-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
14-Oct-2025
ବଲାଙ୍ଗୀର(ପ୍ରେରଣା ଖବର): ଜନ କଲ୍ୟାଣ କୁଲତା ସମାଜ ଅତାବିରା ବ୍ଲକ ଏବଂ ଆଞ୍ଚଳିକ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ମହାସମାରୋହରେ କବି ସନ୍ଦୀପ କୁମାର କୁଅଁରଙ୍କୁ କଳା, ସାହିତ୍ୟ ସଂସ୍କୃତି ନିମନ୍ତେ ବହୁ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।ରାମଚଣ୍ଡୀ ମନ୍ଦିର ଲାଦେରପାଲି ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କୁଲତା ସମାଜ ସଭାପତି ସୁରେନ୍ଦ୍ର ସ୍ବାଇଁ ସଭାପତିତ୍ୱ କରି ସ୍ଵାଗତ ଭାଷଣ ପ୍ରଦାନ କରିଥି କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ ସାହିତ୍ୟିକ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଚିରବ୍ରତ ଦତ୍ତ, ମୂଖ୍ୟ ବକ୍ତା ସାହିତ୍ୟିକ ବରିଷ୍ଠ ସାମ୍ବାଦିକ ନେତ୍ରାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ସିନେ ଅଭିନେତା ପ୍ରଦିପ ଦେବତା,ସାହିତ୍ୟିକ ବରିଷ୍ଠ ସାମ୍ବାଦିକ ଭବାନୀଷ ଭୋଇ, ସମାଜ ସେବୀ ଦିବାକର ପ୍ରଧାନ ପ୍ରମୁଖ ଯୋଗଦାନ କରି ଗୋଟିଏ ଦିନରେ ନୁଆଁଖାଇ ପାଳନ ପରିକଳ୍ପନା କରି କିଭଳି ପରିସ୍ଥିତିରୁ ପ୍ରଚାର କରି ଲୋକ ମହୋତ୍ସବର ସୃଷ୍ଟି କରିଥିବା ଅବିଶ୍ବସନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ, ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ,ଏହି ଅବସରରେ ବଲାଙ୍ଗୀରର କବି ସନ୍ଦୀପ କୁମାର କୁଅଁର ଙ୍କୁ ମାନପତ୍ର ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା।ସାହିତ୍ୟ ପରିଷଦ ସଭାପତି ଦଶରଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।