-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

କୋର୍ଟମାମଲାରେ ଫସିରହିଛି ବଲାଙ୍ଗୀର ପୂର୍ତ୍ତବିଭାଗ ବାଇପାସ ରାସ୍ତାନିର୍ମାଣ: ୧୫ବର୍ଷରେ ସରିଛି ମାତ୍ର ୫୦% କାମ

14-Oct-2025



ବଲାଙ୍ଗୀର (ପ୍ରେରଣା ଖବର); ବଲାଙ୍ଗୀରରେ ବାଇପାସ କାମ ସରିବ ଓ ଭାରିଜାନ ଏହି ବାଇପାସଦେଇ ଗଲେ ଘଟୁଥିବା ଦୁର୍ଘଟଣା କମିବ । ଏହି ଆଶା ରଖିଛନ୍ତି ବଲାଙ୍ଗୀରବାସୀ । କିନ୍ତୁ ବଲାଙ୍ଗୀରବାସୀଙ୍କ ଏହି ସ୍ୱପ୍ନ କେବେ ପୂରଣ ହେବ ତାହା ଦେଖିବାର ଅଛି । କାହିଁକିନା ବଲାଙ୍ଗୀର ସହରରେ ଚାରିକଡେ ନିର୍ମାଣ ହେବାକୁଥିବା ବାଇପାସ ବିଳମ୍ବିତ ହୋଇଚାଲିଛି । ପ୍ରଥମକରି ଆରମ୍ଭ ହୋଇଥିବା ପୂର୍ତ୍ତବିଭାଗର ବାଇପାସ କାମ ଗତ ୧୫ବର୍ଷ ଭିତରେ ମାତ୍ର ୫୦% କାମ ସରିଛି ଓ ଏବେ ବାକିକାମ ହେଲା ବେଳକୁ ସୁପ୍ରିମକୋର୍ଟର ଏକ ମାମଲାରେ ଫସିରହିଛି । ଗତ ୨୦୨୩ର ଏକ ଟେଣ୍ଡର ପ୍ରକ୍ରୀୟାକୁ ବଲାଙ୍ଗୀରର ଠିକାଦାର ରାହୁଲ ମିଶ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସରକାର ଯଥେଷ୍ଟ କାରଣ ନଥାଇ ବାଇପାସକାମର ଟେଣ୍ଡରକୁ ରଦ୍ଦ କରିଦେଇଥିବା ନେଇ ରାହୁଲ ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା କରିଛନ୍ତି । ଫଳରେ ଏହି କୋର୍ଟମାମଲା ନସରିବା ପର୍ଯ୍ୟନ୍ତ ବାଇପାସ କାମ ଫସିରହିବ ବୋଲି ଜଣାପଡିଛି ।
    ପ୍ରକାଶ ଯେ,ଗତ ୨୦୦୯ ମସିହାରେ ବଲାଙ୍ଗୀର ବିଧାୟକ ଅନଙ୍ଗଉଦୟ ସିଂଦେଓ ରାଜ୍ୟସରକାରରେ ପୂର୍ତ୍ତବିଭାଗର ମନ୍ତ୍ରୀ ଥିବା ବେଳେ ଜାତୀୟରାଜପଥ-୨୬ର ମାଧିଆପାଲିଠାରୁ ସଦାଇପାଲିଦେଇ ଲର୍କିପାଲି ପର୍ଯ୍ୟନ୍ତ ୫.୫ କିମି ରାସ୍ତାକୁ ଇଡକୋ ବିଭାଗରୁ ନିର୍ମାଣ କରାଇଥିଲେ । ସେ ସମୟରେ ପ୍ରସ୍ତାବ କରାଯାଇଥିଲା ଯେ,ମାଧିଆପାଲିଠାରୁ ସଦାଇପାଲି,ଲର୍କିପାଲି,ଧୂମାମରା,ଗନ୍ଧରେଲ ଦେଇ ବିଜାଖମନ ପର୍ଯ୍ୟନ୍ତ ପ୍ରାୟ ୧୪ କିମି ବାଇପାସ ରାସ୍ତା ନିର୍ମାଣ ହେବ । ସେହି ହିସାବରେ ଡିଜାଇନ କରି ସରକାରଙ୍କ ଅନୁମୋଦନ ନେଇ ଆବଶ୍ୟକ ଜଙ୍ଗଲଜମି ଓ ଘରୋଇଜମିର ଅଧିଗ୍ରହଣ ପ୍ରକ୍ରୀୟା ଆରମ୍ଭ କରିଥିଲେ । ୨୦୧୧ ମସିହା ପର୍ଯ୍ୟନ୍ତ ଇଡୋକ ଜମିରେ ମାଧିଆପାଲିଠାରୁ ଲର୍କିପାଲି ପର୍ଯ୍ୟନ୍ତ ଚାନ୍ଦଲିପାହାଡ ପର୍ଯ୍ୟନ୍ତ ୫. କିମି ରାସ୍ତା ୯କୋଟି ଟଙ୍କାରେ ନିର୍ମାଣ ହୋଇଗଲା । କିନ୍ତୁ ବାକି ରାସ୍ତାକାମ ଆଉ ହୋଇପାରିଲା ନାହିଁଁ । ପରେ ଘରୋଇ ଜମି ଅଧିଗ୍ରହଣ କରାଯାଇ ଲର୍କିପାଲିଠାରୁ ଧୂମାମରା ପର୍ଯ୍ୟନ୍ତ ୨.