-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ନୂଆ ସିସିଟିଭି ଫୁଟେଜ୍ ଛିଡା କରିଛି ସାଙ୍ଘାତିକ: ଝରାଫୁଲର ମୃତଦେହ ଧରି ସ୍କୁଟି ଚଳାଉଥିଲେ କିଏ ? ଫେରିବା ବେଳେ ପଛରେ ବସିଲେ କାହିଁକି ? ସୋନାଲି ଗଲେ କୁଆଡେ ?

29-Jan-2021



ଭୁବନେଶ୍ବର(ଶୁଭାଶିଷ ନାୟକ) : ସିସିଟିଭି ଫୁଟେଜ୍‌ରେ ଲୁଚି ରହିଛନ୍ତି ଝରାଫୁଲଙ୍କ ହତ୍ୟାକାରୀ । ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ କିଏ ଧରି ବସିଥିଲା ? ସ୍କୁଟି କିଏ ଚଳାଉଥିଲା ? ସ୍କୁଟିରେ ଥିବା ଦୁଇ ଜଣ ଯୁବକ ଥିଲେ ନା ଜଣେ ଯୁବତୀ ଥିଲେ ? ସୋନାଲି କିଏ ? ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସଂପର୍କ ନାହିଁ ତ ? ସିସିଟିଭି ଫୁଟେଜ୍‌ ଦେଖିଲେ, ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ମୃତଦେହ ଧରି ଯିବାବେଳର ସିସିଟିଭି ଫୁଟେଜ୍‌ ସହ ଅଭିଯୁକ୍ତ ୨ ଜଣ ଫେରିବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜ୍‌ରେ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଝରାଫୁଲଙ୍କ ମୃତଦେହ ଫିଙ୍ଗି ଫେରିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ରହିଛି । ଯେଉଁଥିରେ ହେଲମେଟ୍ ପିନ୍ଧି ଯୁବକଙ୍କ ପଛରେ ଜଣେ ଯୁବତୀ ବସିଥିବା ଭଳି ଲାଗୁଛି । ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲେ ବି, ବସିବାର ଭାବଭଙ୍ଗୀ ଏବଂ ଆବଭାବରୁ ଜଣେ ଯୁବତୀ ବୋଲି ଜଣାପଡୁଛି ।

ସେହିପରି ଝରାଫୁଲଙ୍କ ମୃତଦେହ ଧରି ଯିବା ସମୟର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ସେଥିରେ ମଧ୍ୟ ଜଣେ ଯୁବତୀ ସ୍କୁଟି ଚଳାଉଥିବା ଭଳି ଦେଖାଯାଉଛି । ସ୍କୁଟି ପଛରେ ଯୁବକ ଜଣକ ଝରାଫୁଲ ମୃତଦେହକୁ ଧରି ବସିଥିବାର ନଜର ଆସିଥିଲା । ସେପଟେ ଝରାଫୁଲଙ୍କ ସାଙ୍ଗ ସୋନାଲିଙ୍କ ଖୋଜ ଖବର କିଛି ମିଳିନାହିଁ । ତା ହେଲେ ଏବେ ସୋନାଲି କେଉଁଠି ଅଛନ୍ତି । ସନ୍ଧ୍ୟା ୬ଟା ୫୦ ମିନିଟ୍‌ରେ ମୃତ ଝରାଫୁଲଙ୍କ ଭାଇ ତାଙ୍କୁ ମେସେଜ କରିଥିଲେ, ପ୍ଲିଜ୍ ପିକ୍ ଅପ୍ ଦ ଫୋନ୍ । ଭାଇ ମେସେଜ୍ କରିବାର ଦୀର୍ଘ ୬ ଘଣ୍ଟା ପରେ ଅର୍ଥାତ୍ ସେହିଦିନ ରାତି ୧୧ଟା ୩୫ ମିନିଟ୍‌ରେ ଝରାଫୁଲ୍ ରିପ୍ଲାଏ ବା ଉତ୍ତର ଦେଇଥିଲେ, ଭାଇ ମୁଁ ଠିକ୍ ଅଛି, ନେଟଓ୍ବାର୍କ ପ୍ରୋବ୍ଲେମ୍, ମୁଁ ମୋ ଫ୍ରେଣ୍ଡ ସୋନାଲି ଘରେ ଅଛି, ତୁ ବ୍ୟସ୍ତ ହବୁ ନାହିଁ । ତାପର ଦିନ ସକାଳୁ ଭାଇ ମେସେଜ କରିଥିଲେ ବି ଉତ୍ତର ମିଳି ଦେଇ ନଥିଲେ ଝାରାଫୁଲ । ତେବେ ଏଠି ପ୍ରଶ୍ନ ଉଠୁଛି, ଝାରଫୁଲଙ୍କ ସାଙ୍ଗ ସୋନାଲି କେଉଁଠି ?

ନିଜ ପୁରୁଷ ବନ୍ଧୁଙ୍କ ସହ ଝରାଫୁଲ ହୋଟେଲ ଯିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ତେବେ ସୋନାଲିଙ୍କ ଘରେ ଅଛି ବୋଲି ଝରାଫୁଲ ତାଙ୍କ ଭାଇଙ୍କୁ କହିଥିଲେ । ତାଙ୍କ ଭାଇ ମଧ୍ୟ ସୋନାଲି ନାଁ ଶୁଣିବା ପରେ ଆଉ କିଛି ପଚାରିନଥିଲେ । ତେବେ ଏଥିରୁ ଅନୁମାନ କରାଯାଇପାରେ, ଝରାଫୁଲଙ୍କ ପରିବାର ଲୋକେ ସୋନାଲିଙ୍କୁ ପୂର୍ବରୁ ଜାଣିଥାଇ ପାରନ୍ତି । ତେବେ ସିସିଟିଭି ଫୁଟେଜ ରେକର୍ଡ ଆଉ କିଛି ବୟାନ କରୁଛି ।

ଏହି ହତ୍ୟା ଘଟଣାରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକକୁ ଉଠାଇ ନେଇଛି । ରାକେଶଙ୍କ ନାଁରେ ଝରଫୁଲଙ୍କ ବାପା ଅଭିଯୋଗ ଆଣିବା ପରେ କମିଶନରେଟ୍ ପୋଲିସ ସହାୟତରେ କୁଆଖିଆ ପୋଲିସ ତାକୁ ଗିରଫ କରିଛି । ତେବେ ରାକେଶ ନିଜେ ଏୟାରଫିଲ୍ଡ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି ।

ରାକେଶ ଜଣେ ପାଇପ୍ ମିସ୍ତ୍ରୀ । ମୟୂରଭଞ୍ଜ ଯଶୀପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ମିଳାମିଶା କରୁଥିବା ରାକେଶ ପୋଲିସ ଆଗରେ ମାନିଛି । ତେବେ ଝରାଫୁଲଙ୍କ କେଉଁ ପରିସ୍ଥିତିରେ କେଉଁଠି ମୃତ୍ୟୁ ହେଲା ? କୁଆଖିଆ ପୋଲିସ ରାକେଶକୁ ଏୟାରଫିଲ୍ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like