-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

ବିବାଦରେ ବିଧାୟକ ନବୀନ ଜୈନ,ସମର୍ଥକ ଚଳାଇଛନ୍ତି ଅପରାଧିକ କାର୍ଯ୍ୟକଳାପ

14-Oct-2025



ବଲାଙ୍ଗୀର/ଟିଟିଲାଗଡ(ପ୍ରେରଣା ଖବର): ରାଜ୍ୟରେ ନବୀନ ସରକାର ବଦଳି ଭାଜପା ସରକାର ଆସିଲା । ଭୋଟରମାନେ ପରିବର୍ତ୍ତନ ଚାହିଁ ବିଜେପିକୁ ଭୋଟଦେଲେ । ଦୀର୍ଘ ୨୪ବର୍ଷର ସରକାରକୁ ହଟାଇ ରାଜ୍ୟରେ ଭାଜପାଦଳକୁ ଏକ ସୁଯୋଗ ଦେଲେ ।  ସେହିକ୍ରମରେ ଟିଟିଲାଗଡ ନିର୍ବାଚନମଣ୍ଡଳିରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ନବୀନ ଜୈନଙ୍କୁ ବିଧାୟକ ଭାବରେ ଜିତାଇଲେ । ଲୋକଚାହୁଁଥିଲେ ରାଜ୍ୟରେ ଲୋକଙ୍କ ସରକାର ହେବ ଏବଂ ବିକାଶକାମ ଦୌଡିବ । କିନ୍ତୁ ଟିଟିଲାଗଡରେ ବିକାଶ କାମ ବଦଳରେ ଅପରାଧିକ କାର୍ଯ୍ୟକଳାପ ବଢିଯାଇଛି । ଗତ ଦେଢବର୍ଷ ଭିତରେ ବିଧାୟକ ନବୀନ ଜୈନ ବହୁଗୁଡିଏ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ତାଙ୍କର ଯେଉଁ ବାମଡାହାଣ ହୋଇ ସମର୍ଥକ ରହିଛନ୍ତି ସେମାନେ ଖୋଲାଖୋଲି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଗତ ସେପଟେମ୍ବର ପହିଲାରେ ସଇଁତଳା ଅଞ୍ଚଳର ବିଧାୟକଙ୍କ ସମର୍ଥକ ରମେଶ ବସ୍ତିଆ ବଡମାଳ ଫାଣ୍ଡି ଅଧିକାରୀଙ୍କୁ ମାଡମାରି ଜେଲ ଯାଇଥିଲେ । ରମେଶ ତାଙ୍କ ସମର୍ଥକମାନଙ୍କ ସହିତ ବଡମାଳ ଫାଣ୍ଡି ଭିତରେ ପଶି ଫାଣ୍ଡିଅଧିକାରୀଙ୍କୁ ମାଡମାରିବାର ଭିଡିଓ ଭାଇରାଲ ହୋଇଥିଲା । ବିଧାୟକଙ୍କ ନାମନେଇ ସେମାନେ ଗୁଣ୍ଡାମି କରୁଥିବା ଦେଖାଯାଇଥିଲା । ସେହି ମାମଲାରେ ରମେଶ ବସ୍ତିଆ ଜେଲଯାଇଥିଲେ । ସେହି ମାମଲା ଥଣ୍ଡା ନପଡୁଣୁ ଏବେ ଟିଟିଲାଗଡର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବୋଲେରୋ ଚଢାଇ ହତ୍ୟାଉଦ୍ୟମ ମାମଲାରେ ବିଧାୟକଙ୍କ ଡାହାଣ ହାତ କୁହାଯାଉଥିବା ଅଙ୍କୁର ଅଗ୍ରୱାଲ ଗିରଫ ହୋଇ ଜେଲଯାଇଛନ୍ତି । ଗତ ୨୮ ତାରିଖରେ ରାତି ୯.୩୦ମିରେ ଏକ ନିଛାଟିଆ ସ୍ଥାନରେ ଘରକୁ ସ୍କୁଟିରେ ଫେରୁଥିବା ସନଭ୍ୟୁ ହୋଟେଲର ମାଲିକ ଶିବଦୟାଲ ଜୈନଙ୍କୁ ଏକ ନମ୍ବରବିହିନ ବୋଲେରୋଗାଡି ଧକ୍କାକରି ମଡାଇଦେଇ ହତ୍ୟାକରିବାର ଉଦ୍ୟମ ହୋଇଥିଲା । ଅବଶ୍ୟ ଅଲ୍ପକେ ଶିବଦୟାଲ ଜୈନ ବଞ୍ଚିଯାଇଥିଲେ । ଏହି ଘଟଣାରେ ବଲାଙ୍ଗୀର ଏସପି ଅଭିଲାଷଜୀ ଖୋଲତାଡ କରି ଏହା ଏକ ଷଡଯନ୍ତ୍ର ଜନିତ ହତ୍ୟାଉଦ୍ୟମ ଘଟଣା ବୋଲି ଗଣମାଧ୍ୟମକୁ କହିଛନ୍ତି । ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ଗିରଫ ହେବା ଓ ସେ ଶିବଦୟାଲକୁ ହତ୍ୟାକରିବାକୁ ୫ଲକ୍ଷ ଟଙ୍କାର ସୁପାରି ଦେଇଥିବା ସ୍ପଷ୍ଟ ଜଣାପଡିଛି । ଅଙ୍କୁରର ଦୁଇ ସହଯୋଗୀ ମୁରିବାହାଲର ଭକ୍ତବନ୍ଧୁ ଖର୍ସେଲ ଓ ନରେଶକୁମାର ବେହେରା ମଧ୍ୟ ଗିରଫ ହୋଇଛନ୍ତି ଓ ଘଟଣାର ସତ୍ୟତାକୁ ପୋଲିସ ଆଗରେ ମାନିଛନ୍ତି । ତେବେ ଅଙ୍କୁର ଅଗ୍ରୱାଲ ହେଉଛନ୍ତି ଟିଟିଲାଗଡର ଭାଜପା ବିଧାୟକ ନବୀନ ଜୈନଙ୍କ ଖାସଲୋକ । ଖୋଦ ବିଧାୟକ ଏହି ଘଟଣାର କିଛିଦିନ ପୂର୍ବରୁ ନିଜ ଫେସବୁକ ସୋସିଆଲ ମିଡିଆଆଇଡିରେ ପୋଷ୍ଟିଂକରିଥିବା ଏକ ପୋଷ୍ଟିଂରୁ ଜଣାପଡିଛି । ବିଧାୟକ ନବୀନ ଜୈନଙ୍କ ବଳରେ ଅଙ୍କୁର ବଳିୟାନ ହୋଇ କିଛିମାସ ଭିତରେ ଅନେକଗୁଡିଏ ଠିକଦାରଙ୍କୁ ଧମକଦେବା,ଗେଟିବାଲି ବ୍ୟବସାୟୀଙ୍କୁ ହପ୍ତା ମାଗିବା ଇତ୍ୟାଦି କାମ କରୁଥିଲା । ଶେଷରେ ହୋଟେଲ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଏକତରଫା ପ୍ରେମକରି କାଣ୍ଡକାରନାମା କରି ଧରାପଡିଛନ୍ତି । ଏବେ ବିରୋଧି ବିଜେଡିଦଳ ସିଧାସଳଖ ବିଧାୟକ ନବୀନ ଜୈନଙ୍କୁ ଟାର୍ଗେଟ କରିଛି । ବିଜେଡିଦଳ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରି ଏହି ଘଟଣାରେ ବିଧାୟକ ଜୈନଙ୍କ ସମ୍ପୃକ୍ତି ରହିଛି ତେଣୁ ଏହାର ଏକ ନୀରପେକ୍ଷ ତଦନ୍ତ କରିବାକୁ ଦାବି ଜଣାଇଛି । ଅଙ୍କୁର ସହିତ ବିଧାୟକ ନବୀନ ଜୈନଙ୍କ ବ୍ୟବସାୟିକ ଓ ଅପରାଧିକ ସମ୍ପର୍କ କେତେଦୂର ରହିଛି ତାହାର ତଦନ୍ତ କରାଯିବାକୁ ଦାବି ହେଉଛି ।  ଗତ କିଛିବର୍ଷ ଭିତରେ ଅଙ୍କୁର ବହୁତ ପ୍ରଭାବଶାଳୀ ହୋଇ ତାର ଅପରାଧିକ କାର୍ଯ୍ୟକଳାପ ଚଳାଇଛି । ବ୍ୟବସାୟୀମାନଙ୍କୁ ହଇରାଣ ହରକତ କରି ହପ୍ତାଅସୁଲି ଠାରୁ ଆରମ୍ଭ କରି ଠିକାଫିକ୍ସିଂ ପର୍ଯ୍ୟନ୍ତ ସବୁକାମ ଅଙ୍କୁର କରୁଛି । ବିଧାୟକଙ୍କ ଖାସଲୋକମାନେ ଏଭଳି ଅସାମାଜିକ କାମରେ ଲିପ୍ତରହି ଅପରାଧିକ କାର୍ଯ୍ୟାକଳାପ ବଢାଉଥିବାରୁ ଟିଟିଲାଗଡରେ ଜନଅସନ୍ତୋଷ ବ୍ୟାପୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ଅପରାଧିଙ୍କ ପ୍ରତି ଜିରୋଟୋଲେରେନ୍ସ କଥା କହୁଥିବା ବେଳେ ବିଧାୟକଙ୍କ ପ୍ରୋତ୍ସାହନରେ ତାଙ୍କ ସମର୍ଥକ ଅପରାଧିକ କାର୍ଯ୍ୟାକଳାପ ଚଳାଇଥିବା ଅଭିଯୋଗ ହେଉଛି । ରାଜ୍ୟର ଗୃହବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।
      ସେପଟେ ଏନେଇ ବିଧାୟକ ନବୀନ ଜୈନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,କିଏ ଭଲଲୋକ ଓ କିଏ ଖରାପ ଲୋକ କିଭଳି ଜାଣିବେ ଆଜ୍ଞା,ଅମେ ଲୋକପ୍ରତିନିଧି ଅନେକ ଲୋକ ଆମପାଖକୁ ଆସୁଛନ୍ତି । ପ୍ରଥମେ ମୁଁ ଏହି ଘଟଣାକୁ ବିଶ୍ୱାସ କରିପାରୁନଥିଲି । କିନ୍ତୁ ଏତେ ବଡ ଷଡଯନ୍ତ୍ରକରି ହତ୍ୟା ଉଦ୍ୟମ କରାଯାଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି । ଆଇନ ଆଖିରେ କେହି ବଡଲୋକ ନାହାଁନ୍ତି । ଯିଏ ଭୁଲକାମ କରିବ ସେ ନିଶ୍ଚୟ ଦଣ୍ଡ ପାଇବ । ମୁଁ କୌଣସି ବେଆଇନ କାମପାଇଁ ପୋଲିସକୁ ଫୋନ କରେ ନାହିଁ ବୋଲି ବିଧାୟକ ଶ୍ରୀ ଜୈନ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like