-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
14-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ବାଉଁସୁଣି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ନିଶ୍ଲୁଖ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଅଧ୍ୟକ୍ଷ ନିହାର ରଞ୍ଜନ ଗଡତ୍ୟା,ଜିଲ୍ଲା ରେଡକ୍ରସ ସଂଯୋଜକ ବିଶ୍ଵନାଥ ମିଶ୍ର,ଶିଳ୍ପପତି ଆଦିକନ୍ଦ ବାବୁ,ଯୁବ ସ୍ଵେଚ୍ଛାସେବୀ ଜନାର୍ଦ୍ଦନ ଖମାରୀ,ଅବସରପ୍ରାପ୍ତ କର୍ମଚାରୀ ଗରିବ ସାଲମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।ବୀରମହାରାଜପୁର ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଲୟ ତରଫରୁ କର୍ମଚାରୀ ଆସି ମୋଟ ୧୩୦ଜଣ ଙ୍କ ଆଖି ପରୀକ୍ଷା କରିଥିଲେ ।ସେଥିରୁ ୧୮ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଚିକିତ୍ସାଲୟକୁ ନିଆଯାଇଥିଲା ।ଶିବିର ପରିଚାଳନାରେ ଯୁବ ରେଡକ୍ରସ କାଉନସିଲର ନିରୁପମା ଷାଣ୍ଢ,ଧନେଶ୍ଵର ସାହୁ,ସବ୍ୟସାଚୀ ଦନ୍ତାଙ୍କ ସହ କର୍ମଚାରୀ,ଅଧ୍ୟୟନରତ ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