-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||     

HOME   ରାଜ୍ୟ

ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାର ଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତପ୍ରସାଦଙ୍କ ପରିଦର୍ଶନ

28-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣଆର୍ଟର ପୂର୍ବତନ ଡାଇରେକ୍ଟରଜେନେରାଲ ପଦ୍ମଶ୍ରୀ ଅଦ୍ୱେତଚରଣ ଗଡନାୟକ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟପୀଠ ୬୪ ଯୋଗିନୀ ରାଣୀପୁର-ଝରିଆଳକୁ ସପତ୍ନୀକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ୬୪ ଯୋଗିନୀ,ଇନ୍ଦ୍ରଲାଠ,ସୋମେଶ୍ୱରମନ୍ଦିର ଓ ରାଣିପୁରର ରାଣିମହଲ,ପିଲପରୁଆ,ନବଗ୍ରହ ମୂର୍ତ୍ତି,ସପ୍ତଋଷି,ମାଗୁରମାଛ ସହ ଚାମୁଣ୍ଡା ମୂର୍ତ୍ତି ଦର୍ଶନ କରି ଅଭିଭୁତ ହୋଇଯାଇଛନ୍ତି । ନବମଶତାବ୍ଦୀର ଏହି ସ୍ଥାପତ୍ୟକଳା ଏତେ ଉଚ୍ଚକୋଟିର ଥିଲା ଓ ଶିଲ୍ପୀମାନଙ୍କ ସ୍ଥାନଚୟନକୁ ସେ ଉଚ୍ଚପ୍ରସଂସା କରିଛନ୍ତି । ଏକ ବିଶାଳ ପଥରଚଟାଣ ଉପରେ ନିର୍ମିତ ୬୪ ଯୋଗିନୀପୀଠ ଏକ ଜାତୀୟ ଐତହ୍ୟ ଭାବରେ ପରିଗଣିତ ହୋଇଥାଏ । ତେବେ ଏଭଳି ଏକ ଆନ୍ତର୍ଯ୍ୟାତିୟସ୍ତରର ଐତିହ୍ୟପୀଠର ସଂରକ୍ଷଣ କରିବାରେ ସରକାରମାନେ ବିଫଳ ହୋଇଥିବା ତଥା ଜାତୀୟପ୍ରତ୍ନତତ୍ୱବିଭାଗ(ଏଏସଆଇ) ସଠିକ ଢଙ୍ଗରେ କାମ କରିନଥିବା କହି କ୍ଷୋଭପ୍ରକାଶ କରିଛନ୍ତି । ନବମଶତାବ୍ଦୀରେ ନିର୍ମତ ଏହି ପୀଠର ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ସେ ଭାବବିହ୍ୱଳ ହୋଇପଡିଥିଲେ । ଏହି ପରିଦର୍ଶନ ପରେ ସେ ବଲାଙ୍ଗୀର ଫେରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ,ଏହି ପୀଠର ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସ୍ଥାନୀୟ ଜନସାଧାରଣ,ବୁଦ୍ଧିଜୀବି ଓ ସରକାରଙ୍କ ମିଳିତ ଉଦ୍ୟମ ହେଲେ ଏଭଳି ଐତିହ୍ୟପୀଠର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏକ ଦୀର୍ଘଦିନର ଅବହେଳିତ ଅଞ୍ଚଳରେ ପୂର୍ବକାଳରେ ଯେ,ଏକ ସମୃଦ୍ଧ ଐତିହ୍ୟସ୍ଥଳୀ ରହିଥିଲା ଓ ଏହା ଏ ଅଞ୍ଚଳର ଉନ୍ନତ ସଭ୍ୟତାକୁ ସୂଚାଏ । ଦୀର୍ଘବର୍ଷର ଅବହେଳା ଯୋଗୁଁ ୬୪ ଯୋଗିନୀପୀଠର ମୂର୍ତ୍ତିଗୁଡିକର ଅବସ୍ଥା ଖରାପ ହୋଇଗଲାଣି । ଜାତୀୟ ପ୍ରତ୍ନତତ୍ୱବିଭାଗ କେବଳ ମୂର୍ତ୍ତିଗୁଡିକୁ ଲୁହାଜାଲି ଲଗାଇ ସଂରକ୍ଷଣ କରିଛି । ୬୪ ଯୋଗିନୀ ହେଉଛି ବିଶ୍ୱର ଏକ ବିରଳ ମୂର୍ତ୍ତିକଳା ଓ ସ୍ଥପତିର ପଦଚିହ୍ନ । ଏକ ବିରାଟ ପଥରପାହାଡରେ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିଥିବା ଶିଲ୍ପୀମାନେ ଯେଉଁ ଭାବଦେଇ ଏହାକୁ ଗଢିଥିଲେ ତାରଜାଲି ଲଗାଇ ତାକୁ ବିପଥଗାମୀ କରିଦିଆଯାଇଛି । ଇନ୍ଦ୍ରଲାଠ ମନ୍ଦିରରେ ଯେଉଁ କାରୁକାର୍ଯ୍ୟ ହୋଇଥିଲା ଏଏସଆଇ ତାକୁ ସଂରକ୍ଷଣ କରିବାରେ ବିଫଳ ହୋଇଛି । ଲଗାଯାଇଥିବା ପ୍ରଲେପକୁ ଠିକ ଢଙ୍ଗରେ ଲଗାଯାଇନାହିଁ । ଆଜି ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି । ଆଇଆଇଟିମାନଙ୍କରେ ଏନେଇ ଯଥେଷ୍ଟ ଗବେଷଣା ହେଉଛି ,ଏଭଳି ମୂର୍ତ୍ତିଗୁଡିକ ଅବିକଳ ନିର୍ମାଣ କରାଯାଇ ପାରିଥାନ୍ତା । କିନ୍ତୁ ଏଏସଆଇ ଏହି କାମକୁ ବିଶେଷଜ୍ଞମାନଙ୍କ ଦ୍ୱାରା ନକରାଇ କେବଳ ଶ୍ରମିକମାନଙ୍କ ଦ୍ୱାରା କରାଇଛି ବୋଲି କ୍ଷୋଭପ୍ରକାଶ କରିଛନ୍ତି । ଏପରିକି ଏଏସଆଇର ଏଭଳି କାମକୁ ସେ ଆଇଏସଆଇର କାମ ଭଳି କରାଯାଉଛି ବୋଲି ଅଭିଯୋଗ ଉଠାଇଛନ୍ତି । ଇନ୍ଦ୍ରଲାଠମନ୍ଦିରରେ ଭାଙ୍ଗିଥିବା ସ୍ଥାନରେ ସାଧାରଣ ଇଟା ଲଗାଯାଇ ମରାମତି କରାଯାଇଛି

