-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ରାଜ୍ୟ

ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାର ଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତପ୍ରସାଦଙ୍କ ପରିଦର୍ଶନ

28-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣଆର୍ଟର ପୂର୍ବତନ ଡାଇରେକ୍ଟରଜେନେରାଲ ପଦ୍ମଶ୍ରୀ ଅଦ୍ୱେତଚରଣ ଗଡନାୟକ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟପୀଠ ୬୪ ଯୋଗିନୀ ରାଣୀପୁର-ଝରିଆଳକୁ ସପତ୍ନୀକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ୬୪ ଯୋଗିନୀ,ଇନ୍ଦ୍ରଲାଠ,ସୋମେଶ୍ୱରମନ୍ଦିର ଓ ରାଣିପୁରର ରାଣିମହଲ,ପିଲପରୁଆ,ନବଗ୍ରହ ମୂର୍ତ୍ତି,ସପ୍ତଋଷି,ମାଗୁରମାଛ ସହ ଚାମୁଣ୍ଡା ମୂର୍ତ୍ତି ଦର୍ଶନ କରି ଅଭିଭୁତ ହୋଇଯାଇଛନ୍ତି । ନବମଶତାବ୍ଦୀର ଏହି ସ୍ଥାପତ୍ୟକଳା ଏତେ ଉଚ୍ଚକୋଟିର ଥିଲା ଓ ଶିଲ୍ପୀମାନଙ୍କ ସ୍ଥାନଚୟନକୁ ସେ ଉଚ୍ଚପ୍ରସଂସା କରିଛନ୍ତି । ଏକ ବିଶାଳ ପଥରଚଟାଣ ଉପରେ ନିର୍ମିତ ୬୪ ଯୋଗିନୀପୀଠ ଏକ ଜାତୀୟ ଐତହ୍ୟ ଭାବରେ ପରିଗଣିତ ହୋଇଥାଏ । ତେବେ ଏଭଳି ଏକ ଆନ୍ତର୍ଯ୍ୟାତିୟସ୍ତରର ଐତିହ୍ୟପୀଠର ସଂରକ୍ଷଣ କରିବାରେ ସରକାରମାନେ ବିଫଳ ହୋଇଥିବା ତଥା ଜାତୀୟପ୍ରତ୍ନତତ୍ୱବିଭାଗ(ଏଏସଆଇ) ସଠିକ ଢଙ୍ଗରେ କାମ କରିନଥିବା କହି କ୍ଷୋଭପ୍ରକାଶ କରିଛନ୍ତି । ନବମଶତାବ୍ଦୀରେ ନିର୍ମତ ଏହି ପୀଠର ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ସେ ଭାବବିହ୍ୱଳ ହୋଇପଡିଥିଲେ । ଏହି ପରିଦର୍ଶନ ପରେ ସେ ବଲାଙ୍ଗୀର ଫେରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ,ଏହି ପୀଠର ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସ୍ଥାନୀୟ ଜନସାଧାରଣ,ବୁଦ୍ଧିଜୀବି ଓ ସରକାରଙ୍କ ମିଳିତ ଉଦ୍ୟମ ହେଲେ ଏଭଳି ଐତିହ୍ୟପୀଠର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏକ ଦୀର୍ଘଦିନର ଅବହେଳିତ ଅଞ୍ଚଳରେ ପୂର୍ବକାଳରେ ଯେ,ଏକ ସମୃଦ୍ଧ ଐତିହ୍ୟସ୍ଥଳୀ ରହିଥିଲା ଓ ଏହା ଏ ଅଞ୍ଚଳର ଉନ୍ନତ ସଭ୍ୟତାକୁ ସୂଚାଏ । ଦୀର୍ଘବର୍ଷର ଅବହେଳା ଯୋଗୁଁ ୬୪ ଯୋଗିନୀପୀଠର ମୂର୍ତ୍ତିଗୁଡିକର ଅବସ୍ଥା ଖରାପ ହୋଇଗଲାଣି । ଜାତୀୟ ପ୍ରତ୍ନତତ୍ୱବିଭାଗ କେବଳ ମୂର୍ତ୍ତିଗୁଡିକୁ ଲୁହାଜାଲି ଲଗାଇ ସଂରକ୍ଷଣ କରିଛି । ୬୪ ଯୋଗିନୀ ହେଉଛି ବିଶ୍ୱର ଏକ ବିରଳ ମୂର୍ତ୍ତିକଳା ଓ ସ୍ଥପତିର ପଦଚିହ୍ନ । ଏକ ବିରାଟ ପଥରପାହାଡରେ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିଥିବା ଶିଲ୍ପୀମାନେ ଯେଉଁ ଭାବଦେଇ ଏହାକୁ ଗଢିଥିଲେ ତାରଜାଲି ଲଗାଇ ତାକୁ ବିପଥଗାମୀ କରିଦିଆଯାଇଛି । ଇନ୍ଦ୍ରଲାଠ ମନ୍ଦିରରେ ଯେଉଁ କାରୁକାର୍ଯ୍ୟ ହୋଇଥିଲା ଏଏସଆଇ ତାକୁ ସଂରକ୍ଷଣ କରିବାରେ ବିଫଳ ହୋଇଛି । ଲଗାଯାଇଥିବା ପ୍ରଲେପକୁ ଠିକ ଢଙ୍ଗରେ ଲଗାଯାଇନାହିଁ । ଆଜି ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି । ଆଇଆଇଟିମାନଙ୍କରେ ଏନେଇ ଯଥେଷ୍ଟ ଗବେଷଣା ହେଉଛି ,ଏଭଳି ମୂର୍ତ୍ତିଗୁଡିକ ଅବିକଳ ନିର୍ମାଣ କରାଯାଇ ପାରିଥାନ୍ତା । କିନ୍ତୁ ଏଏସଆଇ ଏହି କାମକୁ ବିଶେଷଜ୍ଞମାନଙ୍କ ଦ୍ୱାରା ନକରାଇ କେବଳ ଶ୍ରମିକମାନଙ୍କ ଦ୍ୱାରା କରାଇଛି ବୋଲି କ୍ଷୋଭପ୍ରକାଶ କରିଛନ୍ତି । ଏପରିକି ଏଏସଆଇର ଏଭଳି କାମକୁ ସେ ଆଇଏସଆଇର କାମ ଭଳି କରାଯାଉଛି ବୋଲି ଅଭିଯୋଗ ଉଠାଇଛନ୍ତି । ଇନ୍ଦ୍ରଲାଠମନ୍ଦିରରେ ଭାଙ୍ଗିଥିବା ସ୍ଥାନରେ ସାଧାରଣ ଇଟା ଲଗାଯାଇ ମରାମତି କରାଯାଇଛି

