ବାସଭବନକୁ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ଦେଖି କଟକ ବଡ଼ ଡ଼ାକ୍ତରଖାନାର ଡାକ୍ତରୀ ଦଳ ସହ ଅପରେସନ ପାଇଁ ଅନେକ ଥର ଯୋଗା ଯୋଗ ରଖି ଆସିଥିଲେ l

ଶେଷରେ ହାର୍ଟ ଅପରେସନ ପାଇଁ କଟକ ମେଡିକାଲ୍ କୁ ପଠାଇବାକୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ବ୍ୟବସ୍ଥା କରାଗଲା l ଅପରେସନ ଥିଏଟରକୁ ଯିବା ଆଗରୁ ହର୍ଷବର୍ଦ୍ଧନ ଙ୍କୁ ମାଁ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ଓ ମାଁ କଟକ ଚଣ୍ଡୀ ଙ୍କ ଆଶିର୍ବାଦ କାମନା କରାଯାଇ ଥିଲା ଓ ଜିଲ୍ଲାପାଳ ମଧ୍ଯ ହର୍ଷ ବର୍ଦ୍ଧନ ଙ୍କୁ ଭିଡ଼ିଓ କଲ୍ ଜରିଆରେ ତା'ର ଶୁଭମନାସି ଅସ୍ତ୍ରୋପଚାର ର ସଫଳତା କାମନା କରି ଥିଲେ l ୨୯ ତାରିଖ ଅପରେସନ ବେଳେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ଉପସଭାପତି ରମଣୀ ରଂଜନ ଦାସ, ସଂପାଦକ  ଦୁର୍ଯ୍ୟୋଧନ ମହାରଣା ,ମାନସ ଓଝା ପ୍ରମୁଖ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସମେତ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତ୍ତା ପୁରା ସମୟ ଉପସ୍ଥିତ ରହି ଦାୟିତ୍ଵରେ ଥିବା ଡାକ୍ତରୀ ଦଳ ସହ ସାକ୍ଷାତ ଓ ଆଲୋଚନା କରିଥିଲେ l ମାଁ ସୁରେଶ୍ଵରୀ ଏ ଡ଼ାକ୍ତରୀ ଟିମ୍ ଙ୍କୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ଯେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେମାନେ ଜଣେ ଜଣେ  ଧ୍ରୁବତାରା ଭଳି ଆଦର୍ଶ ହୋଇ ରୋଗୀ ସେବାରେ ସଫଳ ହୁଅନ୍ତୁ ଓ ଯଶ ଲାଭ କରନ୍ତୁ l  ଓ ଜିଲ୍ଲା ପ୍ରଶାସନ, ଡାକ୍ତରୀ ଦଳ ର ଉଦ୍ୟମ ଯୋଗୁଁ ଓ ହର୍ଷବର୍ଦ୍ଧନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ରପଠନ ଓ ପ୍ରାର୍ଥନା କରିଥିବା ସୋନପୁର ସହରର ସମସ୍ତ ସ୍ବେଛାସେବୀ ଓ ଶିକ୍ଷା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଚିରଦିନ କୃତଜ୍ଞ ରହିବ l ମାଁ ସୁରେଶ୍ଵରୀ ଆଶୀର୍ବାଦ କରନ୍ତୁ ହର୍ଷବର୍ଦ୍ଧନ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରନ୍ତୁ ଓ ନିଜେ ହସି ସମସ୍ତ ଶୁଭେଛୁଙ୍କ ମୁହଁରେ ହସ ଫୁଟାନ୍ତୁ ବୋଲି ସମସ୍ତ ଶୁଭେଛୁ ଆଶା ବାନ୍ଧିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like