ଯାହାକି ହେବାକଥା ନୁହଁ । ଏହା ଫଳରେ ଐତିହ୍ୟ ସଂରକ୍ଷଣ ବଦଳରେ କ୍ଷତିହେଉଛି ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ଏହି ପୀଠରେ ପର୍ଯ୍ୟଟକଙ୍କ ପାଇଁ ସାମାନ୍ୟତମ ସୁବିଧା ଉପଲବ୍ଧ କରାଯାଇପରିନାହିଁ । ଏହା ଏଭଳି ଏକ ଐତିହ୍ୟପୀଠ ପ୍ରତି ଚରମ ଅବହେଳା ତଥା ଅପମାନର କଥା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଏବେ ରାଣୀପୁର-ଝରିଆଳ ଉପରେ ଐତିହ୍ୟ ଗବେଷକଙ୍କ ଦ୍ୱାରା ଅଧିକ ଗବେଷଣା କରାଯାଇ ବିଶେଷଜ୍ଞ ଟିମଦ୍ୱାରା ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟରିପୋର୍ଟ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଗଡନାୟକ ମତଦେଇଛନ୍ତି । ଆଗକୁ ସେ ଏନେଇ କେନ୍ଦ୍ରସରକାର,ରାଜ୍ୟସରକାର ଓ ଏଏସଆଇକୁ ପ୍ରସ୍ତାବ ଦେବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ପଦ୍ମଶ୍ରୀ ଗଡନାୟକଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ଧର୍ମପତ୍ନୀ ମୂର୍ତ୍ତିକାର ନିବେଦିତା ମିଶ୍ର,ବିଭୁଦତ୍ତ ମିଶ୍ର,ପ୍ରମୋଦକୁମାର ସାହୁ,ଝରିଆଳ ଉନ୍ନୟନ କମିଟିର ଅନିଳ ତ୍ରୀପାଠୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026

You Might Also Like