ଯାହାକି ହେବାକଥା ନୁହଁ । ଏହା ଫଳରେ ଐତିହ୍ୟ ସଂରକ୍ଷଣ ବଦଳରେ କ୍ଷତିହେଉଛି ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ଏହି ପୀଠରେ ପର୍ଯ୍ୟଟକଙ୍କ ପାଇଁ ସାମାନ୍ୟତମ ସୁବିଧା ଉପଲବ୍ଧ କରାଯାଇପରିନାହିଁ । ଏହା ଏଭଳି ଏକ ଐତିହ୍ୟପୀଠ ପ୍ରତି ଚରମ ଅବହେଳା ତଥା ଅପମାନର କଥା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଏବେ ରାଣୀପୁର-ଝରିଆଳ ଉପରେ ଐତିହ୍ୟ ଗବେଷକଙ୍କ ଦ୍ୱାରା ଅଧିକ ଗବେଷଣା କରାଯାଇ ବିଶେଷଜ୍ଞ ଟିମଦ୍ୱାରା ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟରିପୋର୍ଟ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଗଡନାୟକ ମତଦେଇଛନ୍ତି । ଆଗକୁ ସେ ଏନେଇ କେନ୍ଦ୍ରସରକାର,ରାଜ୍ୟସରକାର ଓ ଏଏସଆଇକୁ ପ୍ରସ୍ତାବ ଦେବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ପଦ୍ମଶ୍ରୀ ଗଡନାୟକଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ଧର୍ମପତ୍ନୀ ମୂର୍ତ୍ତିକାର ନିବେଦିତା ମିଶ୍ର,ବିଭୁଦତ୍ତ ମିଶ୍ର,ପ୍ରମୋଦକୁମାର ସାହୁ,ଝରିଆଳ ଉନ୍ନୟନ କମିଟିର ଅନିଳ ତ୍ରୀପାଠୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like