୨କିମି ରାସ୍ତାକୁ ପୂର୍ତ୍ତବିଭାଗ ନିର୍ମାଣ କରିଛି । ଏବେ ଆଉ ବାକି ୬.୮ କିମି ବାଇପାସ ରାସ୍ତାକାମ ନିର୍ମାଣ ହେବାକୁ ଅଛି । ଏଥିପାଇଁ ୧୭.୫୦ ଏକର ଜଙ୍ଗଲଜମିର ଅନୁମତିର ଆବଶ୍ୟକତା ରହିଥିଲା । ଘରୋଇ ଜମିର ମାଧ୍ୟ ଅଧିଗ୍ରହଣ କରାଗଲା । ବନବିଭାଗ ଡିଜିପିଏସ ସର୍ଭେ ପରେ ଆବଶ୍ୟକ କାଗଜପତ୍ର ଦାଖଲ କଲାପରେ ଜଙ୍ଗଲଜମିର କେନ୍ଦ୍ରିୟପରିବେଶ ବିଭାଗର ଅନୁମତି ମିଳିସାରିଛି । ପୂର୍ତ୍ତବିଭାଗ ବିକଲ୍ପ ବନୀକରଣ ପାଇଁ ୩ କୋଟି ୨୫ଲକ୍ଷ ଟଙ୍କା ଜମା ମଧ୍ୟ କରିସାରିଛି । ପ୍ରଶାସନ ସିନ୍ଦୁରବାହାଲ ମୌଜାରେ ୩୪ଏକର ବନିକରଣ ପାଇଁ ସରକାରୀ ଜମିଦେଇସାରିଛି । ଏବେ ପ୍ରଶାସନିକ ଓ ପରିବେଶଗତ ଅନୁମତି ପାଇସାରି ୨୦୨୩ ମସିହାରେ ଟେଣ୍ଡର ବାହାରିଥିଲା । ଆଗ୍ରହୀ ଠିକାସଂସ୍ଥାମାନେ ଟେଣ୍ଡରରେ ଭାଗ ନେଇଥିଲେ । ଟେଣ୍ଡର ପ୍ରକ୍ରୀୟା ସରିଲା ବେଳେ ସରକାର ଟେଣ୍ଡରକୁ ବାତିଲ କରିଦେଲେ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଠିକାଦାର ରାହୁଲ ମିଶ୍ର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପ୍ରାୟ ଦେଢବର୍ଷ ହୋଇଗଲା ପରେ ମଧ୍ୟ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଫଳରେ ପୂର୍ତ୍ତବିଭାଗର ବାଇପାସ କାମ ଝୁଲି ରହିଛି । ଏନେଇ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଆଶୁତୋଷ ଜେନାଙ୍କୁ ପଚାରିବାରୁ କୋର୍ଟର ମାମଲା ନସରିବା ପର୍ଯ୍ୟନ୍ତ କାମ ହୋଇପାରିବ ନାହିଁ ବୋଲି କହିଛନ୍ତି । ଠିକ ସେହିପରି କୋର୍ଟର ଦ୍ୱାରସ୍ଥ ହୋଇଥିବା ଠିକାଦାର ରାହୁଲ ମିଶ୍ରଙ୍କୁ ପଚାରିବାରୁ ସରକାରଙ୍କ ନୀୟମ ମୁତାବକ ଆମେ ଟେଣ୍ଡର ପ୍ରକ୍ରୀୟାରେ ଭାଗନେଇଥିଲୁ । କିନ୍ତୁ ସରକାର କୌଣସି କାରଣ ନଥାଇ ଟେଣ୍ଡରକୁ ବାତିଲ କରିଦେଲେ ,ସେଥିପାଇଁ ମୁଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like