-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

ମନ୍ଥରଗତିରେ ଚାଲିଛି ବଲାଙ୍ଗୀର ପ୍ଲାନେଟୋରିୟମ ଓ ସାଇନ୍ସପାର୍କ ନିର୍ମାଣକାମ

14-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟସରକାର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସପାର୍କ ଓ ପ୍ଲାନେଟୋରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିକ୍ରମରେ ଗତ ୨୦୧୯ ମସିହାରେ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ରକଲେଜର ୭୫ବର୍ଷ ପୂର୍ତ୍ତିପାଳନ ଉତ୍ସବରେ ଯୋଗଦେଇ ବଲାଙ୍ଗୀରରେ ସାଇନ୍ସପାର୍କ ଓ ପ୍ଲାନେଟୋରିୟମ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏଥିପାଇଁ ସେ ୨୫ କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ରାଜ୍ୟସରକାରଙ୍କ ପକ୍ଷରୁ ଏହି ଅନୁଦାନ ଆସିଥିଲା ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଛପଟେ ଥିବା ସୂର୍ଯ୍ୟନଗରଠାରେ ୧୦ଏକର ଜମିରେ ଏହାର ନିର୍ମାଣ କାମ ଆରମ୍ଭ ହେଲା । କିନ୍ତୁ ସେହିକାମ ଦୀର୍ଘ ୪ବର୍ଷ ହେଲା ଚାଲିଛି ଓ ଏହା ମନ୍ଥରଗତିରେ ଚାଲିଛି । ନିର୍ମାଣକାରୀ ସଂସ୍ଥାର ମନମାନୀ କାରଣରୁ ଏହିକାମ ମନ୍ଥରଗତିରେ ଚାଲିଥିବା ଓ ମାତ୍ର ୫୦% କାମ ସରିଥିବା ଅଭିଯୋଗ ହେଉଛି । ଏହି ନିର୍ମାଣକାମକୁ କେନ୍ଦ୍ରିୟ ପିଏସୟୁ ଏନବିସିସି(ନେସନାଲ ବିଲଡିଂ କନଷ୍ଟ୍ରକସନ କର୍ପୋରେସନ) ନେଇ କାମ କରୁଛି । କିନ୍ତୁ କାମ ଏତେମନ୍ଥର ଗତିରେ ଚାଲିଛି ଯେ,କେବେ ଏହାର ନିର୍ମାଣକାମ ସରିବ ତାହା ସ୍ପଷ୍ଟ ଜଣାପଡୁନାହିଁ । ସୂର୍ଯ୍ୟନଗର ଠାରେ ଲକ୍ଷ୍ମୀଯୋରଖଣ୍ଡିରେ ବ୍ରିଜପାଖରେ ପ୍ରଶାସନ ଏହି ସାଇନ୍ସପାର୍କ ଓ ପ୍ଲାନେଟରିୟମ ପାଇଁ ଜମିଦେଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ କେନ୍ଦ୍ରୀୟବିଦ୍ୟାଳୟ-୨କୁ ଗଲାେଳେ ରାସ୍ତାକଡରେ ଏହାର ନିର୍ମାଣ କାମ ଚାଲିଛି । ଏହାର ନିର୍ମାଣ କାମ ସରି କାର୍ଯ୍ୟକ୍ଷମ ହେଲେ ଛାତ୍ରଛାତ୍ରୀ ତଥା ବଲାଙ୍ଗୀରବାସୀ ଉପକୃତ ହୁଅନ୍ତେ । କେବେ ଏହିକାମ ସରିବ ସେନେଇ ଜନସାଧାରଣ ଅପେକ୍ଷାରେ ରହିଛନ୍ତି । ପୂର୍ବରୁ ବିଜେଡି ସରକାର ଅମଳରେ ତତ୍‌କାଳିନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଅନେକଥର ଆସି ଏହାର ନିର୍ମାଣକାମର ତଦାରଖ କରୁଥିଲେ । କିନ୍ତୁ ରାଜ୍ୟରେ ସରକାର ବଦଳିଲା ପରେ ସରକାର କିମ୍ବା ପ୍ରଶାସନ କେହି ମଧ୍ୟ ଆଉ ତତ୍‌ପରତା ଦେଖାଉନଥିବା ଲକ୍ଷ୍ୟ କରଯାଇଛି । ପ୍ରକାଶ ଯେ,ଏହି ଏନବିସିସି ନିର୍ମାଣକାରୀ ସଂସ୍ଥା ବଲାଙ୍ଗୀର ପୌରାପାଳିକାଠାରୁ ଟାଉନହଲ ଉନ୍ନୟନକାମକୁ ଟେଣ୍ଡରରେ ନେଇ କରୁନାହିଁ । ସେଥିପାଇଁ  ବଲାଙ୍ଗୀର ପୌରପାଳିକା ପକ୍ଷରୁ ଏହି ସଂସ୍ଥାକୁ କାରଣଦର୍ଶାଅ ନୋଟିସ ମଧ୍ୟ ଦିଆଯାଇ ସାରିଛି । ଏବେ ପ୍ଲାନେଟୋରିୟମ ଓ ସାଇନ୍ସପାର୍କ କାମକୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନସାରି ନିର୍ମାଣସଂସ୍ଥା ଦିନ ଗଡାଇ ଚାଲିଛି । ଫଳରେ ଜନସାଧାରଣରେ ଏହି ସଂସ୍ଥାପ୍ରତି ଆସ୍ଥା କମିଯାଉଛି ଓ ଜନଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଏହି ଅଭିଯୋଗ ନେଇ ଏନବିସିସି ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ବିଜୟକୁମାର ନାଥଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ରିସିଭ କରିନଥିଲେ । ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like